
ଦେବଗଡ଼:ଦେବଗଡ ଜିଲ୍ଲାର ତିଲେଇବଣି ବ୍ଲକର ସଡୋ ପଂଚାୟତର ବେଲୁଆମ ଗ୍ରାମରେ ଆଜି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି।ମୃତକ ହେଲେ ବେଲୁଆମ ଗ୍ରାମର କୁଞ୍ଜବନ ତିର୍କୀ।ସୂଚନା ଅନୁଯାୟୀ,କୁଞ୍ଜବନ ଆଜି ସକାଳେ ନିକଟସ୍ଥ ଜଙ୍ଗଲକୁ ଯାଇଥିବାବେଳେ ହଠାତ ହାତୀ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ତେବେ ଘଟଣାସ୍ଥଳରେ କୁଞ୍ଜବନଙ୍କ ମୃତ୍ୟୁ ଘଟିଥିଲା। ସୂଚନା ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଥିଲେ।




