ସେପ୍ଟେମ୍ବର ୪ରେ ଲଞ୍ଚ କରିବ ଇଓଏସ୍-୫ ସାଟେଲାଇଟ୍

ନୂଆଦିଲ୍ଲୀ: ଲଞ୍ଚପ୍ୟାଡ୍‌ଠୁ ପ୍ରାୟ ୮ ମାସ ଦୂରରେ ରହିବା ପରେ ଓ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକଲ (ପିଏସ୍‌ଏଲ୍‌ଭି )ର ଗୋଟିଏ ପରେ ଗୋଟିଏ ବିଫଳତା ପରେ ଏକ ବଡ଼ ମିଶନ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) । ଆସନ୍ତା ସେପ୍ଟେମ୍ବର ୪ ତାରିଖ ଭୋର ସମୟରେ ଇସ୍ରୋ ନିଜର ଅନ୍ୟତମ ସବୁଠୁ ମହତ୍ୱାକାଂକ୍ଷୀ ଆର୍ଥ ଅବ୍‌ଜର୍ଭେସନ୍ ସାଟେଲାଇଟ୍କୁ ମହାକାଶକୁ ଉତ୍‌କ୍ଷେପଣ କରିବ । ଜିଓସିକ୍ରୋଂନସ୍ ସାଟେଲାଇଟ୍ ଲଞ୍ଚ ଭେଇକଲ (ଜିଏସ୍‌ଏଲ୍‌ଭି ଏଫ୍-୧୭) ରକେଟ୍ ଦ୍ୱାରା ଏହାକୁ ଛଡ଼ାଯିବ ବୋଲି ଇସ୍ରୋ ମୁଖ୍ୟ ଡ. ଭି. ନାରାୟଣନ କହିଛନ୍ତି । ଏହି ମିଶନ ଇଓଏସ୍-୫ (ପୂର୍ବରୁ ଜିଆଇସାଟ୍ ୧-ଏ ନାମରେ ପରିଚିତ) ସାଟେଲାଇଟ୍‌କୁ ନେବ । ପୃଥିବୀଠୁ ପ୍ରାୟ ୩୬ ହଜାର କିମି ଉଚ୍ଚତାରୁ ଦେଶ ଉପରେ ନିରନ୍ତର ନଜର ରଖିବାକୁ ଏହାକୁ ଡିଜାଇନ୍ କରାଯାଇଛି । ଡ. ନାରାୟଣନଙ୍କ ଅନୁସାରେ, ଏବେଠୁ ମାର୍ଚ୍ଚ, ୨୦୨୭ ମଧ୍ୟରେ ୭ ଉତ୍‌କ୍ଷେପଣ ପାଇଁ ଇସ୍ରୋର ଯୋଜନା ରହିଛି । ତନ୍ମଧ୍ୟରେ ଗଗନଯାନ ମାନବ ମହାକାଶ ଯାତ୍ରା କାର୍ଯ୍ୟକ୍ରମର ବହୁପ୍ରତୀକ୍ଷିତ ଜି-୧ ମିଶନ ଅନ୍ତର୍ଗତ ପ୍ରଥମ ମାନବରହିତ ଉଡ଼ାଣ ସାମିଲ ।
ଚଳିତ ଆର୍ଥିକ ବର୍ଷ ନିମନ୍ତେ ଇସ୍ରୋ ଏକ ମହତ୍ୱାକାଂକ୍ଷୀ ରୋଡ୍‌ମ୍ୟାପ୍ ମଧ୍ୟ ପ୍ରସ୍ତୁତ କରିଛି । ୧୨ ସାଟେଲାଇଟ୍ ପ୍ରସ୍ତୁତି ଓ ୮ ଲଞ୍ଚ ଭେଇକଲ ମିଶନ ପୂରା କରିବା ଏହାର ଲକ୍ଷ୍ୟ । ଏହି ମିଶନ ଯୋଗାଯୋଗ, ମାର୍ଗଦର୍ଶନ (ନାଭିଗେସନ୍), ପୃଥିବୀ ଅବଲୋକନ ଓ ବୈଜ୍ଞାନିକ ଅଧ୍ୟୟନକୁ ସମର୍ଥନ ସହିତ ଭବିଷ୍ୟତ ମାନବ ମହାକାଶ ଯାତ୍ରା ଓ ଅନ୍ୱେଷଣ କାର୍ଯ୍ୟକ୍ରମ ନିମନ୍ତେ ମୂଳଦୂଆ ପକାଇବ । ଇସ୍ରୋ ଭାଗ୍ୟବଶତଃ ଇଓଏସ୍-୫ ସାଟେଲାଇଟ୍ ବହନ କରୁଥିବା ଜିଏସ୍‌ଏଲ୍‌ଭି ଏମ୍‌କେ-୨ରେ ପିଏସ୍ଏଲ୍‌ଭି ଇଞ୍ଜିନ କିମ୍ବା ଜଟିଳ ପ୍ରପଲସନ୍ ପ୍ରଣାଳୀ ଉପଯୋଗ କରାଯାଇ ନାହିଁ । ଏହି ଉତ୍‌କ୍ଷେପଣ ଜିଏସ୍‌ଏଲ୍‌ଭି ଏମ୍‌କେ -୨ ରକେଟ୍ ପାଇଁ ପରିପକ୍ୱତା ଓ ନିର୍ଭରଯୋଗ୍ୟତା ପ୍ରଦର୍ଶନର ଆଉ ଏକ ସୁଯୋଗ ପ୍ରଦାନ କରିବ ।

  • Related Posts

    CNG PRICE HIKE AGAIN ପୁଣି ମହଙ୍ଗା ହେଲା ସିଏନଜି

    ଦିଲ୍ଲୀରେ ପୁଣି ମହଙ୍ଗା ହେଲା ସିଏନଜି। କେଜି ପ୍ରତି ୩ ଟଙ୍କା ୮୯ ପଇସା ମହଙ୍ଗା ହୋଇଛି। ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍‌ (ଆଇଜିଏଲ) ପକ୍ଷରୁ ଏହି ଦର ବୃଦ୍ଧି ହୋଇଛି। ନୂଆ ଦର ଆଜିଠୁ ଲାଗୁ ହୋଇଛି। ଏହି ନୂଆ ଦର…

    Continue reading
    ପୁଣି ଆକ୍ରମଣ ପାଇଁ ଇରାନକୁ ଟ୍ରମ୍ପଙ୍କ ଧମକ

    ତେହରାନ : ଇରାନ ଉପରେ ପୁନର୍ବାର ସଶସ୍ତ୍ର ଆକ୍ରମଣ କରିବା ପାଇଁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଟ୍ରମ୍ପ କହିଥିଲେ ଇରାନ ଉପରେ ବର୍ତ୍ତମାନ ଆମେରିକା ଆକ୍ରମଣ ବନ୍ଦ ରଖିଛି ସତ ହେଲେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ