
ଭୁବନେଶ୍ୱର: ସନ୍ଧ୍ୟା ୫ଟାରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ଏହି ବୈଠକ ଅନୁଷ୍ଠିତ ହେବ । ଆଗାମୀ ଶୀତ ଅଧିବେଶନରେ କେଉଁ କେଉଁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବ ଦଳ, ସେନେଇ ରଣନୀତି ପ୍ରସ୍ତୁତ କରାଯିବ ।
ବିଶେଷ କରି ବନ୍ୟା ମୁକାବିଲାରେ ସରକାରଙ୍କ ବିଫଳତା, କୋଟିଆରେ ଆନ୍ଧ୍ରର ନିର୍ବାଚନ, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଏବଂ ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡି ବିଧାନସଭାରେ ସରକାରଙ୍କୁ ଘେରିବାକୁ ଯୋଜନା କରୁଛି । ଚଳିତ ଶୀତ ଅଧିବେଶନରେ ମୋଟ୍ ୩୩ଟି କାର୍ୟ୍ୟଦିବସ ରହିଛି। ତେଣୁ ଏଥର ଅଧିବେଶନ ବେଶ୍ ସରଗରମ ରହିବା ନେଇ ଆକଳନ କରାଯାଉଛି ।
ସେପଟେ ଆଜି ସକାଳ ୧୧ଟା ୩୦ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ।






