୨୨ ତାରିଖରୁ ୟୁଜିସି ନେଟ୍ ଆରମ୍ଭ

ଭୁବନେଶ୍ୱର: ୟୁଜିସି ନେଟ୍ ୨୦୨୬ ପରୀକ୍ଷା ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ । ୨୨ ତାରିଖରୁ ୩୦ ତାରିଖ ଯାଏ ପରୀକ୍ଷା ହେବ । ସିବିଟି ମୋଡ୍‌ରେ ପରୀକ୍ଷା ହେବ । ଏନେଇ ପରୀକ୍ଷା କାର୍ଯ୍ୟସୂଚୀ ଏନ୍‌ଟିଏ ପକ୍ଷରୁ ପ୍ରକାଶ କରାଯାଇଛି ।

ଏନ୍‌ଟିଏର ବିଜ୍ଞପ୍ତି ଅନୁଯାୟୀ, ୨ଟି ସିଫ୍ଟରେ ପରୀକ୍ଷା ହେବ । ପ୍ରଥମ ସିଫ୍ଟ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଅନୁଷ୍ଠିତ ହେବ । ଦ୍ୱିତୀୟ ସିଫ୍ଟ ପରୀକ୍ଷା ଅପରାହ୍ନ ୩ଟାରୁ ୬ଟା ମଧ୍ୟରେ ହେବ । ୨୨ ତାରିଖରେ ଭିଜୁଆଲ୍ ଆର୍ଟ, କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଆପ୍ଲିକେସନ, ପଞ୍ଚାବୀ, ତାମିଲ, ଜିଓଗ୍ରାଫି, ମରାଠୀ, ସାନ୍ତାଳୀ, ମ୍ୟୁଜିକ୍, ବଙ୍ଗାଳୀ, ହୋମ୍ ସାଇନ୍ସ ଆଦି ବିଷୟର ପରୀକ୍ଷା ହେବ ।

ସେହିପରି ୨୩ ତାରିଖରେ ପବ୍ଲିକ୍ ଆଡ୍‌ମିନିଷ୍ଟ୍ରେସନ୍, ମାସ୍ କମ୍ପ୍ୟୁନିକେସନ୍ ଆଣ୍ଡ ଜର୍ଣ୍ଣାଲିଜିମ୍, ଇଲେକ୍ଟ୍ରୋନିକ୍ସ ସାଇନ୍ସ, ୱେମେନ୍ ଷ୍ଟଡିଜ୍, ଆଇନ, ଦର୍ଶନଶାସ୍ତ୍ର, ଶିକ୍ଷା, ସୋସିଆଲ ୱାର୍କ, ଲାଇବ୍ରେରୀ ଆଣ୍ଡ ଇନ୍ଫର୍ମମେସନ୍ ସାଇନ୍ସ ଭଳି ବିଷୟରେ ପରୀକ୍ଷା ହେବ । ୨୪ରେ ରାଜନୀତି ବିଜ୍ଞାନ, ବାଣିଜ୍ୟ, ଲିଙ୍ଗ୍ୟୁଷ୍ଟିକ୍, ଇଣ୍ଡିଆନ୍ କଲଚର ଆଦି ବିଷୟରେ ପରୀକ୍ଷା ହେବ । ୨୫ରେ ଇଂରାଜୀ, ଇତିହାସ ଆଦି ବିଷୟରେ ପରୀକ୍ଷା ହେବ ।

୨୯ରେ ଫିଜିକାଲ ଏଜୁକେସନ୍, ଆୟୁର୍ବେଦ ସାଇନ୍ସ, ବିପର୍ଯ୍ୟୟ ପରିଚାଳନା ଏବଂ ୩୦ ତାରିଖରେ ପରିବେଶ ବିଜ୍ଞାନ, ଆନ୍ଥ୍ରୋପୋଲୋଜି, ଅର୍ଥନୀତି, ଯୋଗ, ସୋସିଓଲୋଜି, ସୋସିଆଲ୍ ସାଇନ୍ସ ଆଣ୍ଡ କମ୍ୟୁନିଟି ମେଡିସିନ୍ ଆଣ୍ଡ କମ୍ୟୁନିଟି ହେଲ୍ଥ, ପରିସଂଖ୍ୟାନ, ଫରେଷ୍ଟ୍ରି ଆଦି ବିଷୟରେ ପରୀକ୍ଷା ହେବ । ଏନେଇ ସମସ୍ତ ସୂଚନା ଏନ୍ଟିଏ ୱେବ୍ସାଇଟ୍ https://nta.ac.in/ରେ ଉପଲବ୍ଧ ରହିଛି ।

  • Related Posts

    ୨୦୪ ଜିଏମ୍ଏପିଭିର ଭିତ୍ତିପ୍ରସ୍ତର, ଆଜି ଖୋର୍ଦ୍ଧାରେ ଶିଳାନ୍ୟାସ କରି​‌ବେ ମୁଖ୍ୟମନ୍ତ୍ରୀ

    ଖୋର୍ଦ୍ଧା: ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (ଜିଏମ୍ଏପିଭି) ଯୋଜନାରେ ସାମିଲ ହେବେ ଆଉ ୨୦୪ ସ୍କୁଲ । ଆଜି ଏହାର ପଡ଼ିବ ଭିତ୍ତିପ୍ରସ୍ତର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳାନ୍ୟାସ କରିବେ । ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତସ୍ଥିତ ଶ୍ରୀ…

    Continue reading
    ରଥରେ ଛନ୍ଦା ଗୟଳ ମୋଡ଼ା ହୋଇ ଯୋକା ସ୍ଥାପନ ଶେଷ

    ପୁରୀ: ଗୟଳ ମୋଡ଼ା ପରେ ଶନିବାର ରଥରେ ଯୋକା ସ୍ଥାପନ ହୋଇଛି । ଯୋକାରେ ଖାପ କରି ୪ଟି ବିନ୍ଧ କରାଗଲା । ବିଶ୍ୱକର୍ମା ଓ ଭୋଇସେବକମାନେ ରଥରେ ଯୋକା ସ୍ଥାପନ କରିବା ପରେ ଓଝା ସେବକମାନେ ଯୋକା କଣ୍ଟା ରଥରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ