ରେଳମନ୍ତ୍ରୀଙ୍କୁ ଭେଟିଲେ ପ୍ରଦୀପ ପୁରୋହିତ

ବରଗଡ଼: ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବରଗଡ଼ ଓ ଝାରସୁଗୁଡ଼ା ଜିଲାରେ ରେଳସେବାର ବ୍ୟାପକ ବିକାଶ, ଯାତ୍ରୀ ସୁବିଧା ବୃଦ୍ଧି ଏବଂ ନୂତନ ଟ୍ରେନ୍ ସେବା ପ୍ରଚଳନ ଦାବିରେ ବରଗଡ଼ ଏମପି ପ୍ରଦୀପ ପୁରୋହିତ ଗୁରୁବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପଶ୍ଚିମ ଓଡ଼ିଶାର ଯାତ୍ରୀ ଚାହିଦା ଓ ବିକାଶମୂଳକ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଏମପି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରେଳମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ଏମପି ପୁରୋହିତ ବେଳାଭୂମି ଓ ବ୍ୟବସାୟିକ ସଂଯୋଗକୁ ଦୃଷ୍ଟିରେ ରଖି ବିଲାସପୁର–ପୁରୀ ନୂତନ ଟ୍ରେନ୍, ଟିଟିଲାଗଡ଼/ବଲାଙ୍ଗୀର–ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସ, ଝାରସୁଗୁଡ଼ା–ବିଶାଖାପାଟଣା ବନ୍ଦେ ଭାରତ ଏବଂ ବରଗଡ଼/ବଲାଙ୍ଗୀରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ନୂତନ କୋଚିଂ ଟ୍ରେନ୍ ଚଳାଚଳ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାସହ ଗୋଣ୍ଡୱାନା ଏକ୍ସପ୍ରେସକୁ ସମ୍ବଲପୁର ପର୍ଯ୍ୟନ୍ତ ଏବଂ ଜନ ଶତାବ୍ଦୀ ଏକ୍ସପ୍ରେସକୁ ଝାରସୁଗୁଡ଼ା ବା ରାଉରକେଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ସହିତ ହୀରାକୁଦ ଏକ୍ସପ୍ରେସର ସାପ୍ତାହିକ ଚଳାଚଳକୁ ଦୈନିକ କରିବାକୁ ଦାବି କରିଛନ୍ତି।

ଇସ୍ପାତ ଏକ୍ସପ୍ରେସ (୧୨୮୭୧/୧୨୮୭୨)ର ନିୟମିତ ବିଳମ୍ବକୁ ନେଇ ଏମପି ଗଭୀର ଉଦ୍ବେଗ ପ୍ରକାଶ କରି ଏହାର ସମୟାନୁବର୍ତ୍ତିତା ସୁନିଶ୍ଚିତ କରିବାକୁ କହିଛନ୍ତି। ସେହିପରି ବ୍ରଜରାଜନଗର, ଝାରସୁଗୁଡ଼ା, ବରପାଲି ଓ ଅତାବିରା ରେଳ ଷ୍ଟେସନରେ ଅନେକ ଦୂରଗାମୀ ଟ୍ରେନର ରହଣି ସାଙ୍ଗକୁ ପୂର୍ବରୁ ବନ୍ଦ ଥିବା ଟ୍ରେନ୍ ରହଣିଗୁଡ଼ିକୁ ପୁନଃସ୍ଥାପନ କରିବାକୁ ଅନୁରୋଧ କରାଯାଇଛି। ଏକ ପ୍ରମୁଖ ଶିଳ୍ପକେନ୍ଦ୍ର ଭାବେ ପରିଚିତ ବ୍ରଜରାଜନଗର ରେଳ ଷ୍ଟେସନରେ ଶୌଚାଳୟ, ଡିସପ୍ଲେ ବୋର୍ଡ, କୋଚ୍ ଗାଇଡେନ୍ସ ସିଷ୍ଟମ୍, ଉନ୍ନତ ଘୋଷଣା ବ୍ୟବସ୍ଥା ଓ ଆଲୋକୀକରଣର ବିକାଶ କରାଯିବାକୁ କୁହାଯାଇଛି। ସେହିପରି ବେଲପାହାଡ଼ ଷ୍ଟେସନରେ ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ଦାବି ହୋଇଛି। ଏଥିସହିତ ବହୁ ପ୍ରତୀକ୍ଷିତ ବରଗଡ଼–ନୂଆପଡ଼ା ରେଳ ପ୍ରକଳ୍ପର କାର୍ଯ୍ୟକୁ ଶୀଘ୍ର ଆଗକୁ ବଢ଼ାଇବା ପାଇଁ ସେ ରେଳମନ୍ତ୍ରୀଙ୍କୁ ବିଶେଷ ଭାବେ ଅନୁରୋଧ କରିଛନ୍ତି। ରେଳମନ୍ତ୍ରୀ ଏହିସବୁ ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରି ସକାରାତ୍ୱକ ପଦକ୍ଷେପ ନେବେ ବୋଲି ଏମପି ପୁରୋହିତ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ