ଲୋଇସିଂହା ଜଳବନ୍ଦୀ ଅଞ୍ଚଳରେ ଲୋକଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଜଳମଗ୍ନ ପୋଲ ଉପରେ ପାଦରେ ଚାଲି ସ୍ଥିତି ପରଖିଲେ

ରନ୍ଧା ଖାଦ୍ୟ ବଣ୍ଟନ କଲେ, ଲୋକଙ୍କ ସମସ୍ୟା ଶୁଣିଲେ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ତଥା ଲୋଇସିଂହା ବିଧାୟକ ବଲାଙ୍ଗୀର ଲୋଇସିଂହାର ବିଭିନ୍ନ ଅଞ୍ଚଳରେ ଅତ୍ୟଧିକ ବର୍ଷା ଯୋଗୁଁ ଜଳବନ୍ଦୀରେ ପ୍ରଭାବିତ ଗ୍ରାମଗୁଡ଼ିକୁ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି । ଜଳବନ୍ଦୀ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଆଶ୍ୱାସନ ଦେଇଛନ୍ତି।

ଗସ୍ତ ସମୟରେ ମାନ୍ୟବର ମନ୍ତ୍ରୀ ଜଳମଗ୍ନ ଅଞ୍ଚଳ ପାଦରେ ଚାଲି ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ। ବିପଦପୂର୍ଣ୍ଣ ପରିସ୍ଥିତି ସତ୍ତ୍ୱେ ସେ ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୈନନ୍ଦିନ ସମସ୍ୟା, ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ।

ମାନ୍ୟବର ମନ୍ତ୍ରୀ ପ୍ରଭାବିତ ଲୋକମାନେ ଯେପରି ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ରାଜ୍ୟ ସରକାର ପ୍ରଭାବିତ ଲୋକଙ୍କ ସହ ସର୍ବଦା ଛିଡ଼ା ହୋଇ ରହିଛନ୍ତି ଏବଂ ସେମାନଙ୍କ ସୁରକ୍ଷା ଓ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ।

ଗସ୍ତ ସମୟରେ ଉପସ୍ଥିତ ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ମାନ୍ୟବର ମନ୍ତ୍ରୀ ସ୍ଥିତିର ସମୀକ୍ଷା କରିଥିଲେ। ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଔଷଧ, ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଏବଂ ରୋଗ ନିରାକରଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଗ୍ରାମବାସୀମାନେ ମାନ୍ୟବର ମନ୍ତ୍ରୀଙ୍କୁ ନିଜ ମଧ୍ୟରେ ପାଇ ସେମାନଙ୍କ ବିଭିନ୍ନ ସମସ୍ୟା ଜଣାଇଥିଲେ। ମନ୍ତ୍ରୀ ସେମାନଙ୍କ ଅଭିଯୋଗ ଓ ଆବଶ୍ୟକତା ଧୈର୍ଯ୍ୟର ସହ ଶୁଣି ସମ୍ଭବ ଶୀଘ୍ର ସମାଧାନ ପାଇଁ ପ୍ରଶାସନକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।ମାନ୍ୟବର ମନ୍ତ୍ରୀ ପୁଇଁତଲା ବ୍ଲକର କୁଳେରବାହାଳୀ ,ଲସ୍ତଲା, ଲୋଇସିଂହା ବ୍ଲକର ସେମେଲମୁଣ୍ଡା ,ଲୋଇସିଂହା NAC,ଆଗଲପୁର ବ୍ଲକର ଡୁଙ୍ଗୁରିପାଲି, ରଫାଖାଳ, ବିନ୍ଧାପାଲି, କଣ୍ଠିପାଲି, ବାଇଗଣଖାରି ଛକ,ବାବୁ୍ଫାସଡ଼, ଲାଟସର ଗାଁ ବୁଲି ଦେଖିଛନ୍ତି | ତାଙ୍କର ଏହି ଗସ୍ତ ବେଳେ ଜିଲ୍ଲାପ୍ରଶାସନ ଏବଂ ବ୍ଲକ ପ୍ରଶାସନ ଅଧିକାରୀ ଉପସ୍ଥିତ ଥିଲେ |

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ