ସିଜିମାଳିରେ କାହା ପ୍ରତି କୈାଣସି ଅନ୍ୟାୟ ହେବ ନାହିଁ: ବଳଭଦ୍ର ମାଝୀ

ରାୟଗଡା: ଗତ ବିଜେଡି ସରକାର ଅମଳରେ ୨୦୨୩ ମସିହାରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସିଜିମାଳି ଅଂଚଳରେ ଥିବା ଖଣି ଲିଜ୍ ପ୍ରଦାନ କରାଯାଇଥିଲା । ଲିଜ ପ୍ରକ୍ରିୟାରେ ଅନେକ ଆଇନଗତ ତୃଟି ଅଛି ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ସେହି କାରଣକୁ ଦର୍ଶାଇ ଖଣି ଅଂଚଳରେ ରାସ୍ତା ନିର୍ମାଣକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ । ଖଣିକୁ ନେଇ ବହୁତ ଲୋକ ଭିନ୍ନ ଭିନ୍ନ କଥା ହେବା କାରଣରୁ ଏବଂ ଓ ବିଭିନ୍ନ ରାଜନୈତିକ ଦଳର ବିଭ୍ରାନ୍ତକାରୀ ମନ୍ତବ୍ୟ କାରଣରୁ ସ୍ଥାନୀୟ ବାସିନ୍ଦାଙ୍କ ମନ ଭିତରେ ଭୟ ସୃଷ୍ଟି ହୋଇଛି । ଆଜି ଆଲୋଚନା ସମୟରେ ସ୍ଥାନୀୟ ବାସିନ୍ଦା ଏବଂ ଆନ୍ଦୋଳନକାରୀ ଦାବୀ ପତ୍ର ଜରିଆରେ ପ୍ରତିନିଧିଦଳକୁ ଅଭିଯୋଗ କରିଛନ୍ତି । ଖଣିଖାଦାନକୁ ନେଇ ବିଗତ ଦିନମାନଙ୍କରେ କାଶିପୁର ଅଂଚଳବାସୀଙ୍କୁ ପ୍ରଶାସନ ନିର୍ଯ୍ୟାତନା ଦେଉଥିବା ଏବଂ ଅକାରଣରେ ମିଥ୍ୟା ମକଦ୍ଦମା କରି ଗର୍ଭବତୀ ମହିଳାଙ୍କ ସହିତ ଶିଶୁମାନଙ୍କୁ ଅଧ ରାତିରେ ଜେଲରେ ଭର୍ତି କରିଦିଆଯାଉଥିବାର ଅଭିଯୋଗ କରିଛନ୍ତି । ସିଜିମାଳିବାସୀଙ୍କ ପ୍ରତି ବିଗତ ଦିନରେ ଯେଉଁ ଅନ୍ୟାୟ ଓ ଅତ୍ୟାଚାରର ଅଭିଯୋଗ ଆସିଛି, ତାର ସମାଧାନ ନିଶ୍ଚିତ ହେବ । କାହା ପ୍ରତି କୈାଣସି ଅନ୍ୟାୟ ହେବ ନାହିଁ । ଆମେ ସ୍ଥାନୀୟ ବାସିନ୍ଦାଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛୁ । ଏଥି ସହ ସ୍ଥାନୀୟ ପୋଲିସ, ପ୍ରଶାସନ ଏବଂ ଜିଲ୍ଲାପାଳଙ୍କ ସହ ମଧ୍ୟ ବିସ୍ତୃତ ଆଲୋଚନା କରିଛୁ । ବାସ୍ତବ ସ୍ଥିତି ଏବଂ ସ୍ଥାନୀୟ ବାସିଙ୍କ ସହ ହୋଇଥିବା ଆଲୋଚନା ସଂପର୍କରେ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ଅବଗତ କରିବୁ ବୋଲି ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ କହିଛନ୍ତି ।
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସିଜିମାଳି ଅଂଚଳରେ ଉପୁଜିଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ମାନ୍ୟବର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟୀର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗସ୍ତ କରିଥିଲେ । ଏହି ପ୍ରତିନିଧି ଦଳରେ ବିଧାୟକ ରଘୁରାମ ମାଛ, ରୁପୁ ଭତ୍ରା, ସୁଧୀର ପାଟ୍ଟଯୋଶୀ; ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ଓ କୈଳାଶ କୁଲେଶିକା; କୋରାପୁଟ ସାଂସଦ ପ୍ରାର୍ଥୀ କାଳିରାମ ମାଝୀ, ରାୟଗଡା ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା, ରାଜ୍ୟ ସାଧାରଣ ସଂପାଦିକା ପୂର୍ଣ୍ଣିମା ନାୟକ, ରାୟଗଡା ଜିଲ୍ଲା ସଭାପତି ଗୋପୀ ଆନନ୍ଦ, ରାୟଗଡା ଜିଲ୍ଲା ପୂର୍ବତନ ସଭାପତି ଶିବ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁମନ୍ତ ପ୍ରଧାନଙ୍କ ସମେତ ଅନେକ ନେତୃବୃନ୍ଦ ଉପସ୍ଥିତ ଥିଲେ ।

  • Related Posts

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ଭୁବନେଶ୍ୱର: ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଗୁରୁବାର ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଛନ୍ତି ନବୀବ । ୧୩୧ ତମ ସମ୍ବିଧାନ ସଂଶୋଧନ…

    Continue reading
    କାକବନ୍ଧ ଆଶ୍ରମ ସ୍କୁଲରେପ୍ରଦେଶ କଂଗ୍ରେସ ଅନୁଧ୍ୟାନକାରୀ ଦଳ

    ଭୁବନେଶ୍ୱର: ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶ କ୍ରମେ ଗଠିତ ପ୍ରତିନିଧି ମଣ୍ଡଳୀ ପ୍ରଥମେ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଛାତ୍ରୀ ମାନଙ୍କୁ ଦେଖା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ