
ଭୁବନେଶ୍ବର: ରାଜ୍ୟ ସରକାର ଭାରତୀୟ ବନ ସେବା (ଆଇଏଫ୍ଏସ୍) ଅଧିକାରୀ ସୁରେଶ ପନ୍ତଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି। ଶ୍ରୀ ପନ୍ତଙ୍କୁ ମୋହନ ସରକାର ପିସିସିଏଫ୍ ପଦବିରେ ନିଯୁକ୍ତି ଦେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
୧୯୯୦ ବ୍ୟାଚ୍ର ଆଇଏଫ୍ଏସ୍ ଅଧିକାରୀ ସୁରେଶ ପନ୍ତ ଓଡ଼ିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ଭାବେ ନିଯୁକ୍ତ ହୋଇଛନ୍ତି। ସେ ୧୯୮୮ ବ୍ୟାଚର ଆଇଏଫଏସ ଅଧିକାରୀ ଦେବୀଦତ୍ତ ବିଶ୍ୱାଳଙ୍କ ସ୍ଥାନ ନେଇଛନ୍ତି। ଓଡ଼ିଶା ସରକାରଙ୍କ ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି।
ବର୍ତ୍ତମାନ ସୁରେଶ ପନ୍ତ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍ଡିସି)ର ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ଭାବରେ କାର୍ୟ୍ୟରତ ଅଛନ୍ତି। ଏହି ପଦବିରେ ସେ ୨୦୨୧ ସେପ୍ଟେମ୍ବର ଠାରୁ ତୁଲାଇ ଆସୁଛନ୍ତି।




