ସର୍ବଭାରତୀୟ ଚାକିରିରେ କେହି ରହିବାକୁ ନ ଚାହିଁଲେ ସେ ଇସ୍ତଫା ଦେଇପାରିବେ:ଡିଜିପି

ଭୁବନେଶ୍ୱର:ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା ଅନ୍ୟକେଉଁ କାରଣ ଏହା ପଛରେ ରହିଛି ତାକୁ ନେଇ ଚାଲିଛି ବିଭିନ୍ନ ଆଲୋଚନା। ଏହାରି ଭିତରେ କିନ୍ତୁ ଡିଜିପି ଓ୍ବାଇ.ବି ଖୁରାନିଆ ପ୍ରଥମ ଥର ଏହି ଘଟଣାରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି,ସର୍ବଭାରତୀୟ ଚାକିରିରେ କେହି ରହିବାକୁ ନ ଚାହିଁଲେ ସେ ଇସ୍ତଫା ଦେଇପାରିବେ। ପୂର୍ବରୁ ଅନେକ ଲୋକ ଚାକିରିରୁ ଇସ୍ତଫାଫତ୍ର ଦେଇଛନ୍ତି। ମାନସିକ ଚାପ କିମ୍ବା ଅନ୍ୟ କୌଣସି କାରଣ ନେଇ ତାଙ୍କ ନିକଟରେ ତଥ୍ୟ ନାହିଁ। ତେବେ ମୀନା ବାରମ୍ବାର ତାଙ୍କ ନିକଟକୁ ଆସି ଇସ୍ତଫା ପତ୍ର ଗ୍ରହଣ କରିବାକୁ ନିବେଦନ କରିଥିଲେ ବୋଲି ଡିଜିପି କହିଛନ୍ତି।
ଅନ୍ୟପଟରେ ଡିସିପି ଜଗମୋହନଙ୍କ ଉପରେ ମାନସିକ ଚାପଥିବା ଚର୍ଚ୍ଚା ହେଉଛି। ବାଲିଅନ୍ତା ଘଟଣା ସାରା ଦେଶରେ ତାଙ୍କୁ ନିନ୍ଦିତ କରିଥିଲା। କାରଣ ରାଜଧାନୀ ଉପକଣ୍ଠରେ ଜିଆରପି କନ୍‌ଷ୍ଟେବଲ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ କେତେଜଣ ଅସାମାଜିକ ପଶୁ ଭଳି ପିଟିପଟି ମାରିଲେ। ଏପରିକି ବାଲିଅନ୍ତା ପୋଲିସ ଏବଂ ପିସିଆର ଭ୍ୟାନ୍‌ ଉପସ୍ଥିତିରେ ହାତଗୋଡ଼ ବାନ୍ଧି ପିଟିଥିଲେ। ସୌମ୍ୟଙ୍କୁ ମାରିବା ପରେ ହାତଗୋଡ଼ ବାନ୍ଧି ଡାଲା ଗାଡ଼ିରେ ଲଦି ମେଡିକାଲ ନିଆଯାଇଥିଲା। ଏହି ଘଟଣା ଦୀର୍ଘ ଏକ ଘଣ୍ଟା ଧରି ଚାଲିଥିଲା। କିନ୍ତୁ ଡିସିପି ଭୁବନେଶ୍ୱର ଅଫିସ୍‌ରେ ବସି ଥାନା ଅଧିକାରୀଙ୍କୁ ନେଇ କ୍ରାଇମ୍‌ ମିଟିଂ କରୁଥିଲେ। ପୂର୍ବତନ ଥାନା ଅଧିକାରୀଙ୍କୁ ନିକଟକୁ ଏହି ଘଟଣା ସମ୍ପର୍କରେ ଫୋନ୍‌ ଆସିଥିଲା, ସେ ମଧ୍ୟ ଡିସିପିଙ୍କୁ ଜଣାଇଥିଲେ। କିନ୍ତୁ ଡିସିପି ନିଜ ଦାୟିତ୍ୱ ନିଭାଇବା ବଦଳରେ ମିିଟିଂ କରିଥିଲେ। ଶେଷରେ ମଧ୍ୟ ଥାନା ଅଧିକାରୀଙ୍କୁ ଲଞ୍ଚ୍‌ କରି ଯିବାକୁ କହିଥିଲେ। ତେଣୁ ସୌମ୍ୟଙ୍କ ମା’ ଡିସିପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ଏପରି କି ସୌମ୍ୟଙ୍କ ମା’ ଦିଲ୍ଲୀ ଯାଇ ଜାତୀୟ ମାନବାଧିକାର ଆୟୋଗଙ୍କୁ ଭେଟିଥିଲେ। କେବଳ ଏହି ଗୋଟିଏ ହତ୍ୟା ନୁହେଁ ରାଜଧାନୀରେ ଗତ କିଛି ବର୍ଷ ଧରି ଅପରାଧ ବଢିବାରେ ଲାଗିଛି। ବିଶେଷ କରି ଅପରାଧୀମାନେ ରାତି ହେଲେ ଖଣ୍ଡା ବୁଲାଉଛନ୍ତି। ଯେଉଁଥିପାଇଁ ସହରବାସୀ ଭୟଭୀତ ଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ବଦଳରେ ମାମଲା ଶେଷ କରିବାକୁ ଲାଗିପଡ଼ିଛନ୍ତି। ଥାନାଗୁଡ଼ିକୁ ମାସିକିଆ ମାମଲା ଶେଷ କରିବାକୁ ଟାର୍ଗେଟ ଦିଆଯାଇଥିବାରୁ ଥାନା ଅଧିକାରୀ ଲୋକଙ୍କୁ ନ୍ୟାୟ ଦେବା ବଦଳରେ ଯେଣେ ତେଣେ ମାମଲା ବନ୍ଦ କରିବାକୁ ଲାଗିପଡ଼ିଛନ୍ତି। ଯେଉଁଥିପାଇଁ ଏକାଧିକ ମାମଲାରେ ଲୋକ ନ୍ୟାୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଯେଉଁଥି ପାଇଁ ଡିସିପିଙ୍କ ଉପରେ ସବୁ ଦୋଷ ଦିଆଯାଇଥିଲା। ଏଭଳି ବିଭିନ୍ନ କାରଣ ପାଇଁ ସେ ଚାପରେ ଥିବା ଅନେକ ପୋଲିସ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ