
ଥାନାରେ ହାଜର ହେଲେ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର। ନବୀନ ସରକାର ବେଳେ CMOରୁ ଫାଇଲ୍ ଗାଏବ ମାମଲାରେ କ୍ୟାପିଟାଲ୍ ଥାନାରେ ଆଜି ହାଜର ହୋଇଛନ୍ତି ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର। କ୍ୟାପିଟାଲ୍ ଥାନାରେ ପହଞ୍ଚି ମାମଲା ସମ୍ପର୍କିତ ତଥ୍ୟ ରଖିବା ସହ ପୋଲିସକୁ ସବୁ ସହାୟତା କରିବେ ବୋଲି ସେ କହିଛନ୍ତି।CMOରୁ ଦୁଇଟି କମିଶନ ତଦନ୍ତ ଫାଇଲ୍ ନମିଳିବା ମାମଲାରେ ତନାଘନା କରୁଛି ପୋଲିସ। ଫାଇଲ୍ ଗାଏବକୁ ନେଇ IAS ରାଜେଶ ବର୍ମା ଓ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ସମନ୍ ହୋଇଥିଲା। ୨୦୨୪ ଜୁନ୍ ୪ରେ ଗୃହ ବିଭାଗକୁ ସିଏମ୍ଓରୁ ସବୁ ଫାଇଲ୍ ଫେରିଥିଲା, କିନ୍ତୁ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର ତଦନ୍ତ ରିପୋର୍ଟ ଫେରିନଥିଲା।




