‘ରୁଦ୍ରମ୍-୨’ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ

ବାଲେଶ୍ୱର,: ବାୟୁମଣ୍ଡଳରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ‘ରୁଦ୍ରମ୍-୨’ କ୍ଷେପଣାସ୍ତ୍ରର ପରୀକ୍ଷାତ୍ମକ ପରୀକ୍ଷଣ ସଫଳ ହୋଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ(ଡିଆର୍‌ଡିଓ) ଏବଂ ଭାରତୀୟ ବାୟୁସେନା (ଆଇଏଏଫ୍) ର ମିଳିତ ସହଯୋଗରେ ମଙ୍ଗଳବାର ଚାନ୍ଦିପୁର ଆଇଟିଆର୍‌ରୁ ଏହି ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ବେଳେ କ୍ଷେପଣାସ୍ତ୍ରଟି ସମସ୍ତ ଉପାଦାନକୁ ଛୁଇଁଥିଲା । କ୍ଷେପଣାସ୍ତ୍ରକୁ ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳକୁ ନିକ୍ଷେପ କରାଯାଇଥିଲା । ଏହା ନିୟୋଜିତ ବିଭିନ୍ନ ରେଞ୍ଜ ଉପକରଣ ଦ୍ୱାରା କଏଦ ଉଡ଼ାଣ ତଥ୍ୟ ଦ୍ୱାରା ସମସ୍ତ ପରୀକ୍ଷଣ ଉଦ୍ଦେଶ୍ୟ ପୂରଣ କରିଥିଲା ।
ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ରୁଦ୍ରମ୍-୨ କ୍ଷେପଣାସ୍ତ୍ରକୁ ଡିଆରଡିଓ ଅଧୀନସ୍ଥ ହାଇଦ୍ରାବାଦର ରିସର୍ଚ୍ଚ ସେଣ୍ଟର ଇମାରତ ଓ ଅନ୍ୟ ଗବେଷଣା ସଂସ୍ଥା ଦ୍ୱାରା ବିକଶିତ କରାଯାଇଛି । ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୫୦ କିମି ରହିଥିବାବେଳେ ଏଥିରେ ୨୦୦ କିଗ୍ରାର ଯୁଦ୍ଧାସ୍ତ୍ର ବହନ କରାଯାଇପାରିବ । ଏହାକୁ ଏବେ ସୁଖୋଇ ଏସୟୁ-୩୦ ଏମ୍‌କେଆଇ ବିମାନରୁ ପରୀକ୍ଷଣ କରାଯାଉଛି ।ଏହି ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ, ଆଇଏଏଫ ସମେତ ପ୍ରତିରକ୍ଷା ବିଭାଗର ଅନ୍ୟ ଗବେଷଣା ଶିଳ୍ପର କର୍ମକର୍ତ୍ତାଙ୍କୁ ପ୍ରଶଂସା କରିଛନ୍ତି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଉକ୍ତ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଯୁକ୍ତିର ସଫଳତା ଓ ପରିପକ୍ୱତାକୁ ବର୍ଣ୍ଣନା କରିଛି ବୋଲି ସେ କହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହଙ୍କ ସମେତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଚିବ ମଧ୍ୟ ଏହି ସଫଳତା ପାଇଁ ପରୀକ୍ଷଣରେ ନିୟୋଜିତ ଥିବା ସମସ୍ତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

  • Related Posts

    ଏ ବର୍ଷ ଏଲ୍ ନିନୋ ପ୍ରଭାବରେ କମ୍ ବର୍ଷା ସମ୍ଭାବନା

    ଚଳିତ ବର୍ଷ ମୌସୁମୀ ପ୍ରବାହ ସମୟରେ ଏଲ୍ ନିନୋ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିଯୋଗୁଁ ଚଳିତ ବର୍ଷ ମୌସୁମୀ ଋତୁ ଅର୍ଥାତ ଜୁନ୍ ରୁ ସେପ୍ଟମ୍ବର ମଧ୍ୟରେ ବର୍ଷାର ପରିମାଣ କମ୍ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ…

    Continue reading
    ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଗଠିତ ବ୍ରିକ୍ସ ଗୋଷ୍ଠୀର ଦ୍ୱିତୀୟ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ

    ଭୁବନେଶ୍ୱର: ଭାରତ ୨୦୨୬ ବ୍ରିକ୍ସ ରାଷ୍ଟ୍ର ଗୋଷ୍ଠୀ ବୈଠକର ଅଧ୍ୟକ୍ଷତା କରୁଥିବା ବେଳେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ପକ୍ଷରୁ ପୁରୀ ଠାରେ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀର ଦ୍ୱିତୀୟ ବୈଠକ ଆୟୋଜନ କରାଯାଉଛି । ଆଜି ଠାରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ