ମାନ୍ଧାନା, ପ୍ରତୀକାଙ୍କ ଶତକ; ସେମିରେ ଭାରତ

ଇନ୍ଦୋର: ଭାରତୀୟ ମହିଳା କ୍ରିକେଟ୍‌ ଦଳ ପଞ୍ଚମ ଥର ଦିନିକିଆ ବିଶ୍ବକପ୍‌ର ସେମିଫାଇନାଲରେ ପହଞ୍ଚିଛି। ଗୁରୁବାର ନ୍ୟୁଜିଲାଣ୍ଡ ବିପକ୍ଷ ଲିଗ୍‌ ମ୍ୟାଚ୍‌କୁ ଭାରତ ଡକ୍‌ୱର୍ଥ-ଲୁଇସ୍ ନିୟମରେ ୫୩ ରନ୍‌ରେ ଜିତି ଏହି କୃତିତ୍ବ ହାସଲ କରିଛି। ଦୁଇ ଥର ରନର୍ସଅପ୍‌ ହୋଇଥିବା ଭାରତ ୮ ବର୍ଷ ପରେ ଦିନିକିଆ ବିଶ୍ବକପ୍‌ର ସେମିଫାଇନାଲରେ ପହଞ୍ଚିଛି। ଗୁରୁବାର ଦୁଇ ଓପ୍‌ନର ସ୍ମୃତି ମାନ୍ଧାନା ଓ ପ୍ରତୀକା ରାୱଲଙ୍କ ଶତକ ବଳରେ ନିର୍ଦ୍ଧାରିତ ୪୯ ଓଭରରେ ଭାରତ ୩ ୱିକେଟ୍‌ରେ ୩୪୦ ରନ୍‌ କରିଥିଲା। ପରେ ପୁଣି ବର୍ଷା ହେବାରୁ ନ୍ୟୁଜିଲାଣ୍ଡ ଦଳକୁ ଡକ୍‌ୱର୍ଥ-ଲୁଇସ୍ ନିୟମରେ ୪୪ ଓଭରରେ ୩୨୫ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା। ଏହାର ପିଛାକରି ନ୍ୟୁଜିଲାଣ୍ଡ ୮ ୱିକେଟ୍‌ ହରାଇ ୨୭୧ ରନ୍‌ କରି ପାରିଥିଲା। ଭାରତ କ୍ରମାଗତ ୩ଟି ମ୍ୟାଚ୍‌ ହାରିବା ପରେ ବିଜୟଧାରାକୁ ଫେରିଛି। ଭାରତ ୬ଷ୍ଠ ମ୍ୟାଚ୍‌ରୁ ୩ୟ ବିଜୟ ସହ ୬ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିଛି।

ରବିବାର ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ବିପକ୍ଷରେ ଭାରତ ଶେଷ ଲିଗ୍‌ ମ୍ୟାଚ୍‌ ଖେଳିବେ। ଏହି ଦୁଇଟି ମ୍ୟାଚ୍‌ର ଫଳାଫଳ ଯାହା ହେଉ ନା ପଛେ; ଭାରତ ସେମିଫାଇନାଲ ଖେଳିବ। ଭାରତ ଜିତିବା ପରେ ନ୍ୟୁଜିଲାଣ୍ଡ ସହ ଶ୍ରୀଲଙ୍କା ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛି। ଯଦି ରବିବାର ଭାରତ ପରାସ୍ତ ହୁଏ ଏବଂ ନ୍ୟୁଜିଲାଣ୍ଡ ବିଜୟୀ ହୁଏ; ତଥାପି ଭାରତ ସେମିଫାଇନାଲ ଖେଳିବ। କାରଣ ନ୍ୟୁଜିଲାଣ୍ଡ (୧)ଠାରୁ ଭାରତ (୩) ଅଧିକ ମ୍ୟାଚ୍‌ ଜିତିଛି।

ଟସ୍ ଜିତି ନ୍ୟୁଜିଲାଣ୍ଡ ଫିଲ୍‌ଡିଂ କରିଥିଲା। ଦୁଇ ଭାରତୀୟ ଓପ୍‌ନର ସ୍ମୃତି ମାନ୍ଧାନା ଓ ପ୍ରତୀକା ରାୱଲ ଆରମ୍ଭରୁ କିଛି ଓଭର ଜଗିରଖି ଖେଳି ପରେ ଷ୍ଟ୍ରୋକ୍‌ ଖେଳିବା ଆରମ୍ଭ କରିଥିଲେ। ଦୁହେଁ ୩୪ ଓଭର ପର୍ୟ୍ୟନ୍ତ କ୍ରିଜ୍‌ରେ ରହି ୨୧୨ ରନ୍‌ର ଭାଗୀଦାରି କରି ବଡ଼ ସ୍କୋର୍‌ର ମୂଳଦୁଆ ପକାଇଥିଲେ। ବିଶ୍ବକପ୍‌ରେ ଯେକୌଣସି ୱିକେଟ୍‌ ପାଇଁ ୨୧୨ ରନ୍‌ ସର୍ବାଧିକ ରନ୍‌ର ଭାଗୀଦାରି। ବାମହାତି ମାନ୍ଧାନା ବିଶ୍ବରେ ଯୁଗ୍ମ ଦ୍ବିତୀୟ ସର୍ବାଧିକ ୧୪ଶ ଦିନିକିଆ ଶତକ ହାସଲ କରିଥିଲେ। ମାନ୍ଧାନା ୯୫ ବଲ୍‌ରୁ ୪ଟି ଛକା ଓ ୯ଟି ଚୌକା ସହ ୧୦୯ ରନ୍‌ କରିଥିଲେ। ଜୀବନର ପ୍ରଥମ ଶତକ ହାସଲ କରିଥିବା ପ୍ରତୀକା ରାୱଲ ୧୩୪ ବଲ୍‌ରୁ ୨ଟି ଛକା ଓ ୧୩ଟି ଚୌକା ସହ ୧୨୨ ରନ୍‌ କରିଥିଲେ। ଜେମିମା ରଡ୍ରିଗ୍ବେଜ୍‌ ୫୫ ବଲ୍‌ରୁ ୧୧ଟି ଚୌକା ସହ ୭୬ ରନ୍‌କରି ଅପରାଜିତ ରହିଥିଲେ। ୩/୩୪୦ ଦିନିକିଆରେ ଭାରତର ସର୍ବାଧିକ ସ୍କୋର୍‌।

ନ୍ୟୁଜିଲାଣ୍ଡକୁ ୪୪ ଓଭରରେ ୩୨୫ ରନ୍‌ର ବିଜୟଲକ୍ଷ୍ୟ ମିଳିବା ପରେ ଅଭିଜ୍ଞ ଓପ୍‌ନର ସୁଜି ବେଟ୍‌ସ ୧ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ଜର୍ଜିଆ ପ୍ଲିମର ୨୫ ବଲ୍‌ରୁ ୩୦ ଓ ଆମେଲିକା କେର୍‌ ୫୩ ବଲ୍‌ରୁ ୪୫ ରନ୍‌କରି ବିଦାୟ ନେଇଥିଲେ। ଅଧିନାୟିକା ସୋଫି ଡିଭାଇନ୍ ୬ ଓ ମ୍ୟାଡି ଗ୍ରୀନ୍ ୧୮ ରନ୍‌ କରିଥିଲେ। ୧୫୪ ରନ୍‌ରେ ୫ଟି ୱିକେଟ୍‌ ପଡ଼ିବା ପରେ ବ୍ରୁକ୍ ହାଲିଡେ ଓ ଇସାବେଲା ଗେଜ୍‌ ୭୨ ରନ୍‌ ଯୋଡ଼ିଥିଲେ। ହାଲିଡେ ୮୪ ବଲ୍‌ରୁ ଗୋଟିଏ ଛକା ଓ ୯ଟି ଚୌକା ସହ ୮୧ ରନ୍‌ କରିଥିଲେ। ଜେସ୍ କେର୍ ୧୩ ବଲ୍‌ରୁ ୨ଟି ଛକା ସହ ୧୮ ରନ୍‌ କରିଥିଲେ। ଇସାବେଲା ଗେଜ୍‌ ୫୧ ବଲ୍‌ରୁ ୧୦ଟି ଚୌକା ସହ ୬୫ ରନ୍‌କରି ଅପରାଜିତ ଥିଲେ। ରେଣୁକା ସିଂହ ଓ କ୍ରାନ୍ତି ଗୌଡ଼ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ସ୍ମୃତି ମାନ୍ଧାନା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ