ରାଜ୍ୟରେ ରେକର୍ଡ ସମୟରେ ୯୮.୬୫ ପ୍ରତିଶତ ପରିଗଣନା ଫର୍ମ ବଣ୍ଟନ; ତ୍ୱରାନ୍ୱିତ ହେଉଛି ଡିଜିଟାଇଜେସନ୍

ଭୁବନେଶ୍ୱର: ରାଜ୍ୟରେ ଭୋଟର ତାଲିକାର ‘ସ୍ୱତନ୍ତ୍ର ସଘନ ସଂଶୋଧନ’ କାର୍ଯ୍ୟକ୍ରମ ତ୍ୱରିତ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟକ ୯୮.୬୫ ପ୍ରତିଶତ ରେ ପହଞ୍ଚିଛି। ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ପ୍ରାୟ ଶେଷ ହୋଇଥିବାବେଳେ ବର୍ତ୍ତମାନ ପରିଗଣନା ଫର୍ମଗୁଡ଼ିକର ଡିଜିଟାଇଜେସନ୍‌ ଉପରେ ଗୁରୁତ୍ୱ ଦିଆଯାଉଛି।ବୁଥ୍ ସ୍ତରୀୟ ଅଧିକାରୀ ମାନେ ଘରକୁ ଘର ବୁଲି ପରିଗଣନା ଫର୍ମ ସଂଗ୍ରହ କରିବା ପରେ ସେଗୁଡ଼ିକୁ ଅନଲାଇନ୍ ମାଧ୍ୟମରେ ଡିଜିଟାଇଜ୍ କରୁଛନ୍ତି। ତେଣୁ ଯେଉଁ ଭୋଟରମାନେ ଏପର୍ଯ୍ୟନ୍ତ ନିଜର ପରିଗଣନା ଫର୍ମ ଦାଖଲ କରିନାହାନ୍ତି, ସେମାନେ ତୁରନ୍ତ ନିଜ BLOଙ୍କ ନିକଟରେ ଏହା ଜମା କରିବାକୁ ଅନୁରୋଧ କରାଯାଇଛି।ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି (୧୩ ଜୁନ) ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟର ମୋଟ ୩ କୋଟି ୨୯ ଲକ୍ଷ ୬୪ ହଜାର ୫୦୧ ଜଣ ଭୋଟରଙ୍କ ନିକଟରେ ପରିଗଣନା ଫର୍ମ ବଣ୍ଟନ କରାଯାଇସାରିଛି, ଯାହା ମୋଟ ଭୋଟରଙ୍କର ୯୮.୬୫ ପ୍ରତିଶତ।ସେହିପରି, ଏପର୍ଯ୍ୟନ୍ତ ୯୫ ଲକ୍ଷ ୪୧ ହଜାର ୯୨୪ଟି ପରିଗଣନା ଫର୍ମ ସଫଳତାର ସହ ଡିଜିଟାଇଜ୍ କରାଯାଇଛି, ଯାହା ମୋଟ ଭୋଟରଙ୍କର ୨୮.୫୭ ପ୍ରତିଶତ। ଆସନ୍ତା ଦିନଗୁଡ଼ିକରେ ଏହି ଡିଜିଟାଇଜେସନ୍ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଉଛି।ଆସନ୍ତା ୨୮ ଜୁନ ୨୦୨୬ ତାରିଖ ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଏବଂ ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସ୍ଥାନୀୟ ଅଞ୍ଚଳରେ ଘରକୁ ଘର ବୁଲି କାର୍ଯ୍ୟ କରୁଥିବା BLOମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସମୟସୀମା ପୂର୍ବରୁ ଫର୍ମ ଦାଖଲ କରିବା ପାଇଁ ସମସ୍ତ ଭୋଟରଙ୍କୁ ଅନୁରୋଧ କରାଯାଇଛି।

ନିର୍ଦ୍ଧାରିତ ସମୟ ମଧ୍ୟରେ ପରିଗଣନା ଫର୍ମ ଦାଖଲ ନକଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ସମ୍ପର୍କରେ ନିୟମାନୁସାରେ ଯାଞ୍ଚ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ। ସେଥିପାଇଁ ସମସ୍ତ ଯୋଗ୍ୟ ଭୋଟରଙ୍କୁ ନିଜର ପରିଗଣନା ଫର୍ମ ଶୀଘ୍ର ଦାଖଲ କରିବାକୁ କୁହାଯାଇଛି।ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ୱେବସାଇଟ୍ ରୁ ପରିଗଣନା ଫର୍ମ ଡାଉନଲୋଡ୍ କରି ନିଜେ ଅନଲାଇନ୍‌ରେ ମଧ୍ୟ ଦାଖଲ କରିପାରିବେ। ଭୋଟର ତାଲିକା ସମ୍ବନ୍ଧୀୟ ଯେକୌଣସି ସୂଚନା କିମ୍ବା ସହାୟତା ପାଇଁ ମାଗଣା ହେଲ୍ପଲାଇନ୍ ନମ୍ବର ୧୯୫୦ରେ ଯୋଗାଯୋଗ କରାଯାଇପାରିବ।ଏହି ସଂଶୋଧନ ପ୍ରକ୍ରିୟାକୁ ଅଧିକ ସୁଦୂରପ୍ରସାରୀ ଓ ସଫଳ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ରାଜ୍ୟର ସମସ୍ତ ବୈଦୁତିକ ଗଣମାଧ୍ୟମ , ପ୍ରିଣ୍ଟ ମିଡ଼ିଆ (ଖବରକାଗଜ), ରେଡ଼ିଓ ଏବଂ ସିନେମା ହଲ୍ ଗୁଡ଼ିକରେ ଏସଆଇଆର ସମ୍ପର୍କିତ ସଚେତନତା ବିଜ୍ଞାପନ ଓ ସୂଚନା ପ୍ରସାରଣ କରାଯାଉଛି।
ଗଣତନ୍ତ୍ରର ଏହି ମହତ୍ୱପୂର୍ଣ୍ଣ ପ୍ରକ୍ରିୟାରେ ସମସ୍ତ ଯୋଗ୍ୟ ଭୋଟରଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ସହ ଭୋଟର ତାଲିକାକୁ ସଠିକ୍, ଅଦ୍ୟତନ ଓ ତ୍ରୁଟିମୁକ୍ତ ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

  • Related Posts

    ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ

    ଦେବଗଡ଼:ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରାଯାଇଛି। ଦେବଗଡ କଲେଜସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଜିଲ୍ଲା ଯୋଗାଣ ଅଧିକାରୀ କିଶୋର ମହାରଣାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର ସାହୁ ମୁଖ୍ୟଅତିଥି, ଉପଜିଲ୍ଲାପାଳ ପରୀକ୍ଷିତ…

    Continue reading
    ବ୍ଲକସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚର ବୈଠକ

    ଦେବଗଡ଼: ବାରକୋଟସ୍ଥିତ ଡାକବଙ୍ଗଳାରେ ଆଜି ବ୍ଲକ୍‌ସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ପଞ୍ଚାନନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବାରକୋଟଠାରେ ନିର୍ମିତ ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ କରିବା, ଉଭୟ ବ୍ଲକ୍‌ ଓ ବଣେଇ ଛକରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ