​​​​​​​ସରିଲା ମଦ ନିଲାମ: ସରକାରଙ୍କ ଆୟ ୮୦୦ କୋଟି

ଭୁବନେଶ୍ୱର: ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ୩୨ଟି ଅବକାରୀ ରାଜସ୍ୱ ଜିଲ୍ଲାରେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ପାଇଁ ଲଟେରୀ ଉଠାଣ ପ୍ରକ୍ରିୟା ଶେଷ ହୋଇଛି । ସବୁ ଅବକାରୀ ଜିଲ୍ଲାରେ ଜିଲ୍ଲାପାଳ କିମ୍ବା ଏଡିଏମ୍‌ ଲଟେରୀ ଉଠାଇଥିଲେ । ରାଜ୍ୟ ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଗୋଟିଏ ଦିନରେ ୯୬୦ଟି ବିଦେଶୀ ମଦ ଦୋକାନ ପାଇଁ ଲଟେରୀ କରାଯାଇ ଲାଇସେନ୍ସ ପାଇଥିବା ଆବେଦନକାରୀଙ୍କ ନାଁ ଘୋଷଣା କରାଯାଇଛି । ୧୧୦୯ଟି ମଦ ଦୋକାନ ପାଇଁ ୨୬ ହଜାର ୬ ଶହ ଜଣ ଆବେଦନ କରିଥିଲେ । ଲଟେରୀ ହୋଇଥିବା ୯୬୦ଟି ଦୋକାନ ମଧ୍ୟରୁ ୫୦% ବିହାରର ବ୍ୟବସାୟୀ ହାତେଇବାରେ ସଫଳ ହୋଇଛନ୍ତି । ୨୦୨୧ ମସିହାରେ ୧୨୯୭ଟି ମଦ ଦୋକାନ ପାଇଁ ୧୯୪୧୬ ଜଣ ଆବେଦନ କରିଥିଲେ । ସେତେବେଳେ ମଦ ଦାକାନ ଲାଇସେନ୍ସ ପ୍ରକ୍ରିୟାରେ ଲଟେରୀ ପାଇଁ ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କା ଦେବାକୁ ପଡୁଥିଲା । ଯାହାକି ନନ୍‌ ରିଫଣ୍ଡେବଲ୍‌ । ଅର୍ଥାତ୍‌ ଲାଇସେନ୍ସ ନମିଳିଲେ ଟଙ୍କା ଫେରସ୍ତ ନାହିଁ ।

ତେବେ ଏହାରି ଭିତରେ ସରକାର ଏକ ସର୍ତ୍ତ ରଖିଥିଲେ । ସର୍ତ୍ତ ଥିଲା ଯଦି ବାହାର ରାଜ୍ୟର ଯେଉଁ ବ୍ୟକ୍ତି ଲଟେରୀରେ ଭାଗ ନେବେ ସେମାନଙ୍କର ଓଡ଼ିଶାରେ ଜମି କି ଘର ଥିବା ନିହାତି ଆବଶ୍ୟକ । ହେଲେ ଚଳିତ ଥର ମଦ ଦୋକାନ ଲଟେରୀରେ ଏ ବ୍ୟବସ୍ଥା ରଖାଗଲାନାହିଁ । ଏହାବାଦ ଏମ୍‌ଜିକ୍ୟୁ(ମିନିମମ୍‌ ଗ୍ୟାରେଣ୍ଟେଡ୍‌ କୋଟା) ବଦଳରେ ଏମ୍‌ଜିଆର (ମିନିମମ୍‌ ଗ୍ୟାରେଣ୍ଟେଡ୍‌ ରେଭିନ୍ୟୁ) ଲାଗୁ କଲେ । ଲଟେରୀ ଆବେଦନ ଫି ବଢ଼ାଇ ଦେଲେ । ୨୦୨୬ରେ ସରକାର ଦେଶୀ ମଦ ଦୋକାନ ପାଇଁ ୨ ଲକ୍ଷ ଏବଂ ବିଦେଶୀ ଠିପି ବନ୍ଦ ଦୋକାନ ପାଇଁ ୩ ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିଲେ । ଯାହା ନନ୍‌ ରିଫଣ୍ଡେବଲ୍‌ । ଏହାପରେ ମଧ୍ୟ ମଦ ଦୋକାନ ପାଇଁ ରେକର୍ଡ ସଂଖ୍ୟକ ବ୍ୟବସାୟୀ ଲଟେରୀରେ ଭାଗ ନେଲେ । ୧୧୦୯ଟି ଦୋକାନ (ଦେଶୀ ଓ ବିଦେଶୀ ଠିପି ବନ୍ଦ) ପାଇଁ ପ୍ରାୟ ୨୬ ହଜାର ୬ ଶହରୁ ଅଧିକ ବ୍ୟକ୍ତି ଆବେଦନ କରିଥିଲେ । ଏଥିରୁ ସରକାର ପାଖାପାଖି ୮ ଶହ କୋଟି ରାଜସ୍ୱ ଆଦାୟ କଲେ । ଚଳିତ ବର୍ଷ ଲଟେରୀରେ ରାଜ୍ୟ ବାହାରର ଲୋକଙ୍କ ପାଇଁ କୌଣସି ନିୟମ ନଥିଲା ।

  • Related Posts

    ଏ ବର୍ଷ ଏଲ୍ ନିନୋ ପ୍ରଭାବରେ କମ୍ ବର୍ଷା ସମ୍ଭାବନା

    ଚଳିତ ବର୍ଷ ମୌସୁମୀ ପ୍ରବାହ ସମୟରେ ଏଲ୍ ନିନୋ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିଯୋଗୁଁ ଚଳିତ ବର୍ଷ ମୌସୁମୀ ଋତୁ ଅର୍ଥାତ ଜୁନ୍ ରୁ ସେପ୍ଟମ୍ବର ମଧ୍ୟରେ ବର୍ଷାର ପରିମାଣ କମ୍ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ…

    Continue reading
    ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଗଠିତ ବ୍ରିକ୍ସ ଗୋଷ୍ଠୀର ଦ୍ୱିତୀୟ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ

    ଭୁବନେଶ୍ୱର: ଭାରତ ୨୦୨୬ ବ୍ରିକ୍ସ ରାଷ୍ଟ୍ର ଗୋଷ୍ଠୀ ବୈଠକର ଅଧ୍ୟକ୍ଷତା କରୁଥିବା ବେଳେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ପକ୍ଷରୁ ପୁରୀ ଠାରେ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀର ଦ୍ୱିତୀୟ ବୈଠକ ଆୟୋଜନ କରାଯାଉଛି । ଆଜି ଠାରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ