ମୁହଁ ଖୋଲିଲେ ଯୁବତୀ: ଲୋକେ ଆସିଲେ ବୋଲି ମୁଁ ବଞ୍ଚିଛି

ବାଲିଅନ୍ତା: ଖୋର୍ଦ୍ଧା ଜିଲା ବାଲିଅନ୍ତାରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ଯୁବତୀ। ସେ କହିଛନ୍ତି, ମୋତେ ଓ ମୋ’ ସାଙ୍ଗକୁ ୨ ଜଣ ଯୁବକ ଅସଦାଚରଣ କରିଥିଲେ। ଆଗରୁ ମୁଁ ସେମାନଙ୍କୁ କେବେ କେଉଁଠି ଦେଖି ନ ଥିଲି। ମୁଁ ଓ ମୋ’ ସାଙ୍ଗ ସ୍କୁଟରରେ ମାଉସୀ ଘରକୁ ଯିବାବେଳେ ବାଟରେ ସେମାନେ ଆମକୁ କିଛି କହିଥିଲେ। ପରେ ପଛକୁ ଫେରି ଆମ ଗାଡ଼ିକୁ ଧକ୍କା ଦେଇ ଅସଦାଚରଣ କରିଥିଲେ। ସ୍ଥାନୀୟ ଲୋକେ ଆସିଲେ ବୋଲି ମୁଁ ବଞ୍ଚିଛି ବୋଲି କହିଛନ୍ତି ଯୁବତୀ।

ରାଜଧାନୀ ଉପକଣ୍ଠ ବାଲିଅନ୍ତା ରାମଚନ୍ଦ୍ରପୁର ବ୍ରିଜ୍‌ ନିକଟରେ ଦୁଇ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଜିଆର୍‌ପି କନ୍‌ଷ୍ଟେବଲ ସୌମ୍ୟରଞ୍ଜନଙ୍କୁ ଗାଁ ଲୋକେ ପିଟିପିଟି ମାରିଦେଇଛନ୍ତି। ବଡ଼ କଥା ହେଲା, ପିସିଆର ଭ୍ୟାନ୍‌ ପହଞ୍ଚିଥିଲେ ମଧ୍ୟ ଅଭିଯୁକ୍ତମାନେ ପୋଲିସ ଉପସ୍ଥିତିରେ ସୌମ୍ୟରଞ୍ଜନଙ୍କ ହାତ, ଗୋଡ଼ ବାନ୍ଧି ବାଉଁଶରେ ଝୁଲାଇ ପିଟିଥିଲେ। ଶେଷରେ ବାଉଁଶରେ ଝୁଲାଇ ଗାଡ଼ିରେ ଲଦି ଗାଁ ଭିତରକୁ ନେଇଥିଲେ। ଫଳରେ ସୌମ୍ୟରଞ୍ଜନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକଙ୍କ ଘର ମୌଜପୁର ଗ୍ରାମରେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ଏନେଇ ବାଲିଅନ୍ତା ପୋଲିସ କେସ୍‌ ନଂ-୨୧୨/୨୬ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ତନାଘନା କରୁଛି। ଭାଇରାଲ ହୋଇଥିବା ଭିଡିଓରୁ ଅଭିଯୁକ୍ତମାନଙ୍କୁ ପୋଲିସ ଚିହ୍ନଟ କରୁଛି। ଅନ୍ୟପଟେ ଯୁବତୀ ଜଣଙ୍କ ମଧ୍ୟ ମୃତ ସୌମ୍ୟରଞ୍ଜନଙ୍କ ନାମରେ ବାଲିଅନ୍ତା ଥାନାରେ ବଳାତ୍କାର ଉଦ୍ୟମ ଅଭିଯୋଗ କରିଛନ୍ତି। ପୋଲିସ କେସ୍‌ ନଂ.୨୧୩/୨୬ରେ ଆଉ ଏକ ମାମଲା ରୁଜୁ କରିଛି। ଗାଁରେ ଉତ୍ତେଜନା ପରିସ୍ଥିତି ଲାଗିରହିଥିବାରୁ ବାଲିପାଟଣା, ପାହାଳ ଏବଂ ଅନ୍ୟ ଥାନାର ଅଧିକାରୀଙ୍କୁ ମୁତୟନ କରାଯିବା ସହ ଫୋର୍ସ ମଧ୍ୟ ରଖାଯାଇଛି। ପ୍ରାଥମିକ ତଦନ୍ତରୁ ଯୁବକଙ୍କ ହତ୍ୟା ପଛରେ ତୃତୀୟ ପକ୍ଷଙ୍କ ସମ୍ପୃକ୍ତି ରହିଛି। ସୌମ୍ୟରଞ୍ଜନଙ୍କ ବାଇକ୍‌ ପଛରେ ବସିଥିବା ଯୁବକଙ୍କ ବୟାନ ନିଆଯାଇଛି। ଭାଇରାଲ ହୋଇଥିବା ଭିଡିଓରୁ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଉଛି। ସେମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ। ଅନ୍ୟପଟରେ ଅସଦାଚରଣର ଶିକାର ହୋଇଥିବା ଯୁବତୀ ଥାନାରେ ବଳାତ୍କାର ଉଦ୍ୟମ ଅଭିଯୋଗ ଆଣିଛନ୍ତି। ଜିଆର୍‌ପି ପୋଲିସକୁ ଏନେଇ ସବୁ ଜଣାଇ ଦିଆଯାଇଛି। ସେମାନେ ଆମ ସହ ଯୋଗାଯୋଗରେ ଅଛନ୍ତି ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି।
ସୂଚନା ଅନୁସାରେ, ଅପରାହ୍ନ ପ୍ରାୟ ୨ଟାରେ ୨ ଯୁବତୀ ସ୍କୁଟି ଯୋଗେ ଭିଙ୍ଗାରପୁର ଯାଉଥିଲେ। ଏହି ସମୟରେ ସୌମ୍ୟରଞ୍ଜନ ଏବଂ ତାଙ୍କ ସହଯୋଗୀ ଓମ୍‌ପ୍ରକାଶ ମହାନ୍ତି ବାଇକ୍‌ରେ ସମାନ ଦିଗରେ ଯାଉଥିଲେ। ରାମଚନ୍ଦ୍ରପୁର ବ୍ରିଜ୍‌ ନିକଟରେ ଯୁବତୀଙ୍କୁ ଏକଲା ଦେଖି ସୌମ୍ୟରଞ୍ଜନ ଗାଡ଼ିକୁ ଦ୍ରୁତ ଗତିରେ ଚଳାଇ ଯିବା ସହ ଯୁବତୀଙ୍କୁ ସାଇଡ୍‌ ମାରିଥିଲେ। ପରେ ସେମାନେ ପୁଣି ଗାଡ଼ି ବୁଲାଇ ପଛକୁ ଆସି ଯୁବତୀଙ୍କ ସ୍କୁଟିକୁ ଧକ୍କା କରିଥିଲେ। ୨ଯୁବତୀ ତଳେ ପଡ଼ିଯିବା ପରେ ସେମାନେ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ମୃତ ସୌମ୍ୟରଞ୍ଜନ ଏବଂ ଓମ୍‌ ପ୍ରକାଶ ନିଶାଗ୍ରସ୍ତ ଅବସ୍ଥାରେ ସବୁ ସୀମା ଟପିଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କୁ ବଳାକତ୍ାର ଉଦ୍ୟମ ମଧ୍ୟ କରିଥିଲେ। ନିଜକୁ ବଞ୍ଚାଇବା ପାଇଁ ଦୁଇ ଯୁବତୀ ଚିତ୍କାର କରିବା ପରେ ସ୍ଥାନୀୟ ଗାଁ ଲୋକ ଦୌଡ଼ି ଆସିଥିଲେ। ଏହାପରେ ଲୋକେ ସେମାନଙ୍କ ହାତଗୋଡ଼ ବାଉଁଶରେ ବାନ୍ଧି ପିଟିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ପୋଲିସ ସମ୍ମୁଖରେ ମଧ୍ୟ ଲୋକେ ୨ଜଣଙ୍କୁ ପିଟିଥିଲେ। ପୋଲିସ ସୌମ୍ୟରଞ୍ଜନ ଏବଂ ଓମ୍‌ ପ୍ରକାଶଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କ ମୃତ୍ୟୁ ଘଟିଥିଲା। ଓମ୍‌ ପ୍ରକାଶ ମହାନ୍ତି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ମୃତକ ସୌମ୍ୟରଞ୍ଜନଙ୍କ ମା’ କହିଛନ୍ତି, ତାଙ୍କ ପୁଅଙ୍କୁ ଜାଣିଶୁଣି ହାତଗୋଡ଼ ବାନ୍ଧି ପିଟି ମାରିଦେଇଛନ୍ତି। ତାଙ୍କ ପୁଅ କାହାରିକୁ ଖରାପ ବ୍ୟବହାର ଦେଖାନ୍ତି ନାହିଁ। ଯେଉଁମାନେ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି। ଅନ୍ୟପଟରେ ଗାଁ ଲୋକଙ୍କ କହିବା ହେଲା, ନିଶାଗ୍ରସ୍ତ ଅବସ୍ଥାରେ ଦୁଇ ଯୁବକ ଉତ୍ପାତ କରିଥିଲେ। ଏପରିକି ଦୁଇ ଯୁବତୀଙ୍କୁ ରାମଚନ୍ଦ୍ରପୁର ବ୍ରିଜ ନିକଟରେ ବଳାକତ୍ାର ଉଦ୍ୟମ କରିଥିଲେ। ଯୁବତୀଦ୍ୱୟ ଚିତ୍କାର କରିଥିଲେ ମଧ୍ୟ ସେମାନେ ଛାଡ଼ି ନ ଥିଲେ। ଶେଷରେ ଗାଁ ଲୋକ ଆସି ଯୁବତୀଙ୍କୁ ଉଦ୍ଧାର କରିବା ସହ ୨ଯୁବକଙ୍କୁ ପିଟିଥିଲେ। ଫଳରେ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଭଳି ଯୁବକଙ୍କ ପାଇଁ ଯୁବତୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି।

  • Related Posts

    ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି

    ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି ସମୁଦାୟ ମହଙ୍ଗା ଭତ୍ତା ୫୮ ରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା ପିଛଲା ଭାବେ ୨୦୨୬ ଜାନୁଆରୀ’ରୁ ଲାଗୁ ହେବ ପେନସନ୍‌ଭୋଗୀଙ୍କ ଟି.ଆଇ ରେ ମଧ୍ୟ ବୃଦ୍ଧି ଭୁବନେଶ୍ୱର ୧୫…

    Continue reading
    ଏସକର୍ଟ ଗାଡ଼ିକୁ ହଟାଇଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକୁ ସ୍ୱୀକାର କରି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ତାଙ୍କ ନିଜ ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଉଥିବା ପାଇଲଟ ଓ ଏସକର୍ଟ ଗାଡି ଗୁଡିକୁ ହଟେଇ ଦେଇଛନ୍ତି। ଆଜିଠାରୁ ସଚିବାଳୟ ଯିବା କିମ୍ବା ଅନ୍ୟାନ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ