ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ‘ତୁରନ୍ତ ଭତ୍ତା ଟଙ୍କା ପ୍ରଦାନ କରାଯାଉ’

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୧୮ ଲକ୍ଷ ସାମାଜିକ ସୁରକ୍ଷା ପେନ୍‌ସନଭୋଗୀଙ୍କୁ ଗତ ୩ ମାସ ହେଲା ପେନ୍‌ସନ ଟଙ୍କା ମିଳିନାହିଁ। ଭତ୍ତା ଟଙ୍କା ଉପରେ ନିର୍ଭର କରୁଥିବା ସମସ୍ତଙ୍କୁ ତୁରନ୍ତ ଏହା ପ୍ରଦାନ କରିବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଗତ ୩ ମାସ ଧରି ପେନ୍‌ସନ ବନ୍ଦ ରହିବା କାରଣରୁ ସେମାନେ ଚରମ ଅସୁବିଧା, ଅଭାବ ଏବଂ ଅନିଶ୍ଚିତତାର ସମ୍ମୁଖୀନ ହେଉଛନ୍ତି। ଏପରିକି ଗଞ୍ଜାମ ଜିଲାର ବେଗୁନିଆପଡ଼ା ଅଞ୍ଚଳର ସାବିତ୍ରୀ ଡୋରା ପେନ୍‌ସନ ନ ମିଳିବା କାରଣରୁ ଜୀବନ ହାରିଥିବା ଖବର ଗ୍ରହଣଯୋଗ୍ୟ ନୁହେଁ। ସଫ୍ଟଓ୍ବେରଜନିତ ତ୍ରୁଟି କାରଣରୁ ପେନ୍‌ସନ ଟଙ୍କା ମିଳିନାହିଁ ବୋଲି କହିବା ଆଶ୍ଚର୍ଯ୍ୟଜନକ। ଏହା ସରକାରଙ୍କ ଅବହେଳା ଓ ମୌଳିକ ଦାୟିତ୍ୱ ପାଳନରେ ବିଫଳତାକୁ ପ୍ରତିଫଳିତ କରୁଛି। ବିଜେଡି ସରକାର ସମୟରେ ପ୍ରତ୍ୟେକ ମାସର ୧୫ ତାରିଖରେ ‘ଜନସେବା ଦିବସ’ ଅବସରରେ ନିୟମିତ ଭାବେ ଲୋକମାନଙ୍କୁ ପେନ୍‌ସନ ଦିଆଯାଉଥିଲା। ଏହି ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ମଧ୍ୟ ପ୍ରଶଂସା କରିଥିଲେ। ବର୍ତ୍ତମାନ ପରିସ୍ଥିତିରେ ସେହି ବ୍ୟବସ୍ଥାର ଗୁରୁତ୍ୱକୁ ପୁଣି ଥରେ ପ୍ରମାଣିତ କରିଛି। ସରକାର ତୁରନ୍ତ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ଜରିଆରେ ପେନ୍‌ସନ ହିତାଧିକାରୀଙ୍କ ପାଖରେ ପହଞ୍ଚାଉ। ଏଥିଲାଗି ଦାୟୀ ଅଧିକାରୀମାନଙ୍କୁ ବିଳମ୍ବ ହେବାକୁ ନେଇ ଜବାବ ମାଗୁ। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ଲାଗି ସ୍ଥାୟୀ ବ୍ୟବସ୍ଥା କରାଯାଉ ବୋଲି ନବୀନ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ଭାଜପା ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ତାଙ୍କ ସାମାଜିକ ଗଣମାଧ୍ୟମ ଜରିଆରେ ଭତ୍ତା ନ ମିଳିବା ବିଷୟକୁ ନେଇ ଅନେକ କଥା ଲେଖିଛନ୍ତି। ସେ ଉଲ୍ଲେଖ କରିଛନ୍ତି, ଭତ୍ତା ନ ପାଇ ବ୍ୟାଙ୍କ ଓ ପଞ୍ଚାୟତ ଅଫିସ୍‌ ଦୌଡ଼ି ଦୌଡ଼ି ଗଞ୍ଜାମର ୬୬ ବର୍ଷୀୟ ଅସହାୟ ମହିଳା ସାବିତ୍ରୀ ଡୋରା ବିଷ ପିଇ ଆତ୍ମହତ୍ୟା କରିବା ହୃଦୟବିଦାରକ। ସଫ୍ଟଓ୍ବେର ସମସ୍ୟା କାରଣରୁ ଗଞ୍ଜାମ ଜିଲାରୁ କେବଳ ୧.୪୯ ଲକ୍ଷରୁ ଅଧିକ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ଡିଜିଟାଲ କିମ୍ବା ଅନ୍‌ଲାଇନ ସଫ୍ଟଓ୍ବେର ଅପ୍‌ଡେଟ୍‌ ନାଁରେ ଅସହାୟ ଗରିବ ଲୋକଙ୍କୁ ଭୋକିଲା ରଖାଯାଇପାରିବ ନାହିଁ ବୋଲି ସେ ଉଲ୍ଲେଖ କରିଥିଲେ। ପ୍ରଦୀପଙ୍କ ଏହି ପୋଷ୍ଟପରେ ରାଜନୈତିକ ଏବଂ ପ୍ରଶାସନିକ ମହଲରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି।

  • Related Posts

    ଓଡ଼ିଶା ଆଉ ଶାନ୍ତିପ୍ରିୟ ରାଜ୍ୟ ହୋଇନାହିଁ:ସୁଲତା ଦେଓ

    ଭୁବନେଶ୍ଵର: ରାୟଗଡ଼ା ଭିଡ଼ ହିଂସାକୁ ବିଜେଡିର କଡ଼ା ନିନ୍ଦା। ପ୍ରେସମିଟ୍ ରେ ବର୍ଷିଲା ବିରୋଧୀ ଦଳ। ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି ଯେ, ରାୟଗଡ଼ାର ଯେଉଁ ଚିତ୍ର ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ଓଡ଼ିଶା ଆଉ ଶାନ୍ତିପ୍ରିୟ ରାଜ୍ୟ ହୋଇନାହିଁ।…

    Continue reading
    ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ ; ଦାୟିିତ୍ୱରେ ଥିବା ଅଧିକାରୀଙ୍କଠୁ କ୍ଷତିଭରଣା ହେଉ: ବିଜେଡି

    ଭୁବନେଶ୍ବର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ବହୁ ତଥ୍ୟଗତ ତ୍ରୁଟି ରହିଛି। ଏହା ବିଜେପି ସରକାରର ଦାୟିତ୍ୱହୀନତା ବୋଲି ଅଭିଯୋଗ କରିଛି ବିଜେଡି। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ସଂଶୋଧିତ ଓ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତି କରାଯାଉ, ନଚେତ ପୂର୍ବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ