ଯାଜପୁର ଜିଲାର ଅର୍ଦ୍ଧାଧିକ ଅଞ୍ଚଳ ଜଳମଗ୍ନ

ଯାଜପୁର : ବୈତରଣୀ ଓ ଏହାର ଶାଖା ନଦୀ କାଣୀର ବନ୍ୟାଜଳ ଦାଉ ସାଧିଥିବା ବେଳେ ଗୁରୁବାରଠାରୁ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଉଛୁଳା ପାଣି ଯାଜପୁର ଜିଲାର ଅର୍ଦ୍ଧାଧିକ ଅଞ୍ଚଳକୁ ଜଳମଗ୍ନ କରିଦେଇଛି। ଜିଲାର ସୁକିନ୍ଦା ଓ ଦାନଗଦି ବ୍ଲକକୁ ଛାଡ଼ି ଦଶରଥପୁର, ବିଞ୍ଝାରପୁର, ଯାଜପୁର, ବରୀ, ରସୁଲପୁର, କୋରେଇ, ଧର୍ମଶାଳା ଓ ବଡ଼ଚଣା ଭଳି ୮ଟି ବ୍ଲକ ଏବଂ ଯାଜପୁର ପୌରାଞ୍ଚଳର ଜନସାଧାରଣ ବନ୍ୟା ଯୋଗୁଁ ଚରମ ଦୁର୍ଦ୍ଦଶା ଭୋଗୁଛନ୍ତି। ଅପରପକ୍ଷରେ ବନ୍ୟା ଯୋଗୁଁ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଯାଜପୁର ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ୩୧ ତାରିଖ ଶୁକ୍ରବାର ଓ ଅଗଷ୍ଟ ୧ ତାରିଖ ଶନିବାର ଦିନ ବନ୍ଦ ରଖାଯାଇଛି। ଜିଲାପାଳ ଗୁରୁବାର ସନ୍ଧ୍ୟାରେ ଏନେଇ ଘୋଷଣା କରିଛନ୍ତି।
ସରକାରୀ ଆକଳନ ଅନୁଯାୟୀ, ଜିଲାର ୯୭ଟି ଗ୍ରାମପଞ୍ଚାୟତର ୨୭୫ଟି ଗ୍ରାମ ଓ ଯାଜପୁର ମ୍ୟୁନିସିପାଲିଟିର ଗୋଟିଏ ୱାର୍ଡର ମୋଟ ୧ ଲକ୍ଷ ୩୭ ହଜାର ୧୦ ଜଣ ଲୋକ ବନ୍ୟାରେ ସିଧାସଳଖ ପ୍ରଭାବିତ ହୋଇଛନ୍ତି। ବରୀ ବ୍ଲକ ବାଙ୍କସାହିଠାରେ ବ୍ରାହ୍ମଣୀ ନଦୀବନ୍ଧରେ ୧୦୦ ଫୁଟର ଘାଇ ସୃଷ୍ଟି ହୋଇଥିବା ବେଳେ ଚନ୍ଦନପୁର ଓ ଅରୁଆଳଠାରେ ୩ଟି ଘାଇ ହୋଇଛି। ସେହିପରି ବ୍ରାହ୍ମଣୀର ବନ୍ୟାଜଳ ବଡ଼ଚଣା ବ୍ଲକର ଚାରିନଙ୍ଗଳ, ଗୋପାଳପୁର, ମଝିପଡ଼ା, ପତରାଜପୁର, ବାଲିଚନ୍ଦ୍ରପୁର ଓ ମାଣ୍ଡୁକା ପଞ୍ଚାୟତକୁ ଜଳମଗ୍ନ କରିଛି। କୋରେଇ ବ୍ଲକର ଗୋଳେଇପୁର, ବଡ଼ବିରୁହାଁ, ତଣ୍ଡରା, ଯାଜପୁର ବ୍ଲକର ଝାଲପଡ଼ା, ବୈତରଣୀ ବନ୍ୟାରେ କସପା, ବଙ୍ଗାଳିସାହି, ତରପଦା, ମଲ୍ଲିକାପୁର, କୟାଁ, କମାରଡିହ, କଟିକଟା ଏବଂ ରସୁଲପୁର ବ୍ଲକର କୁଜିବର ଅଞ୍ଚଳରେ ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।
ଏହି ବନ୍ୟାରେ ଜିଲାର ପ୍ରାୟ ୨୦, ୨୦୬.୩ ହେକ୍ଟର ଚାଷଜମି ବୁଡ଼ି ରହିଥିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି। ସେହିପରି ୫୨, ୮୩୫ଟି ଗୃହପାଳିତ ପଶୁ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହୋଇଛନ୍ତି।

ପ୍ରଶାସନ ପକ୍ଷରୁ ବନ୍ୟାଞ୍ଚଳରୁ ୩୫, ୫୭୨ ଜଣଙ୍କୁ ଉଦ୍ଧାର କରାଯାଇ ୧୦୮ଟି ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ୯୧ଟି ରିଲିଫ୍ ସେଣ୍ଟର ମାଧ୍ୟମରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି। ଏଥିମଧ୍ୟରେ ୨୯୮.୮୩ କ୍ୱିଣ୍ଟାଲ୍ ଚୁଡ଼ା, ୪୪.୧୩ କ୍ୱିଣ୍ଟାଲ୍ ଗୁଡ଼, ୭୫ କେଜି ମୁଢ଼ି, ୩୦୦ ପ୍ୟାକେଟ୍ ବିସ୍କୁଟ, ମହମବତି ଓ ଦିଆସିଲି ସହ ୧୬ଟି ପଲିଥିନ୍ ରୋଲ୍ ବଣ୍ଟନ କରାଯାଇଥିବା ପ୍ରଶାସନ ସୂତ୍ରରୁ ପ୍ରକାଶ। ସେହିପରି ସ୍ୱାସ୍ଥ୍ୟ ସେବା ପାଇଁ ୮ଟି ମେଡିକାଲ ଦଳ, ୪ଟି ପ୍ରାଣୀ ଚିକିତ୍ସା ଦଳ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଗୋଟିଏ ଏନଡିଆରଏଫ, ୪ଟି ଓଡ୍ରାଫ ଓ ୧୨ଟି ଅଗ୍ନିଶମ ସେବା ଦଳ ନିୟୋଜିତ ଅଛନ୍ତି।

ଜିଲାପାଳ ଅମ୍ବର କୁମାର କର ଏବଂ ରାଜ୍ୟ ଅବକାରୀ କମିସନର ପି. ଅନ୍ୱେଷା ରେଡ୍ଡୀ ବରୀ, ଦଶରଥପୁର ଓ ବିଞ୍ଝାରପୁର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୁଚାରୁ ପରିଚାଳନା ପାଇଁ ଜିଲାପାଳ ୮ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ବିଭିନ୍ନ ବ୍ଲକ ଓ ପୌରାଞ୍ଚଳର ଦାୟିତ୍ୱ ଦେଇଛନ୍ତି।

ଅତିରିକ୍ତ ଜିଲାପାଳ ଯୁଧିଷ୍ଠିର ନାଏକଙ୍କୁ ଦଶରଥପୁର ବ୍ଲକ, ଅତିରିକ୍ତ ଜିଲାପାଳ (ରାଜସ୍ବ) ଶିବାନନ୍ଦ ସ୍ବାଇଁଙ୍କୁ ବରୀ ବ୍ଲକ, ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଲମ୍ବୋଦର ଖୁଣ୍ଟିଆଙ୍କୁ ବିଞ୍ଝାରପୁର ବ୍ଲକ, ଉପ ଜିଲାପାଳ ତାପସ ରଞ୍ଜନ ଦେହୁରୀଙ୍କୁ ରସୁଲପୁର ଓ ଧର୍ମଶାଳା ବ୍ଲକ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦଙ୍କୁ କୋରେଇ, ଦାନଗଦି ଓ ସୁକିନ୍ଦା ବ୍ଲକ ସହିତ ବ୍ୟାସନଗର ମ୍ୟୁନିସିପାଲିଟି ଦାୟିତ୍ୱ ଦିଆଯାଇଛି। ସେହିପରି ଅତିରିକ୍ତ ଉପ ଜିଲାପାଳ, ପଲ୍ଲବୀ ରାଣୀ ରାଜଙ୍କୁ ବଡ଼ଚଣା ବ୍ଲକ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଦେବୀ ପ୍ରସାଦ ମହାନ୍ତିଙ୍କୁ ଯାଜପୁର ମ୍ୟୁନିସିପାଲିଟିର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରି ଉଦ୍ଧାର କାର୍ଯ୍ୟର ତଦାରଖ କରିବା ନିମନ୍ତେ ନିୟୋଜିତ କରାଯାଇଛି।ବର୍ତ୍ତମାନ ବର୍ଷା କମିବା ସହ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଉଥିବାରୁ ଆଗକୁ ପରିସ୍ଥିତି ଅଧିକ ଭୟାବହ ହେବାର ଆଶଙ୍କା କମିଛି। ତେବେ ବନ୍ୟାଜଳ ସମ୍ପୂର୍ଣ୍ଣ ହ୍ରାସ ପାଇବା ପରେ ଗ୍ରାମାଞ୍ଚଳରେ ଜନଜୀବନ ସ୍ୱାଭାବିକ ହେବାକୁ କିଛି ସମୟ ଲାଗିବ।

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ