ରଥଯାତ୍ରା ଭିଡ଼ ଲୁଟେରାଙ୍କ ପାଇଁ ପୁଷମାସ: ୧୦୩ ଗିରଫ

ପୁରୀ: ରଥଯାତ୍ରା ଭିଡ଼ ଲୁଟେରାଙ୍କ ପାଇଁ ପୁଷମାସ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ରେ କରିଛନ୍ତି ଲୁଟ୍‌ପାଟ । ଗୋଟିଏ ପରେ ଗୋଟିଏ ଲୁଟ୍ କରି ଖସିଯାଉଥିବା ବେଳେ ଶତାଧିକ ଲୁଟେରାଙ୍କୁ କାବୁ କରିଛନ୍ତି ଶ୍ରଦ୍ଧାଳୁ । ସେମାନଙ୍କ ମଧ୍ୟରୁ କିଛି ଲୁଟେରାକୁ ପୁଲିସ ଗିରଫ କରିଥିବାବେଳେ ଅନ୍ୟମାନଙ୍କୁ ଅଟକ ରଖିଛି । ସହରର ବିଭିନ୍ନ ଥାନାରେ ୧୦୩ ଜଣ ଲୁଟେରାଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ୨୦୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଏମାନଙ୍କ ମଧ୍ୟରୁ ପ୍ରଥମ ପର୍ୟ୍ୟାୟରେ ବଳିଆପଣ୍ଡା ଓ ସମୁଦ୍ରକୂଳ ଥାନା ପୁଲିସ ୧୯ଜଣ ଲୁଟେରାଙ୍କୁ ଗିରଫ କରିଛି । ୧୯ଜଣ ଲୁଟେରାଙ୍କଠାରୁ ୫୮ଟି ମୋବାଇଲ୍ ଫୋନ୍ ଜବତ ହୋଇଛି ।

ବଳିଆପଣ୍ଡା ଥାନା ପୁଲିସ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର କିଙ୍ଗ୍‌ପିନ୍‌ ସହ ୧୩ ଜଣଙ୍କୁ କାବୁ କରିଛି । ସେମାନଙ୍କଠାରୁ ୪୨ଟି ମୋବାଇଲ୍ ଓ ଧଳା ରଙ୍ଗର ସ୍କୋର୍ପିଓ ଜବତ ହୋଇଛି । ଏଥିରୁ ପଶ୍ଚିମବଙ୍ଗରୁ ୧୧ ଜଣ ଥିବାବେଳେ ଜଣେ ବିହାରା ଏବଂ ଅନ୍ୟ ଜଣେ ଝାଡ଼ଖଣ୍ଡର କିଙ୍ଗପିନ୍ ରାମା ଆଶିଷ କୁମାର ଯାଦବଙ୍କ ଲୁଟେରା ଟିମ୍‌ରେ କାମ କରୁଥିଲା । ସେହିଭଳି ସମୁଦ୍ରକୂଳ ଥାନା ପୁଲିସ ଜଣେ ନାବାଳକ ସମେତ ୬ ଜଣ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୧୬ଟି ମୋବାଇଲ୍ ଫୋନ୍ ଜବତ କରିଛି । ଟାଉନ୍ ଥାନା ପୁଲିସ ବଡ଼ଦାଣ୍ଡ ସମେତ ସଂଲଗ୍ନ ଗଳିରୁ ୪୭ ଜଣ ଅନ୍ତଃରାଜ୍ୟ ଲୁଟେରାକୁ ଗିରଫ କରିଛି । ସେମାନଙ୍କଠାରୁ ୩ଟି ସୁନା ଚେନ୍, ୪ଟି ମନି ପର୍ସ, ୧ଟି ଭ୍ୟାନିଟି ବ୍ୟାଗ୍, ୨ଟି କଟର, ୩୩ଟି ମୋବାଇଲ ଓ ୩୨ ହଜାର ୪୦୦ ଟଙ୍କା ଜବତ କରିଛି ।
୨ ଦିନରେ ପ୍ରାୟ ହଜାରରୁ ଅଧିକ ଶ୍ରଦ୍ଧାଳୁ ଲୁଟ୍ପାଟ୍ର ଶିକାର ହୋଇ ଥାନାରେ ଭିଡ଼ ଲଗାଇଛନ୍ତି । ଶରଧାବାଲିରେ ୩ ରଥ ଲାଗିବା ପରେ ମଧ୍ୟ ଲୁଟେରାଙ୍କ ଆତଙ୍କ ସୀମା ଟପିଛି । ମାଳ ମାଳ ଅଭିଯୋଗପତ୍ର ଥାନା ଓ ଗୁଣ୍ଡିଚାବାଡ଼ି ପୁଲିସ ନିୟନ୍ତ୍ରଣ କକ୍ଷରେ ପହଞ୍ଚୁଛି । ୨ଟି ଥାନା ମାମଲା ରୁଜୁ କରି ୧୯ ଲୁଟେରାକୁ ଗିରଫ କରିଥିବାବେଳେ ବାକି ଥାନା ଅଞ୍ଚଳରେ ଲୁଟେରାଙ୍କୁ ଅଟକ ରଖାଯାଇଛି । ଅନ୍ୟପକ୍ଷରେ ଶୁକ୍ରବାର ମଧ୍ୟାହ୍ନରେ ବଡ଼ଦାଣ୍ଡରେ ରଥଟଣା ହେଉଥିବାବେଳେ ବଡ଼ଶଙ୍ଖରେ ଜଣେ ଲୁଟେରା ମହିଳା ଶ୍ରଦ୍ଧାଳୁଙ୍କ ବେକରୁ ସୁନା ଚେନ୍ ଲୁଟୁଥିବା ବେଳେ ତାକୁ କାବୁ କରି ପୁଲିସ ଜିମା ଦେଇଥିଲେ ଶ୍ରଦ୍ଧାଳୁ । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ମାଳ ମାଳ ପୁଲିସ୍ ଅଧିକାରୀ ଓ କର୍ମଚାରୀ ମୁତୟନ ରହିଥିବା ସତ୍ତେ୍ୱ ଲୁଟେରା ସେମାନଙ୍କୁ ଖାତିର ନ କରି ଲୁଟ୍ କରିବାରେ ସଫଳ ହେଉଛନ୍ତି ।

  • Related Posts

    ସୌମ୍ୟ ହତ୍ୟା ମାମଲା :୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

    ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବଡ଼ ଖବର । ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ଦୀର୍ଘ ଦିନର ତଦନ୍ତ ପରେ…

    Continue reading
    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ