୪ ଗ୍ରାମବାସୀଙ୍କ ଦୁଃଖ: କେବଳ ଫଳକରେ ସୀମିତ କଂସର-ହିତମ ଭାୟା ବିରିଆମ ରାସ୍ତା କାର୍ଯ୍ୟ

ଦେବଗଡ଼:ଦୁର୍ଗମ ତଥା ଅପହଂଚ ଗ୍ରାମର ବିକାଶ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଜନହିତକର ଯୋଜନା କରୁଥିବାବେଳେ ଆଜି ବି ମଧ୍ୟ ପାହାଡ ଉପରେ ଥିବା ଗ୍ରାମଗୁଡିକ ନିକଟରେ ପଂହଚି ପାରୁନି।ସମସ୍ତ ବ୍ୟବସ୍ଥା ଅଛି,କିନ୍ତୁ ତାର ସଠିକ ସୁଫଳ ଲୋକମାନେ ପାଇ ପାରୁନାହାଁନ୍ତି। କିନ୍ତୁ ବିକାଶ ଆଜି ବି ସେମାନଙ୍କ ପାଇଁ ଅପହଂଚ।ସରକାର ଯୋଜନା କରୁଛନ୍ତି ସତ ହେଲେ ତଳସ୍ତରରେ ଏହାର ସଠିକ ବିନିଯୋଗ ହୋଇପାରୁନଥିବା ଦେଖିବାକୁ ମିଳିଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ଅଂଚଳରେ ବସବାସ କରୁଥିବା ତିଲେଇବଣି ବ୍ଲକର କଂସର ପଂଚାୟତର ବସବାସ କରୁଥିବା ୪ ଗ୍ରାମ ବାସିନ୍ଦାଙ୍କ ଦୁଃଖ। ପୂର୍ତ୍ତ ବିଭାଗ ପକ୍ଷରୁ କଂସର-ହିତମ ଭାୟା ବିରିଆମ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା।ତାହା ବି କେବଳ ଫଳକ ଅଟକିଯାଇଛି,ନା ଆଜି ପର୍ଯ୍ୟନ୍ତ ଉକ୍ତ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଛି। ଯାହାକୁ ନେଇ ଉକ୍ତ ୪ ଗ୍ରାମ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଏନେଇ ବିରିଆମ,ଲଇଣ୍ଡା,ହିରନ ଓ ବାଲିଆମ ଗ୍ରାମବାସୀ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ।ସୂଚନା ଅନୁଯାୟୀ, ଆର୍ଥିକ ବର୍ଷ ୨୦୧୯-୨୦ରେ ପୂର୍ତ୍ତବିଭାଗ ପକ୍ଷରୁ କଂସର-ହିତମ ଭାୟା ବିରିଆମ ଗ୍ରାମକୁ ଦୀର୍ଘ ୧୧ କିମି ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ପଦକ୍ଷେପ ‌ନିଆଯାଇଥିଲା।କିନ୍ତୁ ‌ଉକ୍ତ ରାସ୍ତା କାର୍ଯ୍ୟ ଆରମ୍ଭ ହେବା ତ ଦୂର କଥା କେବଳ ଫଳକରେ ସୀମିତ ହୋଇଯାଇଛି ଉକ୍ତ ରାସ୍ତା କା‌ର୍ଯ୍ୟ। ବିରିଆମ,ଲଇଣ୍ଡା,ହିରନ ଓ ବାଲିଆମ ଗ୍ରାମକୁ ଆଜି ବି ଉକ୍ତ ଅଂଚଳକୁ ଯିବାପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ ।ଭଲ ରାସ୍ତା ନଥିବା ଯୋଗୁଁ ଗ୍ରାମବାସୀମାନେ ପାହାଡି ରାସ୍ତା ଅତିକ୍ରମ କରି ମୁଖ୍ୟ ରାସ୍ତାକୁ ଆସି ସରକାରୀ କାର୍ଯ୍ୟଠାରୁ ଆରମ୍ଭ କରି କୌଣସି କାର୍ଯ୍ୟ ପାଇଁ ଦେବଗଡ଼ ସହର ତଥା ପଂଚାୟତ କାର୍ଯ୍ୟାଳୟକୁ ଆସିଥାନ୍ତି। ଉକ୍ତ ରାସ୍ତା କାର୍ଯ୍ୟ ଆରମ୍ଭ କରିବା ପାଇଁ ବିଭିନ୍ନ ସମୟରେ ଅଭିଯୋଗ ମଧ୍ୟ କରୁଛନ୍ତି, କିନ୍ତୁ ମିଳୁଛି କେବଳ ପ୍ରତିଶ୍ରୁତି।ତେବେ ଉକ୍ତ ଗ୍ରାମରେ ସରକାରୀ ଯୋ‌ଜନା ପଂହଚିଛି,ସତ କିନ୍ତୁ ହେ‌ଲେ ତାହା କାଗଜ କଲମରେ ସୀମିତ ରହିଯାଇଛି।ଉପାନ୍ତ ଅଂଚଳରେ ପ୍ରଶାସନ କି ଜନପ୍ରତିନିଧିଙ୍କ କାହାରି ଦୃଷ୍ଟି ପଡୁ ନଥିବା ବେଳେ ଏଭଳି ପରିସ୍ଥତିରେ ଭାଗ୍ୟକୁ ଆଦରି ବଞ୍ଚିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି ଗ୍ରାମବାସୀ। ତେବେ ଏଥିପ୍ରତି ଜିଲ୍ଲାପ୍ରଶାସନର କେବେ ଦୃଷ୍ଟି ପଡୁଛି ତାହା ଦେଖିବାର ଅଛି।

  • Related Posts

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଡେରି ରାତିରେ ଖାଇବା, ରାତି ଅଧରେ ସ୍ନାକ୍ସ ଖାଇବା ଏବଂ ଅନିୟମିତ ନିଦ୍ରା ଏବେ ଅନେକଙ୍କ ଦୈନନ୍ଦିନ ଅଭ୍ୟାସ। କିନ୍ତୁ ଏହି ଅଭ୍ୟାସ ଦୀର୍ଘ ସମୟରେ ଶରୀରର ବାୟୋଲଜିକାଲ୍ କ୍ଲକ୍‌କୁ ପ୍ରଭାବିତ କରିବା ସହ ଷ୍ଟ୍ରୋକ୍‌ର ଆଶଙ୍କା ବଢ଼ାଇପାରେ ବୋଲି ବିଶେଷଜ୍ଞ…

    Continue reading
    ଭିଜିଲାନ୍ସ ପଞ୍ଝାରେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର

    କଟକ : ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ, ମାଡ଼ି ବସିଲା ଭିଜିଲାନ୍ସ । ଲାଞ୍ଚ ନେଇ ଧରା ପଡ଼ିଲେ କଟକ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର ମୌସୁମୀ ବେହେରା । ଜୁଲାଇରୁ ସେପ୍ଟେମ୍ଵର ମାସ ମଧ୍ୟରେ ବୃକ୍ଷରୋପଣ ସମ୍ପର୍କିତ ବିଲ୍ ପାସ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ