ମିସ୍ ଟିନ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଏଲିନା ଲିନ୍ସି କିଣ୍ଡୋଙ୍କ ସଫଳତା

ଦେବଗଡ଼:ଡ୍ରିମ୍ ଅରା ଇଣ୍ଡିଆ ପକ୍ଷରୁ ଦିଲ୍ଲୀରେ ଆୟୋଜିତ “ମିସ୍ ଟିନ୍ ଇଣ୍ଡିଆ –ଡ୍ରିମ୍ ଅରା ଇଣ୍ଡିଆ ୨୦୨୬ ସିଜନ୍-୧” ପ୍ରତିଯୋଗିତାରେ ସନାମୁଣ୍ଡାସ୍ଥିତ ପିଏମ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ଏଲିନା ଲିନ୍ସି କିଣ୍ଡୋ ଅଂଶଗ୍ରହଣ କରି ସଫଳତା ହାସଲ କରିଛନ୍ତି।ଗତ ୩ ତାରିଖରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଭିନ୍ନ ପର୍ଯ୍ୟାୟରେ ଅଡିସନ୍ ରାଉଣ୍ଡ,ଗ୍ରୁମିଂ ରାଉଣ୍ଡ ଓ ଟ୍ୟାଲେଣ୍ଟ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା।ଏଲିନା ନିଜର ପ୍ରତିଭା, ଆତ୍ମବିଶ୍ବାସ, ବ୍ୟକ୍ତିତ୍ଵ ଓ ମଞ୍ଚ ପ୍ରଦର୍ଶନ ମାଧ୍ୟମରେ ବିଚାରକମଣ୍ଡଳୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ବିଶେଷକରି ତାଙ୍କର ସୁନ୍ଦର ବ୍ୟକ୍ତିତ୍ବ,ପ୍ରତିଭା ଓ ଆତ୍ମବିଶ୍ବାସପୂର୍ଣ୍ଣ ପ୍ରଦର୍ଶନ ତାଙ୍କୁ ଅନ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ବତନ୍ତ୍ର ପରିଚୟ ଦେଇଛି।ଏହି ସଫଳତା ପଛରେ ବାପା ବଲବୀର କିଣ୍ଡୋ ଓ ମା ସୁସ୍ମିତା କୁଜୁରଙ୍କ ସମେତ ତାଙ୍କର ପରିବାର‌ ଲୋକଙ୍କ ସହଯୋଗ ରହିଥିବା ସେ ପ୍ରକାଶ କରିଛନ୍ତି। ଏଲିନାଙ୍କ ଏହି ସଫଳତା ତାଙ୍କ ପରିବାର,ଶିକ୍ଷାନୁଷ୍ଠାନ ଓ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛି । ତାଙ୍କର ଏହି ସଫଳତା ଅନ୍ୟ ଯୁବପିଢ଼ିଙ୍କୁ ନିଜ ପ୍ରତିଭାକୁ ଆଗକୁ ନେବା ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।

  • Related Posts

    ଏସ୍ଆଇ ପରୀକ୍ଷା କେଳେଙ୍କାରୀ: ଆକ୍ସନ୍ ମୋଡ୍‌ରେ ଇଡି

    ବାଙ୍କୀ: ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଆକ୍ସନ୍ ମୋଡ୍‌ରେ ଆସିଛି ଇଡି । ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ କଳାପଥରସ୍ଥିତ ପୈତୃକ ଘର ସମେତ ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନର୍ଦ୍ଦେଶାଳୟ…

    Continue reading
    ପବନ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ମିଳିଲା ‘ୱିଣ୍ଡ ଇଣ୍ଡିଆ ୨୦୨୬’ ପୁରସ୍କାର

    ଭୁବନେଶ୍ବର: ପବନ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଜାତୀୟସ୍ତରର ସମ୍ମାନ । ‘ୱିଣ୍ଡର୍ଜି ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ପବନ ଶକ୍ତି କ୍ଷେତ୍ରରେ ନିବେଶଜନିତ ବିପଦ ହ୍ରାସ ଓ ନେତୃତ୍ୱ ପାଇଁ ରାଜ୍ୟକୁ ‘ଲିଡରସିପ୍ ଇନ୍ ୱିଣ୍ଡ ଏନର୍ଜି ଡି-ରିସ୍କିଂ’ ପୁରସ୍କାର ପ୍ରଦାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ