ସ୍ୱାମୀ ବୟସରେ ବଡ଼ ହେବା କେତେ ଜରୁରି ଓ କାହିଁକି ? ଜାଣନ୍ତୁ

ଆବହମାନ କାଳରୁ ରହିଆସିଛି ପତୀ-ପତ୍ନୀଙ୍କ ମଧ୍ୟରେ ପତି ବୟସରେ ବଡ଼ ହେବା ଜରୁରି । କିନ୍ତୁ ଆଜିକାଲି ଧୀରେ ଧୀରେ ଏହି ବ୍ୟବଧାନ କ୍ରମଶଃ କମିବାରେ ଲାଗିଛି । ଏପରିକି ଝିଅ ନିଜଠାରୁ କମ୍‌ ବୟସର ସ୍ୱାମୀ ବରଣ କରୁଛନ୍ତି । କେବଳ ବରଣ କରୁନାହାନ୍ତି, ସୁଖର ସଂସାର ମଧ୍ୟ କରୁଛନ୍ତି । ତେବେ ପତି ବଡ଼ ହେବା କେତେ ଜରୁରି ଓ କାହିଁକି? ଚାଲନ୍ତୁ ଜାଣିବା କ’ଣ କହୁଛନ୍ତି ଡାକ୍ତର ଓ ଜ୍ୟୋର୍ତିବିତ୍‌ ?

ଆଜିର ଦୁନିଆରେ ବହୁ ଲୋକ ବୟସକୁ କେବଳ ଗୋଟିଏ ନମ୍ବର ବୋଲି ଧରି ନେଇଛନ୍ତି । ଅଧିକାଂଶ ଲୋକ ମାନିଥାନ୍ତି ଯେ ପତି ଓ ପତ୍ନୀଙ୍କଠାରୁ ବଡ଼ ହୋଇଥିବା ଆବଶ୍ୟକ । ଏହା କେତେଦୂର ଠିକ୍‌ ଓ ଗ୍ରହଣୀୟ ହୋଇପାରିଛି । କିଛିଦିନ ତଳେ ହୋଇଥିବା ଏକ ଗବେଷଣାରୁ କିଛି ତଥ୍ୟ ମିଳିଛି । ଯେପରିକି

ଅନ୍ତର କେତେ ରହିବା ଉଚିତ୍‌
ଗବେଷଣା ଅନୁସାରେ ପତି ଓ ପତ୍ନୀଙ୍କ ମଧ୍ୟରେ ବୟସ ଅନ୍ତର ୪/୫ ବର୍ଷ ରହିବା ଉଚିତ୍‌ । ସେଥିରେ ପୁଣି ପତ୍ନୀ ସାନ ହୋଇଥିବା ଆବଶ୍ୟକ । ରିସର୍ଚ୍ଚରୁ ଜଣାପଡିଛି ଯେ ଯଦି ପତି ଓ ପତ୍ନୀଙ୍କ ବୟସ ଅନ୍ତର ୮ରୁ ଅଧିକ ହୁଏ, ତେବେ ସେମାନଙ୍କ ମଧ୍ୟରେ ଝଗଡା ଆବଶ୍ୟକଠାରୁ ଅଧିକ ହୋଇଥାଏ । ଫଳରେ ବିବାହ ବିଚ୍ଛେଦର ଆଶଙ୍କା ଅଧିକ ରହିଥାଏ । ସେହିପରି ଯେଉଁମାନଙ୍କ ମଧ୍ୟରେ ୧୦ ବର୍ଷରୁ ଅଧିକ ବୟସ ଅନ୍ତର ରହିଛି, ସେମାନଙ୍କ ମଧ୍ୟରେ ବହୁ ସମସ୍ୟା ଦେଖିବାକୁ ମିଳିଥାଏ । ଏମାନଙ୍କ ମଧ୍ୟରେ କେବଳ ସାମଞ୍ଜସ୍ୟ ବଜାୟ ରଖିବାରେ ସମସ୍ୟା ଉପୁଜି ନଥାଏ । ପିଲାମାନଙ୍କ ସହ ସମ୍ପର୍କ ମଜଭୁତ କରିବାରେ ମଧ୍ୟ ବାଧା ଉପୁଜିଥାଏ ।

୪/୫ ବର୍ଷକୁ ଆଦର୍ଶ
ଗବେଷଣାରେ କିଛି କାରଣ ମଧ୍ୟ ଦର୍ଶାଇଯାଇଛି । ଝିଅଙ୍କୁ ପୁଅଙ୍କଠାରୁ ୪/୫ ବର୍ଷ ସାନ ହେଲେ ହିଁ ବୈବାହିକ ଜୀବନ ଭଲରେ ବିତିଥାଏ ବୋଲି କୁହାଯାଇଛି ।

ବାୟୋଲୋଜିକାଲ କାରଣ
ବିଜ୍ଞାନ ଅନୁସାରେ ଝିଅମାନେ ୧୦ରୁ ୧୪ ବର୍ଷ ମଧ୍ୟରେ ପ୍ରାପ୍ତ ବୟସ୍କ ହେଉଥିବା ବେଳେ ପୁଅମାନେ ୧୨ରୁ ୧୬ ବର୍ଷ ବୟସ ପ୍ରାପ୍ତ ବୟସ୍କ ହୋଇଥାନ୍ତି । ଝିଅମାନଙ୍କର ହର୍‌ମୋନାଲ୍‌ ପରିବର୍ତ୍ତନ ସେମାନଙ୍କୁ ଶୀଘ୍ର ପରିପକ୍ୱ କରି ଦେଇଥାଏ ।

ଚେହେରାରେ ପରିବର୍ତ୍ତନ
ଝିଅମାନଙ୍କର ହର୍‌ମୋନାଲ୍‌ ପରିବର୍ତ୍ତନ ଯୋଗୁ ସେମାନେ ଶୀଘ୍ର ବୟସ୍କ ଦେଖାଯାଇଥାନ୍ତି । କିନ୍ତୁ ପୁଅମାନଙ୍କଠାରେ ବୟସର ଛାପ ସେତେଟା ଦେଖାଯାଇ ନଥାଏ ।

ଅନ୍ତର ନଥିଲେ, ଆସେ ସମସ୍ୟା
ସବୁଠାରୁ ବଡ଼ ଜିନିଷ ହେଲା ଏହି ସମସ୍ୟାଗୁଡିକ ମଧ୍ୟରୁ କେତେକ କାରଣ ବୟସ ଅନ୍ତର ଯୋଗୁ ହୋଇଥାଏ । ଯେପରିକି ସ୍ୱାସ୍ଥ୍ୟ ସମସ୍ୟା, ପ୍ରାପ୍ତ ବୟସ ସହ ଜଡିତ ସମସ୍ୟା, ସନ୍ତାନ ପ୍ରସବରେ ସମସ୍ୟା, ପତି-ପତ୍ନିଙ୍କ ମାନସିକତାରେ ଅନ୍ତର ଆସିଥାଏ । ଯେଉଁ ପତି- ପତ୍ନୀଙ୍କ ଭିତରେ ବୟସର ତାରତମ୍ୟ ଅଧିକ ରହିଛି, ମନସ୍ତତ୍ତ୍ୱବିତ୍‌ଙ୍କ ଅନୁସାରେ ସେମାନଙ୍କ ଭିତରେ ସ୍ୱଳ୍ପ ଜୀବନକୁ ନେଇ ଭୟ ରହିଥାଏ । ଏଭଳି ଯୋଡ଼ି କଥାବାର୍ତ୍ତା ଦ୍ୱାରା ନିଜ ଭିତରେ ଥିବା ସମସ୍ୟାକୁ ଦୂର କରି ଦେବା ଉଚିତ୍‌ । ମନସ୍ତତ୍ତ୍ୱ ସାଧାରଣ ବିଚାରଧାରାକୁ ଦେଖିଥାଏ, କିନ୍ତୁ ପରସ୍ପର ଭିତରେ ଥିବା ପ୍ରେମ ଓ ବୁଝାମଣାକୁ କେବଳ ପତି-ପତ୍ନୀ ବୁଝିବା ସହ ଆଗେଇ ନେଇପାରିବେ ।

  • Related Posts

    ସଂପର୍କ ସୁଦୃଢ ପାଇଁ ପତ୍ନୀ, ପତିର ସର୍ବଦା ବାମ ପଟେ ଶୋଇବା ଉଚିତ

    ପତିପତ୍ନୀ ନିଜ ଖାଦ୍ୟ ଖାଇବା ପୂର୍ବରୁ ସେଥିରୁ କିଛି କାଢି ଚଢେଇଙ୍କୁ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ପରସ୍ପର ମଧ୍ୟରେ ଭଲ ପାଇବା ବୃଦ୍ଧି ହୋଇଥାଏ। ଗୃହର ଅଗଣାରେ ତୁଳସୀ ଲଗାଇ ପତିପତ୍ନୀ ଶ୍ରଦ୍ଧା ପୂର୍ବକ ନିୟମିତ ବୃନ୍ଦାବତୀଙ୍କୁ ପୂଜା…

    Continue reading
    ଏଭଳି ସ୍ତ୍ରୀ ନିଜ ସ୍ବାମୀଙ୍କ ଘରକୁ କରିଦିଅନ୍ତି ସ୍ବର୍ଗ

    ସବୁ ମଣିଷଙ୍କ ଜୀବନରେ ସ୍ତ୍ରୀର ଭୂମିକା ବହୁତ ମହତ୍ତ୍ବପୂର୍ଣ୍ଣ ଥାଏ। ଆଜିର ଦିନରେ ଅଧିକାଂଶ ଲୋକ ଏହା ଭାବନ୍ତି କି ସେମାନଙ୍କ ଜୀବନରେ ଆସୁଥିବା ସ୍ତ୍ରୀ ତାଙ୍କ ସ୍ବାମୀର ଭାଗ୍ୟର ଚାବି ନେଇ ଆସିବ। ଆଉ ଏହି କଥା ୧୦୦ପ୍ରତିଶତ ସତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ