୨୦୨୬ରେ ୨୯ଟି ସରକାରୀ ଛୁଟି : ମାଡ଼ ଖାଇବ ୬ ଦିନ

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ପାକ୍ଷରୁ ଆସନ୍ତା ୨୦୨୬ କ୍ୟାଲେଣ୍ଡର ବର୍ଷ ପାଇଁ ପ୍ରକାଶ ପାଇଲା ତାଲିକା। ୨୦୨୬ରେ ୨୯ଟି ସରକାରୀ ଛୁଟି ରହିଛି । ଏଥିରୁ ୬ଟି ଛୁଟି ଦ୍ୱିତୀୟ ଶନିବାର ଓ ରବିବାରରେ ପଡ଼ୁଥିବାରୁ ଅଯଥାରେ ଚାଲିଯିବ। ସେହିପରି ନୂଆଖାଇ ପାଇଁ ଦୁଇ ଦିନ ଛୁଟି କରିଛନ୍ତି ସରକାର । ଏଥିସହ ୯ଟି ଇଚ୍ଛାଧୀନ ଛୁଟି ଘୋଷଣା ହୋଇଛି । ଯେଉଁଥିରୁ ସରକାରୀ କର୍ମଚାରୀ ଗୋଟିଏ ଛୁଟି ନେଇପାରିବେ । ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ସରକାରୀ ଛୁଟି ତାଲିକା ପ୍ରକାଶ କରାଯାଇଛି ।

ନୂଆଖାଇ ପାଇଁ ଆସନ୍ତା ବର୍ଷ ସେପ୍ଟେମ୍ବର ୧୫ ତାରିଖ ଓ ଏହାର ପରଦିନ (୧୬ ତାରିଖ)କୁ ମଧ୍ୟ ଛୁଟି ଘୋଷଣା କରାଯାଇଛି । ବର୍ଷର ୨୯ ଛୁଟିରୁ ୫ଦିନ ରବିବାର ଓ ଗୋଟିଏ ଦିନ ଦ୍ୱିତୀୟ ଶନିବାର ପଡୁ଼ଛି । ଫେବ୍ରୁଆରୀ ୧୫ ତାରିଖରେ ମହା ଶିବରାତ୍ରି ଥିବା ବେଳେ ଏହି ଦିନ ରବିବାର ପଡୁ଼ଛି । ଜୁନ୍ ୧୪ରେ ପହିଲି ରଜ, ଅକ୍ଟୋବର ୧୮ରେ ମହାଷ୍ଟମୀ, ଅକ୍ଟୋବର ୨୫ରେ କୁମାର ପୂର୍ଣ୍ଣିମା ଓ ନଭେମ୍ବର ୮ରେ ଦୀପାବଳି ଆଦି ଛୁଟି ରବିବାର ଦିନ ପଡୁ଼ଛି । ସେହିପରି ଅକ୍ଟୋବର ୧୦ରେ ମହାଳୟା ଦ୍ୱିତୀୟ ଶନିବାର ପଡୁ଼ଛି । ଫଳରେ ସରକାରୀ କର୍ମଚାରୀଙ୍କ ୬ ଦିନ ଛୁଟି ନଷ୍ଟ ହେଉଛି।

  • Related Posts

    ଏଣିକି ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ କାର୍ଯ୍ୟାନୁଷ୍ଠାନ

    ଭୁବନେଶ୍ୱର: ଏଣିକି ସରକାରୀ ଜମିରେ ବେଆଇନ ଗଞ୍ଜେଇ ଚାଷରେ ଲାଗିବ ସମ୍ପୂର୍ଣ୍ଣ ରୋକ୍। ଗଞ୍ଜେଇ ଚାଷ ରୋକିବାକୁ ପ୍ରଶାସନ ପକ୍ଷରୁ ନିରନ୍ତର ଓ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି…

    Continue reading
    ତ୍ରିରଙ୍ଗା ତଳେ ଏକତାର ବାର୍ତ୍ତା, ରାଇକିଆରେ ଦେଶପ୍ରେମର ଯାତ୍ରା”

    ରାଇକିଆ: ଭାରତ ସରକାର ଙ୍କ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଏବଂ ଦେଶପ୍ରେମ ଓ ଜାତୀୟତାର ଭାବନାକୁ ଉଜ୍ଜୀବିତ କରି ରାଇକିଆରେ ଏକ ଭବ୍ୟ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି। ରାଇକିଆ ବ୍ଲକ ଭାଜପା ପକ୍ଷରୁ ଆୟୋଜିତ ଏହି ତ୍ରିରଙ୍ଗା ଯାତ୍ରାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ