ରୋଜଗାର ସୃଷ୍ଟି ପାଇଁ ମୟୂରଭଞ୍ଜର ୫ ଯୁବକଙ୍କୁ ଜଳଖିଆ କେବିନ୍ ପ୍ରଦାନ କଲେ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର

ବାରିପଦା/ଭୁବନେଶ୍ବର : ଅଭାବ ଆଉ ଅସହାୟତା ଭିତରେ ଜୀବନ ବିତାଉଥିବା ଗରିବ ପରିବାରର ଯୁବକଯୁବତୀଙ୍କ ପାଇଁ ଆଶାର ନୂଆ କିରଣ। ହାତକୁ କାମ ନାହିଁ, ପରିବାର ଚଳାଇବାକୁ ଚିନ୍ତା। ଜୀବିକା ପାଇଁ ଅନେକେ ନିଜ ଭିଟାମାଟି ଛାଡ଼ି ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ଏଭଳି ସ୍ଥିତିରେ ଯୁବକଯୁବତୀଙ୍କୁ ନିଜ ଅଞ୍ଚଳରେ ରୋଜଗାରର ସୁଯୋଗ ଯୋଗାଇଦେବା ସହ ଆତ୍ମନିର୍ଭରଶୀଳ କରିବାକୁ ଆଗେଇ ଆସିଛନ୍ତି ରାଜ୍ୟର ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର।

ମୟୂରଭଞ୍ଜ ଜିଲ୍ଲାରେ ବେକାରୀ ସମସ୍ୟା ଦୂର କରିବା ଏବଂ ଗରିବ ତଥା ଅସହାୟ ପରିବାରର ଯୁବକଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ମନ୍ତ୍ରୀଙ୍କ ପକ୍ଷରୁ ଜଳଖିଆ ଓ ଫାଷ୍ଟଫୁଡ୍ କେବିନ୍ ପ୍ରଦାନ କରାଯାଇଛି। କେବଳ କେବିନ୍ ନୁହେଁ, ବ୍ୟବସାୟ ଆରମ୍ଭ କରିବା ପାଇଁ ଆବଶ୍ୟକ ରୋଷେଇ ସାମଗ୍ରୀ ଓ ବାସନକୁସନ ମଧ୍ୟ ଯୋଗାଇ ଦିଆଯାଇଛି। ଏହାଦ୍ୱାରା ହିତାଧିକାରୀମାନେ ନିଜେ ରୋଜଗାର କରିବା ସହ ପରିବାରର ଗୁଜୁରାଣ ମେଣ୍ଟାଇ ପାରିବେ ବୋଲି ଆଶା ରଖାଯାଇଛି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଯେଉଁ ଯୁବକଯୁବତୀଙ୍କର ପିତାମାତା ନାହାନ୍ତି କିମ୍ବା ଅତ୍ୟନ୍ତ ଗରିବ ପରିବାରରୁ ଆସିଛନ୍ତି ଏବଂ ଜୀବିକା ନିର୍ବାହ ପାଇଁ ରୋଜଗାରର ଜରୁରୀ ଆବଶ୍ୟକତା ରହିଛି, ସେମାନଙ୍କୁ ଚିହ୍ନଟ କରି ଏହି ସହାୟତା ଦିଆଯାଉଛି। ଏଥିରୁ ସେମାନେ ଅଣ୍ଡା ଅମଲେଟ୍, ତେଲଭାଜି,ଘୁଗୁନି ଓ ବିଭିନ୍ନ ପ୍ରକାରର ଜଳଖିଆ ବିକ୍ରି କରି ନିଜର ଜୀବିକା ନିଜେ ନିର୍ବାହ କରିପାରିବେ।

ମୟୂରଭଞ୍ଜ ଜିଲ୍ଲାରେ ଆଜି ପ୍ରଥମ ପର୍ଯ୍ୟାୟରେ ମୋଟ ୫ ଜଣ ହିତାଧିକାରୀଙ୍କୁ ଏହି ଜଳଖିଆ କେବିନ୍ ପ୍ରଦାନ କରାଯାଇଛି। ମୋରଡ଼ା ବିଧାନସଭା କ୍ଷେତ୍ରରୁ ୨ ଜଣ, ବାରିପଦା ବିଧାନସଭା କ୍ଷେତ୍ରରୁ ୨ ଜଣ ଏବଂ ବେତନଟୀ ବିଧାନସଭା କ୍ଷେତ୍ରରୁ ଜଣେ ହିତାଧିକାରୀ ଏହି ସହାୟତା ପାଇଛନ୍ତି। ଆଗାମୀ ଦିନରେ ଆହୁରି ଅଧିକ କେବିନ୍ ଯୋଗାଇ ଅନ୍ୟ ଆବଶ୍ୟକୀୟ ଯୁବକଯୁବତୀଙ୍କୁ ମଧ୍ୟ ସ୍ୱାବଲମ୍ବୀ କରିବାକୁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ, କେବିନ୍ ପାଇଥିବା ହିତାଧିକାରୀମାନେ ମନ୍ତ୍ରୀଙ୍କ ଏହି ପଦକ୍ଷେପ ପାଇଁ କୃତଜ୍ଞତା ଜଣାଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ପୂର୍ବରୁ ସେମାନେ ରାସ୍ତାକଡ଼ରେ ଉଠାଦୋକାନ କରି ଜୀବିକା ନିର୍ବାହ କରୁଥିଲେ।
ମନ୍ତ୍ରୀ ରାସ୍ତାରେ ଯିବା ସମୟରେ ସେମାନଙ୍କ ଦୋକାନ ପାଖରେ ଅଟକି ସମସ୍ୟା ବୁଝିଥିଲେ ଏବଂ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ସେହି ପ୍ରତିଶ୍ରୁତି ପୂରଣ କରି ସେମାନଙ୍କୁ ଡାକି ଜଳଖିଆ କେବିନ୍ ହସ୍ତାନ୍ତର କରିଛନ୍ତି। ହିତାଧିକାରୀଙ୍କ କହିବା କଥା, ଏହି କେବିନ୍ ସେମାନଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇବା ସହ ପରିବାର ଚଳାଇବାରେ ବେଶ୍ ସହାୟକ ହେବ। ଏଥିପାଇଁ ସେମାନେ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କହିବା ଅନୁଯାୟୀ, ଗରିବ ଓ ଆବଶ୍ୟକତାରେ ଥିବା ଯୁବକଯୁବତୀଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ରୋଜଗାରକ୍ଷମ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଆବଶ୍ୟକତା ଥିବା ଯୁବକମାନଙ୍କୁ ଆଉଟ୍‌ସୋର୍ସିଂ କ୍ଷେତ୍ରରେ ମଧ୍ୟ ସୁଯୋଗ ଦେବାକୁ ଉଦ୍ୟମ କରାଯାଉଛି। ଦାଦନ ଖଟିବାକୁ ବାହାରକୁ ନଯାଇ ନିଜ ଅଞ୍ଚଳରେ ରହି ରୋଜଗାର କରିବା ସହ ଆତ୍ମନିର୍ଭରଶୀଳ ହେବାକୁ ସେ ଯୁବପିଢ଼ିଙ୍କୁ ଆହ୍ୱାନ ଜଣାଇଛନ୍ତି।

  • Related Posts

    ୧୭ଟି ଜିଲ୍ଲାରେ ଜାରି ହେଲା ଆକସ୍ମିକ ବନ୍ୟା ସୂଚନା

    ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଖୋର୍ଦ୍ଧା, ପୁରୀ, ନୂଆପଡ଼ା, ବଲାଙ୍ଗୀର ଓ ଝାରସୁଗୁଡ଼ା ଆଦି ୧୭ଟି ଜିଲ୍ଲାରେ ଆକସ୍ମିକ ବନ୍ୟା ନେଇ…

    Continue reading
    ‘ଅର୍ଣ୍ଣବ’ର ପ୍ରଭାବରେ ତଳମୁଣ୍ଡ ଅଞ୍ଚଳରେ ବନ୍ୟା ସ୍ଥିତି

    ଭୁବନେଶ୍ୱର:ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ପ୍ରବଳ ପବନ ଓ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳ, ବିଶେଷକରି ଅକ୍ଟୋବର ୨୮ରୁ ୨୯ ତାରିଖ ମଧ୍ୟରେ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ତଳମୁଣ୍ଡ ଅଞ୍ଚଳରେ ଜଳସ୍ତର ଆଶାତୀତ ଭାବେ ବୃଦ୍ଧି ପାଇ ସ୍ୱାଭାବିକଠାରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା