ରାସ୍ତା ଉପରେ ଜଳିଗଲା କାର୍‍, ୬ ଜୀବନ୍ତ ଦଗ୍ଧ

ମୁଜାଫରନଗର,: ଉତ୍ତରପ୍ରଦେଶର ମୁଜାଫର ନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା ଉପରେ ଜଳିଗଲା କାର୍‍ । ୬ ଜୀବନ୍ତ ଦଗ୍ଧ । ସୂଚନା ଅନୁସାରେ, ସୋମବାର ସକାଳେ, ପାନିପତ-ଖାତିମା ରାଜପଥରେ ଏକ କାର୍ ଶାମଲିରୁ ମୁଜାଫରନଗର ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା । ଟିଟାଭି ଥାନା ଅଞ୍ଚଳର ଜାଗାହେରୀ ସେତୁ ନିକଟରେ, କାରଟି ନିୟନ୍ତ୍ରଣ ହରାଇ ଏକ ଡିଭାଇଡରରେ ଧକ୍କା ଦେଇଥିଲା ଏବଂ ରାସ୍ତାର ଅନ୍ୟ ପାର୍ଶ୍ୱରେ ଓଲଟି ପଡ଼ିଥିଲା ।

ତେବେ ଏହି ଦ୍ରୁତଗାମୀ କାର୍ ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା । ଏହି ଭୟଙ୍କର ଦୁର୍ଘଟଣା ପରେ କାର୍ ରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଏତେ ପ୍ରଚଣ୍ଡ ଥିଲା ଯେ କାର୍ ଭିତରେ ଥିବା ଯାତ୍ରୀମାନେ ବାହାରକୁ ବାହାରିବାର କୌଣସି ସୁଯୋଗ ମିଳି ନଥିଲା । ଫଳରେ ଗାଡ଼ି ଭିତରେ ପୋଡ଼ି ହୋଇ ୬ ଜଣଙ୍କର ମୃତ୍ୟୁ ଘଟିଛି ।
ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଏକ ଶିଶୁ ରହିଥିବା ଜଣାପଡ଼ିଛି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହ ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରିନାହିଁ । ଏହି ଅଘଟଣ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

  • Related Posts

    ଭୟଙ୍କର ସଡ଼କ ଦୁର୍ଘଟଣା:୩ ଭାରତୀୟଙ୍କ ସମେତ ୧୪ ମୃତ

    ନୂଆଦିଲ୍ଲୀ; ୟୁନାଇଟେଡ୍ ଆରବ ଏମିରେଟସ୍ ର ଫୁଜୈରାହରେ ଭୟଙ୍କର ସଡ଼କ ଦୁର୍ଘଟଣା । ଗୁରୁବାର ବିଳମ୍ବିତ ରାତିରେ ନିୟନ୍ତ୍ରଣ ହରାଇ ଏକ ଟ୍ରକ୍ ୨୩ଟି ଗାଡ଼ିକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୩ ଭାରତୀୟଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହୋଇଛି…

    Continue reading
    ୟୁପି ରାଜନୀତି: ଓୱେସୀ-ଚନ୍ଦ୍ରଶେଖରଙ୍କ ମେଣ୍ଟ

    ଲକ୍ଷ୍ନୌ: ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି। ଏଆଇଏମଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଓ ଆଜାଦ ସମାଜ ପାର୍ଟିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଏକାଠି ହୋଇ ନୂଆ ରାଜନୈତିକ ମେଣ୍ଟ ଗଠନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି