ହେଲିକପ୍ଟର ଦୁର୍ଘଟଣା ଦମ୍ପତି ଓ ପାଇଲଟ୍‌ ମୃତ

ଲଣ୍ଡନ: ଗ୍ରୀସ୍‌ର ସିଫ୍‌ନୋସ୍ ଦ୍ୱୀପରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ନବବିବାହିତ ବ୍ରିଟିଶ ଦମ୍ପତି ଏବଂ ସେମାନଙ୍କ ଗ୍ରୀକ୍ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ ଏହି ଦମ୍ପତି ଆଥେନ୍ସ ନିକଟସ୍ଥ ମାର୍କୋପୋଲୋରୁ ଚାର୍ଟାଡ ହେଲିକପ୍ଟର ଯୋଗେ ସିଫ୍‌ନୋସ୍ ଦ୍ୱୀପକୁ ହନିମୁନ୍ ମନାଇବା ପାଇଁ ଯାଉଥିଲେ। ମୃତ ବ୍ରିଟିଶ ଦମ୍ପତି ହେଉଛନ୍ତି ଆଲେକ୍ସଜାଣ୍ଡାର୍ କ୍ରୋମି (୩୧) ଏବଂ ମ୍ୟାରି ଇବର୍ଟ (୩୦)। ସେହିପରି ୫୩ ବର୍ଷୀୟ ପାଇଲଟ୍ ଜିଓର୍ଗୋସ୍ ରାଇକୋସ୍ ଗ୍ରୀକ୍ ବାୟୁସେନାର ପୂର୍ବତନ ଅଫିସର ଥିଲେ। ଅଗଷ୍ଟ ୧୭ ତାରିଖ (ସୋମବାର) ସନ୍ଧ୍ୟା ପ୍ରାୟ ୬:୧୫ ସମୟରେ, ହେଲିକପ୍ଟରଟି ନିର୍ଦ୍ଧାରିତ ହେଲିପ୍ୟାଡ୍‌ରେ ଅବତରଣ କରିବାର ମାତ୍ର କିଛି ମିନିଟ୍ ପୂର୍ବରୁ ସିଫ୍‌ନୋସ୍‌ର ‘ଥୋଲୋସ୍’ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଅବତରଣ ପୂର୍ବରୁ ହେଲିକପ୍ଟରରୁ ଏକ ଅସାମାନ୍ୟ ଓ ବିଚିତ୍ର ଶବ୍ଦ ଶୁଣାଯାଇଥିଲା। ତେଣୁ ଏଥିରେ ଯାନ୍ତ୍ରିକ ତ୍ରୁଟି ହୋଇଥିବା ସନ୍ଦେହ କରାଯାଉଛି। ଦୁର୍ଘଟଣା ପରେ ହେଲିକପ୍ଟରଟିରେ ନିଆଁ ଲାଗିଯାଇ ସମ୍ପୂର୍ଣ୍ଣ ଜଳିଯାଇଥିଲା।

  • Related Posts

    ବିଜୟଙ୍କ ଘୋଷଣା: ସମସ୍ତ ବିଧାୟକ ପାଇବେ ନୂଆ କାର୍

    ତାମିଲନାଡୁର ପ୍ରତ୍ୟେକ ବିଧାୟକଙ୍କୁ ମିଳିବ କାର୍। ସେଥିରେ ସେମାନେ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଲୋକଙ୍କ ସମସ୍ୟାର ସମାଧାନ କରିବାରେ ସହଯୋଗ କରିବେ। ମୁଖ୍ୟମନ୍ତ୍ରୀ ବିଜୟ ଏହି ଘୋଷଣା କରିଛନ୍ତି।ତାମିଲନାଡୁ ବିଧାନସଭାରେ କହିଛନ୍ତି ଯେ ଲୋକଙ୍କ ଆବଶ୍ୟକତାର ବୁଝାସୁଝା କରିବା…

    Continue reading
    ଗିରଫଦାରୀ ଖବର ଛାପିବା ଅପରାଧୀକ ମାନହାନି ନୁହେଁ:କୋର୍ଟ

    ତିରୁଅନନ୍ତପୁରମ : ଜଣେ ବ୍ୟକ୍ତିଙ୍କ ଗିରଫଦାରୀ ଖବର ଛାପିବା ଅପରାଧୀକ ମାନହାନି ନୁହେଁ । ସରକାରୀ ସଂସ୍ଥା କିମ୍ବା ଆଇନ ପାଳନକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ଖବର ଛାପିବା ଦ୍ୱାରା ଯଦି କୌଣସି ବ୍ୟକ୍ତିଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚିଥାଏ କିମ୍ବା ତାଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ