
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । କାରଣ ସରକାର ସେମାନଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି କରିଛନ୍ତି । ସମୁଦାୟ ମହଙ୍ଗା ଭତ୍ତା ୬୦ରୁ ୬୩ ପ୍ରତିଶତକୁ ବୃଦ୍ଧି ନେଇ ଘୋଷଣା କରାଯାଇଛି । ପିଛିଲାଭାବେ ୨୦୨୬ ଜୁଲାଇରୁ ଲାଗୁ ହେବା ନେଇ ଘୋଷଣା କରାଯାଇଛି । ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ନଭେମ୍ବର ମାସ ଦରମାରେ ନଗଦ ଆକାରରେ ମିଳିବ । ଏହା ସହିତ ପେନସନଭୋଗୀଙ୍କ ଟି.ଆଇରେ ମଧ୍ୟ ୩ ପ୍ରତିଶତ ବୃଦ୍ଧି ହୋଇଛି ।






