ବାପାମାଆଙ୍କୁ ଟାଙ୍ଗିଆରେ ହାଣିଲା ପୁଅ

କେନ୍ଦ୍ରାପଡ଼ା: ପାରିବାରିକ କଳହର କରୁଣ ପରିଣତି । ବାପାମାଆଙ୍କୁ ଟାଙ୍ଗିଆରେ ହାଣି ଲହୁଲୁହାଣ କରିଲା ପୁଅ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଲୁଣିମାଠିଆ ଗ୍ରାମରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଗତ ବିଳମ୍ବିତ ରାତିରେ ଘରୋଇ କଳିକୁ କେନ୍ଦ୍ର କରି ଶ୍ରୀରାମ କିସ୍କୁ, ପତ୍ନୀ ପାର୍ବତୀ କିସ୍କୁଙ୍କ ସହ ପୁଅ ସଞ୍ଜୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ସଞ୍ଜୟ ରାଗିଯାଇ ପାଖରେ ପଡ଼ିଥିବା ଏକ ଟାଙ୍ଗିଆରେ ବାପା ମାଆଙ୍କୁ ଆକ୍ରମଣ କରିଥିଲା। ଦୁହେଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ, ତାଙ୍କ ଝିଅ ଚିତ୍କାର କରିବାରୁ ପଡ଼ୋଶୀ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପଡ଼ୋଶୀ ଜପହରି କିସ୍କୁ, ରାମ କିସ୍କୁ, ଛୋଟରାଇ ବାସ୍କେ,ଉଦୟ କିସ୍କୁ ସଞ୍ଜୟକୁ ଧରି ପୁଲିସ ଜିମା ଦେଇଛନ୍ତି। ଟାଙ୍ଗିଆ ଛଡାଇବା ସମୟରେ ଜପହରିଙ୍କ ହାତରେ ମଧ୍ୟ ଆଘାତ ଲାଗିଛି। ତେବେ ଶ୍ରୀରାମ ଓ ପତ୍ନୀ ପାର୍ବତୀ ଏବେ କଟକ ବଡ଼ ମେଡିକାଲରେ ମୃତ୍ୟୁ ସହ ଲଢେଇ କରୁଛନ୍ତି। ଅଭିଯୋଗ ପାଇ ଜମ୍ବୁ ସାମୁଦ୍ରିକ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।

  • Related Posts

    ଏସକର୍ଟ ଗାଡ଼ିକୁ ହଟାଇଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକୁ ସ୍ୱୀକାର କରି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ତାଙ୍କ ନିଜ ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଉଥିବା ପାଇଲଟ ଓ ଏସକର୍ଟ ଗାଡି ଗୁଡିକୁ ହଟେଇ ଦେଇଛନ୍ତି। ଆଜିଠାରୁ ସଚିବାଳୟ ଯିବା କିମ୍ବା ଅନ୍ୟାନ୍ୟ…

    Continue reading
    ଏଣିକି ଆପାର୍ଟମେଣ୍ଟର ସାଧାରଣକ୍ଷେତ୍ର ଏବଂ ସୁବିଧାଗୁଡ଼ିକ ପାଇଁ ମାତ୍ର ୫୦,୦୦୦ଟଙ୍କା ଷ୍ଟାମ୍ପ ଦେୟ

    ଭୁବନେଶ୍ବର: ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ଅଧ୍ୟାଦେଶ ସମ୍ପର୍କିତ ବିଜ୍ଞପ୍ତି ଓଡ଼ିଶା ଗେଜେଟ୍‌ରେ ପ୍ରକାଶ ପାଇଛି l ଏହି ପରିପ୍ରେକ୍ଷୀରେ ପୂର୍ବରୁ ପ୍ରଚଳିତ ଥିବା ଆପାର୍ଟମେଣ୍ଟ୍ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରିବା ପାଇଁ ଓ ସରକାରଙ୍କ ରାଜସ୍ବ ଆଦାୟକୁ ସୁରକ୍ଷିତ କରିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ