
କଟକ: କଟକ ବାଲିଯାତ୍ରା ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି । ଅବଧି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ବୁଧବାର ଘୋଷଣା କରିଛନ୍ତି । ଆଜି ପରିବର୍ତ୍ତେ ଆସନ୍ତାକାଲି ବାଲିଯାତ୍ରା ଉଦଯାପିତ ହେବ ।ଲୋକଙ୍କ ଆଗ୍ରହ ଓ ବ୍ୟବସାୟୀଙ୍କ କାରବାରକୁ ନଜରରେ ରଖି ଏହି ଅବଧି ବୃଦ୍ଧି କରାଯାଇଛି । ବାଲିଯାତ୍ରା ଗତ ୫ ତାରିଖ ଦିନ ଉଦଘାଟିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହାକୁ ଉଦଘାଟନ କରିଥିଲେ ।




