ହାଇକୋର୍ଟରେ ନିଯୁକ୍ତି ପାଇଲେ ୩୬ଜଣ ‘ସରକାରୀ ଓକିଲ’

ଭୁବନେଶ୍ୱର: ରାଜ୍ୟ ସରକାର  ୩୬ଜଣ ବରିଷ୍ଠ ଓକିଲଙ୍କୁ ଓଡ଼ିଶା ହାଇକୋର୍ଟରେ ସରକାରୀ ଓକିଲ ଭାବେ ନିଯୁକ୍ତି ଦେଇଛନ୍ତି । ଏମାନଙ୍କ ବ୍ୟତୀତ ଅନ୍ୟ ୪୭ଜଣଙ୍କୁ ହାଇକୋର୍ଟରେ ‘ଷ୍ଟାଣ୍ଡିଂ କାଉନସେଲ’ ଭାବେ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ଅବସ୍ଥାପିତ କରାଯାଇଛି । ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଜୁନ୍ ୧୨ତାରିଖରେ ଶପଥ ନେବାର ପ୍ରାୟ ୪୦ଦିନ ପରେ ଜୁଲାଇ ୧୯ତାରିଖରେ ବରିଷ୍ଠ ଓକିଲ ପୀତାମ୍ବର ଆଚାର୍ୟ୍ୟଙ୍କୁ ଆଡଭୋକେଟ୍ ଜେନେରାଲ(ଏଜି) ଭାବେ ନିଯୁକ୍ତି ଦେଇଥିଲେ । ଆଉ ଏଜିଙ୍କ ନିଯୁକ୍ତିର ପ୍ରାୟ ୩ମାସ ପରେ ଅର୍ଥାତ୍ ଆଜି ରାଜ୍ୟ ସରକାର ଏହି ୩୬ଜଣ ବରିଷ୍ଠ ଓକିଲଙ୍କୁ ‘ଗଭର୍ଣ୍ଣମେଂଟ ଆଡଭୋକେଟ୍ ବା ସରକାରୀ ଓକିଲ’ ଭାବେ ନିଯୁକ୍ତି ଦେଇଥିବା ଜଣାପଡ଼ିଛି । ଏହି ଓକିଲମାନେ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ଲ’ ଅଫିସର ଭାବେ ବିଭିନ୍ନ ମାମଲାରେ ପକ୍ଷ ରଖିବେ ଓ ଏଜିଙ୍କ ନିର୍ଦ୍ଦେଶରେ କାର୍ୟ୍ୟ କରିବେ ବୋଲି ସୂଚନା ମିଳିଛି । ଆଇନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ହାଇକୋର୍ଟରେ ସରକାରୀ ଓକିଲ ଭାବେ କୈଳାସ ଚନ୍ଦ୍ର କରଙ୍କୁ ନିଯୁକ୍ତି ଦିଆଯାଇଛି । ଆଉ ହାଇକୋର୍ଟରେ ‘ଅତିରିକ୍ତ ସରକାରୀ ଓକିଲ’ ଭାବେ ଅନ୍ୟ ୩୫ଜଣ ବରିଷ୍ଠ ଓକିଲଙ୍କୁ ଅବସ୍ଥାପିତ କରାଯାଇଛି । ସେମାନେ ହେଲେ ଦେବେନ୍ଦ୍ର କୁମାର ସାହୁ, ବିବେକାନନ୍ଦ ନାୟକ, ସଞ୍ଜିବ କୁମାର ସ୍ୱାଇଁ, ସରୋଜ କୁମାର ଜୀ, ଜୟନ୍ତ କୁମାର ବଳ, ବିମ୍ବିସାର ଦାଶ, ଉମେଶ ଚନ୍ଦ୍ର ବେହୁରା, ସର୍ବେଶ୍ୱର ବେହେରା, ଅଯୋଧ୍ୟା ରଞ୍ଜନ ଦାଶ, ଗୋପାଳ କୁମାର ଅଗ୍ରୱାଲ, ଦୟାନିଧି ଲେଙ୍କା, ସତ୍ୟବ୍ରତ ମହାନ୍ତି, ଜଟେଶ୍ୱର ନାୟକ, ସୂର୍ୟ୍ୟନାରାୟଣ ପଟ୍ଟନାୟକ, ଦେବାଶୀଷ ତ୍ରିପାଠୀ, ଶୁଭ ବିକାଶ ପଣ୍ଡା, ବିଭୂପ୍ରସାଦ ନାୟକ, ଉଦିତ ରଞ୍ଜନ ଜେନା, ମାନସ ରଞ୍ଜନ ମହାନ୍ତି, ଗୌତମ ତ୍ରିପାଠୀ, ପ୍ରବୀର କୁମାର ରାୟ, ପାର୍ଥସାରଥୀ ନାୟକ, ଦେବାଶୀଷ ନାୟକ, ଅରବିନ୍ଦ ତ୍ରିପାଠୀ, ବବିତା କୁମାରୀ ସାହୁ, ଶାଶ୍ୱତ କୁମାର ଦାସ, ସଞ୍ଜୟ ରଥ, ଚନ୍ଦ୍ରକାନ୍ତ ପ୍ରଧାନ, ଚିତ୍ତରଞ୍ଜନ ସ୍ୱାଇଁ, ଦେବରଞ୍ଜନ ମହାପାତ୍ର, ତପନ କୁମାର ଦାଶ, ସୁମନ ପଟ୍ଟନାୟକ, ରଜନୀ ଭୂଷଣ ମିଶ୍ର, ଦେବରାଜ ମହାନ୍ତି ଓ ଅଶୋକ କୁମାର ଆପଟ୍ଟଙ୍କୁ ଆଡସିନାଲ ଗଭର୍ଣ୍ଣମେଂଟ ଆଡଭୋକେଟ(ଅତିରିକ୍ତ ସରକାରୀ ଓକିଲ) ଭାବେ ନିଯୁକ୍ତି ମିଳିଛି ।

ସେହିପରି ଓଡ଼ିଶା ହାଇକୋର୍ଟରେ ଜଣେ ଷ୍ଟାଣ୍ଡିଂ କାଉନସେଲ ଭାବେ ଜ୍ଞାନଲୋକ ମହାନ୍ତିଙ୍କୁ ନିଯୁକ୍ତି ମିଳିଥିବାବେଳେ ଅନ୍ୟ ୪୬ଜଣ ବରିଷ୍ଠ ଓକିଲଙ୍କୁ ‘ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲ’ରେ ଅବସ୍ଥାପିତ କରାଯାଇଛି ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ