ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଜୁନ୍ ୧୯ ତାରିଖରେ ରାଇରଙ୍ଗପୁରରେ ପହଁଚିବେ । ଏହାର ପରଦିନ ଜୁନ୍ ୨୦ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀରାଇରଙ୍ଗପୁରେ ପହଁଚିବେ । ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଉଭୟ ଜୁନ ୨୦ରେ ଓଡ଼ିଶା ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେରାଇରଙ୍ଗପୁରସ୍ଥିତ ଦାଣ୍ଡବୋଷଠାରେବିଭିନ୍ନଉନ୍ନୟନମୂଳକକାର୍ୟ୍ୟକ୍ରମର ଉଦଘାଟନ ଓ ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏକ ସାଧାରଣ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ । ଏହି କାର୍ୟ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବେ । ସାଧାରଣ ସଭା ପୂର୍ବରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମଧ୍ୟ ରାଇରଙ୍ଗପୁର ସ୍ଥିତ ପାହାଡ଼ପୁର ଯାଇ ସେଠାରେ ସ୍ଥାନୀୟ କାର୍ୟ୍ୟକ୍ରମରେ ଯୋଗଦାନ ସହ ଏକ ପ୍ରଦର୍ଶନୀ ପରିଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି ।
ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ୟ୍ୟକ୍ରମକୁ ଦୃଷ୍ଟିରେ ରଖି ଆଜି ପୂର୍ବାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷ ଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗସ୍ତ କାର୍ୟ୍ୟକ୍ରମର ସୁଚାରୁ ରୂପେ ପରିଚାଳନା ଏବଂ ସମସ୍ତ ବ୍ୟବସ୍ଥାର ସଠିକ୍ କାର୍ୟ୍ୟାନ୍ୱୟନ ନେଇ ବୈଠକରେ ମୁଖ୍ୟ ଶାସନ ସଚିବ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ଗୃହ,ଶିଳ୍ପ, ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଟିବ ଶ୍ରୀ ହେମନ୍ତ ଶର୍ମା, ପୁଲିସ ମହାନିର୍ଦ୍ଦେଶକଅଗ୍ନିଶମ ସେବା,ଡଃ ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭିନ୍ନ ବିଭାଗରସଚିବ,କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସମେତ ପୁଲିସ୍ ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀ, ଦୂରଦର୍ଶନ, ଟେଲିକମ୍ ସେବା ଆଦି ସଂପୃକ୍ତ ସଂସ୍ଥାର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ, ମୟୂରଭଂଜ, ପୂର୍ବାଞ୍ଚଳ ପୁଲିସ୍ ଆଇଜି, ଆରକ୍ଷୀ ଅଧିକ୍ଷକ, ମୟୂରଭଂଜ ପ୍ରମୁଖ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଭାସୀମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।
ବୈଠକରେ ମାନ୍ୟବର ରାଷ୍ଟ୍ରପତି ଓ ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା,ପ୍ରୋଟୋକଲ, କାର୍କେଡ୍ ପରିଚାଳନା, ହେଲିପ୍ୟାଡ୍ ପ୍ରସ୍ତୁତି, ଆୟୋଜିତ ସମସ୍ତ କାର୍ୟ୍ୟକ୍ରମର ସମନ୍ୱୟ, ବିମାନବନ୍ଦରେ ଆନୁଷଙ୍ଗିକ ବ୍ୟବସ୍ଥା, ଅତିଥିମାନଙ୍କ ସାମୟିକ ରହଣି, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା, ଅଗ୍ନିଶମ ସେବା, ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ, ଆବଶ୍ୟକ ସଡ଼କ ମରାମତି, ପରିମଳ ବ୍ୟବସ୍ଥା, ଟେଲିଯୋଗାଯୋଗ, ଗଣମାଧ୍ୟମ ପରିଚାଳନା ଆଦି ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ରାଧାକିଶନ ଶର୍ମା ପ୍ରାରମ୍ଭିକ ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରିଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମସ୍ତ ସମ୍ପୃକ୍ତ ବିଭାଗ ଏବଂ ଜିଲ୍ଲା ପ୍ରଶାସନକୁ ପରସ୍ପର ସମନ୍ୱୟ ରକ୍ଷା କରି ନିୟମିତ ତଦାରଖ କରିବା ସହ ସମୟସୀମା ମଧ୍ୟରେ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗସ୍ତ କାର୍ୟ୍ୟକ୍ରମର ପ୍ରତ୍ୟେକ ପର୍ୟ୍ୟାୟରେ ସର୍ବୋଚ୍ଚମାନର ସୁରକ୍ଷା, ପ୍ରୋଟୋକଲ ବ୍ୟବସ୍ଥା ସହ ଆନୁଷଙ୍ଗିକ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ସେବୈଠକରେ ଗୁରୁତ୍ୱାରୋପ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ
ଦେବଗଡ଼:ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରାଯାଇଛି। ଦେବଗଡ କଲେଜସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଜିଲ୍ଲା ଯୋଗାଣ ଅଧିକାରୀ କିଶୋର ମହାରଣାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର ସାହୁ ମୁଖ୍ୟଅତିଥି, ଉପଜିଲ୍ଲାପାଳ ପରୀକ୍ଷିତ…


