ସୌମ୍ୟରଞ୍ଜନ ହତ୍ୟା ମାମଲା : ଓମ୍‌ପ୍ରକାଶଙ୍କର ପଲିଗ୍ରାଫ୍‌ ଟେଷ୍ଟ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଶୁକ୍ରବାର ସୌମ୍ୟରଞ୍ଜନ ସ୍ୱାଇଁଙ୍କ ସାଙ୍ଗ ଓମ୍‌ ପ୍ରକାଶଙ୍କର ପଲିଗ୍ରାଫ୍‌ ଟେଷ୍ଟ (ମିଛ ଧରା ପରୀକ୍ଷା) କରିଛି । ଘଟଣା ଦିନ କ’ଣ ଘଟିଥିଲା ସେ ବିଷୟରେ ପ୍ରକୃତ ସତ ଜାଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଏହି ଟେଷ୍ଟ କରାଇଛି । ସେଦିନ ସୌମ୍ୟଙ୍କ ସହ ଯାହା ଘଟିଥିଲା ସେ ବିଷୟରେ ଅଧିକ ତଥ୍ୟ ଓମ୍‌ ପାଖରେ ଥିଲା । କାରଣ ଘଟଣାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେ କେବଳ ସୌମ୍ୟଙ୍କ ପାଖରେ ଥିଲା ।
ପୁଲିସ୍‌ ଓ କ୍ରାଇମ୍‌ବ୍ରାଞ୍ଚକୁ ଓମ୍‌ ଅନେକ ତଥ୍ୟ ଦେଇଛନ୍ତି । ସେ କ୍ରାଇମ୍‌ବ୍ରାଞ୍ଚକୁ କହିଥିଲେ, ସୌମ୍ୟ ଓ ସେ ଗୋଟିଏ ବାଇକ୍‌ରେ ଓଲଟପୁରସ୍ଥିତ ମଉଜପୁରରୁ ଭୁବନେଶ୍ୱର ସତ୍ୟବିହାର ଜିମ୍‌କୁ ଆସୁଥିଲେ । ବାଲିଅନ୍ତା ଥାନା ରାମଚନ୍ଦ୍ରପୁର କାଜ ପାର ହେବା ପରେ ମନିପର୍ସ ଘରେ ଛାଡ଼ିଆସିଛି ବୋଲି ସୌମ୍ୟ କହିଥିଲେ । ଓମ୍‌ ଗାଡ଼ି ବୁଲାଇ ଘର ମୁହାଁ ହୋଇଥିଲା । ଏହି ସମୟରେ ହଠାତ୍‌ ସୌମ୍ୟଙ୍କୁ ବାତ ମାରିଥିଲା । ସେ ବାତ ମାରିବା ଭଳି ହେବା ସହ ଅସ୍ୱାଭାବିକ ଆଚରଣ ଦେଖାଇଲେ । ଓମ୍‌ଙ୍କ ବେକକୁ ସୌମ୍ୟ ଜୋର୍‌ରେ ଧରି ପକାଇଥିଲେ । ଓମ୍‌ ବାଇକ୍‌ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଏହି ସମୟରେ ସ୍କୁଟିରେ ଆସୁଥିବା ଦୁଇ ଯୁବତୀଙ୍କ ସହ ତାଙ୍କ ବାଇକ୍‌ ଧକ୍କା ହୋଇଥିଲା । ସମସ୍ତେ ତଳେ ପଡ଼ି ଯାଇଥିଲେ । ଦୁର୍ଘଟଣାକୁ ନେଇ ସାମନ୍ୟ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ସୌମ୍ୟ ଆହୁରି ବିଚଳିତ ହୋଇ ଏକଦମ୍‌ ଅସ୍ୱାଭାବିକ ଆଚରଣ ଦେଖାଇବାକୁ ଲାଗିଲେ । ଜଣେ ଯୁବତୀଙ୍କ ସହ ଓମ୍‌ଙ୍କୁ ବି ହଠାତ୍‌ ମାଡ଼ ମାରିଥିଲେ ସୌମ୍ୟ । ତା’ପରେ ପାଗଳଙ୍କ ଭଳି ପାଖ ବିଲ ଆଡ଼କୁ ଧାଇଁବା ସହ ଚିତ୍କାର କରୁଥିଲେ । ସେହି ସମୟରେ ବାଟରେ ଯାଉଥିବା ଲୋକେ ରୁଣ୍ଡ ହୋଇଥିଲେ । ଯୁବତୀଙ୍କ କଥା ଶୁଣି ସେମାନେ ସୌମ୍ୟଙ୍କୁ ଧରିବାକୁ ଗୋଡ଼ାଇଲେ ।

ଚାହୁଁ ଚାହୁଁ ଡକାଡ଼କି ହୋଇ ଲୋକମାନେ ମାଡି ଆସିଲେ । ସୌମ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ଧରି ନିସ୍ତୁକ ପିଟି ପିଟି ମାରିଦେଲେ। ହେଲେ ସୌମ୍ୟଙ୍କ ପରିବାର ଲୋକ ଓମ୍‌ଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ । ତେବେ ଓମ୍‌ଙ୍କ କଥାରେ କେତେ ସତ ରହିଛି ତାହା ଜାଣିବା ପାଇଁ ଗତ ସପ୍ତାହରେ କ୍ରାଇମ୍‌ବ୍ରାଞ୍ଚ ପଲିଗ୍ରାଫ୍‌ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଥିଲା । କୋର୍ଟଙ୍କ ଅନୁମତି ପରେ ଓମ୍‌ ଙ୍କର ରସୁଲଗଡ଼ସ୍ଥିତ ଏସ୍‌ଏଫ୍‌ଏସ୍‌ଏଲ୍‌ରେ ପଲିଗ୍ରାଫ୍‌ ଟେଷ୍ଟ କରାଯାଇଥିଲା । ପୁଲିସ୍‌ ପକ୍ଷରୁ ୩୦ରୁ ଅଧିକ ପ୍ରଶ୍ନ ତିଆରି କରାଯାଇଥିଲା । ଦୁଇ ଜଣ ଡାକ୍ତର ଓ ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ସେଠାରେ ଉପସ୍ଥିତ ଥିଲେ । ପୂର୍ବରୁ ପୁଲିସ୍‌ ଦେଇଥିବା ତଥ୍ୟ ଓ ପଲିଗ୍ରାଫ୍‌ ଟେଷ୍ଟ ତଥ୍ୟ କେତେ ସତ ତାକୁ ତର୍ଜମା କରାଯିବ । ଯଦି କିଛି ଫରକ ଥିବ ତା’ହେଲେ ଓମ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ କହିଛନ୍ତି । ସେପଟେ ସୌମ୍ୟଙ୍କ ପରିବାର ଲୋକ କହିଛନ୍ତି, ଦୁଇ ଜଣ ଯୁବତୀଙ୍କ ମଧ୍ୟ ପଲିଗ୍ରାଫ୍‌ ଟେଷ୍ଟ୍‌ କରାଯାଉ । ସେମାନେ ଆମ ପୁଅ ନାଁରେ ଆଣିଥିବା ମିଥ୍ୟା ଅଭିଯୋଗ ପ୍ରମାଣ ହୋଇଯିବ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ