ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ ବି ହାରିଲା ଭାରତ

ନୂଆଦିଲ୍ଲୀ:ପରାଜୟରୁ ଆରମ୍ଭ ହୋଇଛି ଶୁବମନ ଗିଲଙ୍କ ଦିନିକିଆ କ୍ୟାପ୍ଟେନ୍ସିର ଆରମ୍ଭ। ଗୋଟିଏ ମ୍ୟାଚ୍‌ ପୂର୍ବ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ହାରି ଯାଇଛି ଟିମ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ରୋହିତ ଶର୍ମାଙ୍କୁ ହଟାଇ ବିସିସିଆଇ ଶୁବମନ ଗିଲଙ୍କୁ ଟେଷ୍ଟ ଭଳି ଦିନିକିଆ ଅଧିନାୟକ ଦାୟିତ୍ୱ ଦେଇଥିଲା। ତାଙ୍କ କ୍ୟାପ୍ଟେନ୍ସିରେ ଭାରତ କୌଣସି ଦିନିକିଆ ସିରିଜ ଖେଳୁଥିଲେ ହେଁ ଏଥିରେ ପରାସ୍ତ ହୋଇଛି।
ପର୍ଥ ଦିନିକିଆକୁ ୭ ୱିକେଟରେ ଜିତିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆରେ ମଧ୍ୟ ବିଜୟ ବାନା ଉଡ଼ାଇଛି। ଆଡିଲେଡ ଓଭାଲରେ ଖେଳା ଯାଉଥିବା ଦ୍ୱିତୀୟ ଦିନିକିଆକୁ ଘରୋଇ ଟିମ ୨ ୱିକେଟରେ ଜିତି ନେଇଛି। ରୋହିତ ଶର୍ମାଙ୍କ ୭୩ ଓ ଶ୍ରେୟସ ଆୟରଙ୍କ ୬୧ ରନ ବଳରେ ଭାରତ ୨୬୫ ରନର ଟାର୍ଗେଟ ଅଷ୍ଟ୍ରେଲିଆକୁ ଦେଇଥିଲା।
ଅଷ୍ଟ୍ରେଲିଆ ଏହି ଟାର୍ଗେଟକୁ ୨୨ ବଲ ପୂର୍ବରୁ ୮ ୱିକେଟ ହରାଇ ହାସଲ କରି ନେଇଛି। ଦଳ ପକ୍ଷରୁ ମାଥ୍ୟୁ ଶର୍ଟ ସର୍ବାଧିକ ୭୪ ରନ ଓ ଯୁବ ଖେଳାଳି କୁପର କନୋଲୀ ଅପରାଜିତ ୬୧ ରନର ଇନିଂସ ଖେଳି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

୨୬୫ ରନର ଟାର୍ଗେଟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ୫୪ ରନରେ ଦୁଇଟି ୱିକେଟ ହରାଇଥିଲା। ଅଧିନାୟକ ମିଚେଲ ମାର୍ଶ(୧୧) ଓ ଟ୍ରାଭିସ ହେଡ୍‌(୨୮) ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ମ୍ୟାଟ ରେନ ଶ’ ଓ ଶର୍ଟ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୧୦୯ରେ ପହଞ୍ଚାଇ ଦେଇଥିଲେ। ଏତିକି ବେଳେ ୩୦ ରନ କରିଥିବା ରେନ ଶ’ଙ୍କୁ ବୋଲ୍ଡ କରି ଅକ୍ଷର ପଟେଲ ଭାରତର କମବ୍ୟା କରାଇଥିଲେ। ଆଲେକ୍ସ କେରୀ ମଧ୍ୟ ୯ ରନ କରି ୱାଶିଂଟନ ସୁନ୍ଦରଙ୍କ ବଲରେ ବୋଲ୍ଡ ହୋଇଥିଲେ। ଅଷ୍ଟ୍ରେଲିଆ ଲଗାତାର ୨ଟି ୱିକେଟ ହରାଇବାରୁ ଭାରତ ଆଟାକ ଆରମ୍ଭ କରିଥିଲା।
କିନ୍ତୁ ଶର୍ଟ ଏହି ସମୟରେ ସେସବୁକୁ କାଣ୍ଟକର କରିଥିଲେ। ସେ କନୋଲୀଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ତେବେ ଶର୍ଟ ପ୍ରଥମେ ୨୫ ରନ ଓ ପରେ ୫୫ ରନରେ ଦୁଇଟି କ୍ୟାଚ୍‌ ଦେଇଥିଲେ ହେଁ ଏହାକୁ ଭାରତୀୟ ଖେଳାଳି ହାତ ଛଡ଼ା କରିବା ଦଳକୁ ମହଙ୍ଗା ପଡ଼ିଥିଲା। ପ୍ରଥମେ ଅକ୍ଷର ଓ ପରେ ମହମ୍ମଦ ସିରାଜ ତାଙ୍କ କ୍ୟାଚ୍‌ ଛାଡ଼ିଥିଲେ। ଶେଷରେ ସେ ୭୪ ରନର ଦମଦାର ଇନିଂସ ଖେଳି ହର୍ଷିତ ରାଣାରଙ୍କ ବଲରେ ଆଉଟ ହୋଇଥିଲେ। ସଆ ଆଉଟ ହେବା ବେଳକୁ ଅଷ୍ଟ୍ରେଲିଆ ୧୮୭ ରନ କରିଥିଲା।

ଏହି ସମୟରେ ବି ଭାରତ ପାଖରେ ମ୍ୟାଚ୍ ଜିତିବାର ସୁଯୋଗ ରହିଥିଲା। କିନ୍ତୁ ମିଚେଳ ଓୱେନ ବଡ଼ବଡ଼ ଶଟ ଖେଳିଥିଲେ। କନୋଲୀ ବି ଚୌକା ପରେ ଚୌକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳକୁ ଜିତିବା ପାଇଁ ୨୧ ରନ ଦରକାର ଥିବା ବେଳେ ବଡ଼ ଶଟ ଖେଳିବାକୁ ଯାଇ ଓୱେନ ୩୬ ରନରେ ଆଉଟ ହୋଇଥିଲେ। ସେ ୨୩ ବଲରେ ୩ ଛକା ଓ ୨ଟି ଚୌକା ବଳରେ ୩୬ ରନର ଇନିଂସ ଖେଳିଛନ୍ତି।

ଓୱେନଙ୍କ ପରେ ଜାଭିୟର ବାର୍ଟଲେଟ ୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ୱିକେଟ ଅର୍ଶଦୀପ ନେଇଥିଲେ। ସେ ଆଉଟ ହେବା ବେଳକୁ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୧୦ ରନ ଆବଶ୍ୟକ ଥିଲା। ମିଚେଲ ଷ୍ଟାର୍କ ବ୍ୟାଟିଂ କରିବାକୁ ଆସି ସିରାଜଙ୍କୁ ଚୌକା ମାରି ବିଜୟ ବ୍ୟବଧାନକୁ ଆହୁରି କମାଇ ଦେଇଥିଲେ। କିନ୍ତୁ ସେହି ଓଭରରେ ସିରାଜ ତାଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ।

ତେବେ ପରବର୍ତ୍ତୀ ଓଭରରେ ବାକି କାମ କନୋଲୀ ଶେଷ କରି ଦେଇଥିଲେ। ଶେଷରେ ଅର୍ଶଦୀପ ସିଂହଙ୍କ ୱାଇଡ ବଲ ପକାଇ ଅଷ୍ଟ୍ରେଲିଆକୁ ମ୍ୟାଚ୍‌ ସହ ସିରିଜ ଭେଟି ଦେଇଥିଲେ। କନୋଲୀ ଶେଷ ଯାଏ ଅପରାଜିତ ୬୧ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୫ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ଏହି ବିଜୟ ସହ ଅଷ୍ଟ୍ରେଲିଆ ୩ଟିକିଆ ଦିନିକିଆ ସିରିଜକୁ ଆଗକୁଆ ୨-୦ରେ କବଜା କରିନେଇଛି।

ଭାରାତ ପକ୍ଷରୁ ଅର୍ଶଦୀପ, ହର୍ଷିତ ଓ ୱାଶିଂଟନ ଦୁଇଟି ଲେଖାଏ ୱିକେଟ ନେଇଥିବା ବେଳେ ଅକ୍ଷର ଓ ସିରାଜଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ