ଶଙ୍ଖ ଭବନରେ ସୁଜାତା

ଭୁବନେଶ୍ୱର: ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେବାକୁ ଯାଉଛି । କାରଣ ଗୁରୁବାର ଶଙ୍ଖ ଭବନରେ ପହଞ୍ଚିଛନ୍ତି ସୁଜାତା କାର୍ତ୍ତିାକେୟନ ପାଣ୍ଡିଆନ । ସେ ଆଜି ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ବୁଧବାର ଚର୍ଚ୍ଚା ଜୋର ଧରିଥିଲା । ଆଉ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁଜାତା ଶଙ୍ଖ ଧରିପାରନ୍ତି ।ଗୁରୁବାର ସୁଜାତା ଶଙ୍ଖଭବନରେ ପହଞ୍ଚିବା ପରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିଆ ତାଙ୍କୁ ପାଛୋଟି ନେଇଥିଲେ ।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଦିନ ୧୨ଟାରୁ ୨ଟା ମଧ୍ୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସୁଜାତା ବିଧିବଦ୍ଧ ଭାବେ ଦଳରେ ସାମିଲ ହେବେ। ବିଜେଡିରେ ସୁଜାତାଙ୍କ ଯୋଗଦାନ ନେଇ ନିଜେ ନବୀନ ଦିନ ୧୨ଟା ୩୦ ମିନିଟ୍‌ରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିବେ ବୋଲି କୁହାଯାଉଛି। ଏଥିପାଇଁ ଶଙ୍ଖ ଭବନରେ ଉପସ୍ଥିତ ରହିବାକୁ ଦଳୀୟ ବିଧାୟକ, ସାଂସଦ ଏବଂ ବରିଷ୍ଠ ନେତାଙ୍କୁ ନବୀନ ନିବାସରୁ ନିର୍ଦେଶ ଦିଆଯାଇଛି।
ବିଜେଡିରେ ସୁଜାତାଙ୍କ ମିଶ୍ରଣ ପରେ ସେ ଜଣେ ସାଧାରଣ କର୍ମୀ ଭାବେ କାର୍ଯ୍ୟ କରିବେ ନା ଦଳର ନେତୃତ୍ବ ନେବେ; ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଲାଗିଛି। ୨୦୨୪ ନିର୍ବାଚନରେ ପରାଜୟ ପରେ ଦଳର ସାଙ୍ଗଠନିକ କାର୍ଯ୍ୟ ପଛେଇ ଯାଇଛି। ଜଣେ ପରେ ଜଣେ ନେତା ଦଳ ଛାଡ଼ୁଛନ୍ତି। ଏପରିକି ରାଜ୍ୟସଭା ସାଂସଦମାନେ ମଧ୍ୟ ଦଳଠୁ ଦୂରେଇ ଯାଇ ବିଜେପିରେ ସାମିଲ ହେଉଛନ୍ତି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ଏହା ପୂର୍ବରୁ ସୁଜାତାଙ୍କୁ ଦଳରେ ସାମିଲ କରାଇ ପଞ୍ଚାୟତ ଓ ପୌର ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ବିଜେଡି ପ୍ରସ୍ତୁତ ହେଉଛି। ଅନ୍ୟପକ୍ଷରେ ସୁଜାତାଙ୍କ ମିଶ୍ରଣ ପରେ ଦଳରେ କନ୍ଦଳ ଆହୁରି ତୀବ୍ର ହେବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନି। କିଛି ବରିଷ୍ଠ ନେତା ଏବଂ ବିଧାୟକ ସୁଜାତାଙ୍କୁ ଦଳରେ ସ୍ବାଗତ କରିବେନି ବୋଲି ଗଣମାଧ୍ୟମରେ ଖୋଲାଖୋଲି କହିସାରିଛନ୍ତି। ସୁଜାତା ଶଙ୍ଖ ଧରିବା ପରେ ସେମାନଙ୍କ ଆଭିମୁଖ୍ୟ କ’ଣ ହେବ; ତାହା ଆଲୋଚନାର ବିଷୟ ହୋଇଛି। ସେହିପରି ଦଳରେ ସୁଜାତାଙ୍କୁ ବହୁ ନେତା ସ୍ବାଗତ କରିବେ ବୋଲି କହିଛନ୍ତି। ସୁଜାତାଙ୍କୁ ବିଜେଡିରେ ସାମିଲ କରାଇବା ଦିଗରେ କିଛି ବରିଷ୍ଠ ନେତାଙ୍କ ପ୍ରମୁଖ ଭୂମିକା ଥିବା ଚର୍ଚ୍ଚା ହେଉଛି।

  • Related Posts

    assembly odisha ଖୁବ୍‌ଶୀଘ୍ର ବିଧାନସଭା ମୌସୁମି ଅଧିବେଶନ; ସରକାରଙ୍କୁ ସଣ୍ଢୁଆଶୀ ଆକ୍ରମଣ ପାଇଁ ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ

    ଭୁବନେଶ୍ବର: ଖୁବ୍‌ଶୀଘ୍ର ବସିବାକୁ ଯାଉଥିବା ଓଡ଼ିଶା ବିଧାନସଭାର ମୌସୁମି ଅଧିବେଶନରେ ସରକାରଙ୍କୁ ସଣ୍ଢୁଆଶୀ ଆକ୍ରମଣ ପାଇଁ ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ ରହିଛି। ସେଗୁଡ଼ିକ ମଧ୍ୟରୁ ଏମ୍‌ଏମ୍‌ଡିଆର ସଂଶୋଧନ ବିଧେୟକକୁ ନେଇ ବିଧାନସଭା ହୁଲସ୍ତୁଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏମ୍‌ଏମ୍‌ଡିଆର…

    Continue reading
    politics for mmdr ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

    ଭୁବନେଶ୍ୱର: ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ ରାଜ୍ୟର ରାଜସ୍ୱ ଉପରେ ଗଭୀର ପ୍ରଭାବ ପଡ଼ିବ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ତେଣୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ