ସୋଲରେ ତିଆରି ଟାହିଆ ପର୍ବତ ପରି ଓଜନିଆ ହୋଇଗଲା

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଟାହିଆ ଖୋଲାଯିବା ନେଇ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ରାଜକୁମାର ସ୍ବାଇଁ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସୋଲରେ ତିଆରି ଟାହିଆ ପର୍ବତ ପରି ଓଜନିଆ ହୋଇଗଲା। ଏହାକୁ ଦଇତାପତିମାନେ ଉଠାଇବାରେ ସକ୍ଷମ ହୋଇ ନ ଥିଲେ। ଦୀର୍ଘ ୪୫ ମିନିଟ୍‌ ଧରି ଜଗନ୍ନାଥ ନ ହଲିବାରୁ ଟାହିଆ ଖୋଲା ଯାଇଥିବା ବାଡ଼ଗ୍ରାହୀ କହିଛନ୍ତି।ସାତପାହାଚଠାରେ ଠାକୁରଙ୍କ ମସ୍ତକରେ ଟାହିଆ ଲାଗି ହୋଇଥାଏ। ମହାପ୍ରଭୁଙ୍କୁ ଟାହିଆ ମଧ୍ୟ ସାତପାହାଚଠାରେ ବନ୍ଧା ହୋଇଥିଲା। ଆନନ୍ଦବଜାର ପରେ ମହାପ୍ରଭୁଙ୍କ ଉପରେ ଗିଲାପ ପଡ଼ିଥିଲା। ଗିଲାପ (ରେନ୍‌କୋର୍ଟ) ଲଗାଇବାରେ ଟାହିଆ ଭାଙ୍ଗିଯାଇଥିଲା। ପ୍ରବଳ ବର୍ଷା ହେଉଥିବାରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ନିମନ୍ତେ ଗିଲାପ ଲାଗି କରାଯାଇଥିଲା। ଶ୍ରୀଅଙ୍ଗରେ ପାଣି ପଡ଼ିଥିଲେ କ୍ଷତି ହୋଇଥାନ୍ତା। ବାଟରେ ଟାହିଆ ଭାଙ୍ଗିଯିବା ପରେ ଟାହିଆରେ ଲାଗିଥିବା ବାଉଁଶ କାଠିଗୁଡ଼ିକ ବହୁତ ପତଳା ଥିବାରୁ ଆଖିରେ ବାଜିବାର ସମ୍ଭାବନା ହେତୁ ଟାହିଆକୁ ଫିଟା ଯାଇଥିଲା। ଟାହିଆ ଲାଗିହେବା ପରେ ତାହାକୁ ଭାଙ୍ଗି ନେଇଯାଇଥାନ୍ତି। ଗତ ୧୫ରୁ ୨୦ ବର୍ଷ ହେବ ଟାହିଆକୁ ସୁରକ୍ଷିତ ଭାବେ କଢ଼ାଯାଇ ରଖାଯାଉଥିଲା। ତେଣୁ ଏହା କୌଣସି ଅଘଟଣ ନୁହେଁ କି ବେଆଇନ କାମ ନୁହେଁ। ସମସ୍ତ କାର୍ଯ୍ୟ ଠିକ୍‌ ଭାବରେ ହୋଇଛି ବୋଲି ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି।ରଥଯାତ୍ରା ଦିନ ବର୍ଷା ହେଉଥିଲା। ମଠରୁ ଟାହିଆକୁ ମନ୍ଦିରକୁ ନେବା ସମୟରେ ଟାହିଆ ବର୍ଷାରେ ଓଦା ହୋଇଥିଲା। ଲକ୍ଷ୍ମୀ ମନ୍ଦିରରେ ରହିବା ପରେ ପହଣ୍ଡି ସମୟରେ ଟାହିଆ ଲକ୍ଷ୍ମୀ ମନ୍ଦିରରୁ ମହାପ୍ରଭୁଙ୍କ ନିକଟକୁ ଯାଇଥିଲା। ସେଠାରେ ପାଖାପାଖି ୪୫ ମିନିଟ୍‌ ରହିଥିଲା। ବର୍ଷା କାରଣରୁ ଟାହିଆରେ ଲାଗିଥିବା ଫୁଲ, ତୁଳସୀ, ସୋଲ ଆଦିରେ ପାଣି ପଡ଼ି ଓଜନ ହୋଇଥିଲା। ଓଜନ ଫଳରେ ପହଣ୍ଡି ସମୟରେ ଫୁଲ, ସୋଲ, ତୁଳସୀ ଖସିଯାଇଥିଲା। ଫଳରେ ସେଥିରେ ଥିବା ବାଉଁଶପାତିଆ କାଠି ସେବକଙ୍କ ଦେହରେ ବାଜି ରକ୍ତାକ୍ତ ହେବାର ସମ୍ଭାବନା ରହିଥିଲା। ରକ୍ତ ବାହାରିଥିଲେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିଥାନ୍ତା। ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଯେପରି ବାଧା ନ ହେବ, ସେଥିପାଇଁ ସେବାୟତମାନେ ଟାହିଆକୁ କାଢ଼ି ଅନ୍ୟତ୍ର ରଖି ଦେଇଥିଲେ ବୋଲିଟାହିଆ ପ୍ରସ୍ତୁତ କାରିଗର ସତ୍ୟନାରାୟଣ ବେହେରା କହିଛନ୍ତି।

ଅନ୍ୟପକ୍ଷରେ ଟାହିଆ ଲଗାଇବା ଓ ବାହାର କରିବା ସେଠାରେ ନିୟୋଜିତ ସେବାୟତମାନଙ୍କ ନିଷ୍ପତ୍ତି। ଏହା ଆମର ନିଷ୍ପତ୍ତି ନୁହେଁ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛନ୍ତି। ଟାହିଆ କଢ଼ାଯିବା କୌଣସି ପରମ୍ପରାର କ୍ଷୁଣ୍ଣ ନୁହେଁ ବୋଲି ସେବାୟତମାନେ କହିଛନ୍ତି।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ