
ଦେବଗଡ:ଦେବଗଡ଼ରେ ବିଜେପି ପକ୍ଷରୁ ’ଲୋକତନ୍ତ୍ର ବଞ୍ଚାଅ,ଅରାଜକତା ହଟାଅ’ ପାଇଁ ପଦଯାତ୍ରା ଓ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଚ୍ଚଶିକ୍ଷା ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟଅତିଥି ଭାବେ ଯୋଗଦେଇ ପଦଯାତ୍ରାରେ ସାମିଲ ହୋଇଥିଲେ। ସ୍ଥାନୀୟ ଗୋପାଳଜୀଉ ମନ୍ଦିରରୁ ପଦଯାତ୍ରା ବାହାରି ନଗର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଂହଚିଥିଲେ। ଏହାପରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦେଶରେ ଭିଡ଼ତନ୍ତ୍ର ନାଁରେ ଗଣତନ୍ତ୍ର ପ୍ରତି କୁଠାରଘାତ କରିବାର ପ୍ରୟାସ ହେଉଛି।ବିଭିନ୍ନ ବିଦେଶୀ ଶକ୍ତିର ସହଯୋଗରେ କିଛି ସଂଗଠନ ସାମ୍ବିଧାନିକ ମୂଲ୍ୟବୋଧକୁ କୋଠାରଘାତ କରି ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି।ଦେଶର ବର୍ତ୍ତମାନ ସ୍ଥିତି ଏବଂ ଦେଶକୁ ବିପର୍ଯ୍ୟସ୍ତ କରିବାକୁ ଉଦ୍ୟମ କରୁଥିବା ଶକ୍ତିମାନଙ୍କ ଅସଲ ଚରିତ୍ରକୁ ଜନସାଧାରଣଙ୍କ ସାମ୍ନାକୁ ଆଣିବା ହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ କହିଥିଲେ।ଏଥିରେ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ,ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ପ୍ରଭାରୀ ସୁଦର୍ଶନ ଗୋଏଲ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପ୍ରଶାନ୍ତ ବେହେରା, ତିଲେଇବଣି ପଂଚାୟତ ସମିତି ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ,ଉପାଧ୍ୟକ୍ଷା ଆରତୀ ପ୍ରଧାନ, ଜିଲ୍ଲା ବିଜେପି ଉପସଭାପତି ଯୋଗେଶ ଚନ୍ଦ୍ର ପ୍ରଧାନ, ରଣଜିତ ପଟେଲ, ଉପନଗରପାଳ ପ୍ରଜିତ ଭୋଜ,ସମାଜସେବୀ ସୁଧିର କପରଦାର ଉପସ୍ଥିତ ଥିଲେ। ଉକ୍ତ ପଦଯାତ୍ରାରେ ବିଜେପିର ବହୁ କର୍ମୀ ଓ ନେତା ଯୋଗ ଦେଇଥିଲେ।





