ବିଜେଡି ଓ କଂଗ୍ରେସର ମହିଳା ବିରୋଧୀ ଆଭିମୁଖ୍ୟକୁ ବିଜେପି ତରଫରୁ ନିନ୍ଦା

ଭୁବନେଶ୍ୱର: ମହିଳା ସୁରକ୍ଷାକୁ ଆଳ କରି ଗତ କିଛି ଦିନ ହେଲା ଓଡିଶା ବନ୍ଦ, ଘେରାଓ, କ୍ୟାଣ୍ଡେଲ ଶୋଭାଯାତ୍ରା ଜରିଆରେ ଉଭୟ ବିଜେଡି ଓ କଂଗ୍ରେସ ଦଳ କୁମ୍ଭୀର କାନ୍ଦଣା କାନ୍ଦିବାର ଦୃଶ୍ୟ ଓଡିଶାବାସୀ ଦେଖୁଛନ୍ତି । ଅନ୍ୟ ପଟେ ମହିଳା ଦୁଷ୍କର୍ମରେ ଅଭିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ ଏବଂ ବିଏମ୍‌ସି କର୍ପୋରେଟର ତଥା ବିଜେଡି ନେତା ଅମରେଶ ଜେନାଙ୍କ କ୍ଷେତ୍ରରେ ଉଭୟ ଦଳର ମୁଖିଆଙ୍କ ତୁଣ୍ଡି ବନ୍ଦ । ବାସ୍ତବରେ ମହିଳା ସୁରକ୍ଷା ପ୍ରସଙ୍ଗରେ ଉଭୟ ଦଳର ଦୋମୁହାଁ ନୀତି ପଦାରେ ପଡିଛି । ନିଜ ଅସଲ ଚିତ୍ର ଧରାପଡିବା ଭୟରେ ଅତ୍ୟନ୍ତ ନିମ୍ନସ୍ତରକୁ ଯିବା ପାଇଁ ମଧ୍ୟ ପଛାଉ ନାହାନ୍ତି ଉଭୟ ଦଳ । ଏହାର ପ୍ରତିବାଦ କରି ଆଜି ଭୁବନେଶ୍ୱର ଜିଲ୍ଲା ତରଫରୁ ମାଷ୍ଟରକ୍ୟାଂଟିନ ଛକଠାରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଏବଂ କଂଗ୍ରେସର ତଥାକଥିତ ମୁଖିଆ ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟବାସୀଙ୍କ ନିକଟରେ ଉଭୟ ଦଳର ଅସଲ ଚରିତ୍ର, ସ୍ୱଭାବ ଓ ମାନସିକତାକୁ ମନେ ପକାଇ ଦେବା ପାଇଁ ସମସ୍ତ ଜିଲ୍ଲାରେ ବ୍ୟାପକ ଓ ବିଭିନ୍ନ କାର୍ୟ୍ୟକ୍ରମ ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହେବ ବୋଲି ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର କହିଛନ୍ତି ।

ମହିଳା ଦୁଷ୍କର୍ମ ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ଦଳ ଭିତରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ନିଜ ଶାସନ କାଳର ଅପକର୍ମ ଓ କୁକର୍ମକୁ ଜନମାନସରୁ ଦୁରେଇ ରଖିବା ପାଇଁ ଉଭୟ କଂଗ୍ରେସ ଏବଂ ବିଜେଡି ଦଳ ଅପପ୍ରୟାସ ଆରମ୍ଭ କରିଦେଇଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ବିଜେପି ସରକାର ମହିଳାମାନଙ୍କ ପ୍ରତି ସମ୍ବେଦନଶୀଳ ଓ ସମର୍ପିତ ସରକାର । ମହିଳା ସୁରକ୍ଷା ପ୍ରସଙ୍ଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଶକ୍ତ, ତ୍ୱରିତ ଏବଂ ସଚେତନଧର୍ମୀ ପଦକ୍ଷେପ ଗ୍ରହଣ କରୁଛନ୍ତି । ବର୍ତମାନ ବିଜେପି ସରକାରର କଡା ଅଭିମୁଖ୍ୟ ଦେଖି ରାଜ୍ୟର ମାଁ ଓ ଭଉଣୀଙ୍କ ଆତ୍ମବିଶ୍ୱାସ ବଢିଛି । ରାଜ୍ୟର ମାଁ ଓ ଭଉଣୀମାନଙ୍କୁ ନ୍ୟାୟ ଓ ସମ୍ମାନ ଦେବା ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଏହି ବିକ୍ଷୋଭରେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ ସଂପାଦିକା କସ୍ତୁରୀ ମିଶ୍ର, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡ.ଐଶ୍ୱର୍ୟ୍ୟା ବିଶ୍ୱାଳ, ମହିଳାମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦିକା ରଶ୍ମୀରେଖା ଦାସ, ଭୁବନେଶ୍ୱର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁବାଷିନୀ ପୃଷ୍ଟିଙ୍କ ସମେତ ଜିଲ୍ଲା ଓ ରାଜ୍ୟର ଅନେକ ନେତୃବୃନ୍ଦ ଉପସ୍ଥିତ ଥିଲେ ।

  • Garvita Odia

    Related Posts

    ବିଜେପି ଅଫିସରେ ପ୍ରୟାସକାନ୍ତି

    ଭୁବନେଶ୍ୱର: ଆଜି ରାଜ୍ୟ ବିଜେପି ଅଫିସରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ନିଜ ସହଯୋଗୀଙ୍କ ସହ ଦେଖିବାକୁ ମିଳିଛି । ଗତ ମେ ମାସରେ ପ୍ରୟାସକାନ୍ତି ବିଜେଡି ଛାଡ଼ିଥିବାରୁ ସେ ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି…

    ଓଡ଼ିଶାକୁ କେନ୍ଦ୍ରୀୟ ସମବାୟ ଅନୁଦାନ ନଗଣ୍ୟ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କଲେ ମାନସ ମଙ୍ଗରାଜ

    ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଥିବା ସମବାୟ ସମିତି, ଏହାର କାର୍ୟ୍ୟକାରିତା ଓ ସଦସ୍ୟଙ୍କ ସଂଖ୍ୟା ସମ୍ପର୍କରେ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ସାଂସଦ ମାନସ ମଙ୍ଗରାଜ। ଓଡ଼ିଶାରେ ମୋଟ ଉପରେ କେତେ ଗୋଟି ଓ କେଉଁ ପ୍ରକାରର ପଞ୍ଜିକୃତ ସମବାୟ…

    Leave a Reply

    Your email address will not be published. Required fields are marked *

    You Missed

    ବୈତରଣୀରେ ଆଉ ବଢିବନି ଜଳସ୍ତର:ସର୍ବୋଚ୍ଚ ଯନ୍ତ୍ରୀ

    ବୈତରଣୀରେ ଆଉ ବଢିବନି ଜଳସ୍ତର:ସର୍ବୋଚ୍ଚ ଯନ୍ତ୍ରୀ

    ବିଜେପି ଅଫିସରେ ପ୍ରୟାସକାନ୍ତି

    ବିଜେପି ଅଫିସରେ ପ୍ରୟାସକାନ୍ତି

    ପଞ୍ଜିକରଣ କରିସାରିଲେଣି ୩ ଲକ୍ଷ ୩୮ହଜାର ୭୩୫ ଚାଷୀ :ମନ୍ତ୍ରୀ

    ପଞ୍ଜିକରଣ କରିସାରିଲେଣି ୩ ଲକ୍ଷ ୩୮ହଜାର ୭୩୫ ଚାଷୀ :ମନ୍ତ୍ରୀ

    ଅନ୍ଧବିଶ୍ୱାସ: କାଉଙ୍କ ମିଳନ ଦେଖିବାରୁ ଦୁଇ ଯୁବକଙ୍କୁ ମୃତ ଘୋଷଣା

    ଅନ୍ଧବିଶ୍ୱାସ: କାଉଙ୍କ ମିଳନ ଦେଖିବାରୁ ଦୁଇ ଯୁବକଙ୍କୁ ମୃତ ଘୋଷଣା

    ୬ ସପ୍ତାହ ଭିତରେ ସ୍ବାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ ଦିଅ: ହାଇକୋର୍ଟ

    ୬ ସପ୍ତାହ ଭିତରେ  ସ୍ବାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ ଦିଅ: ହାଇକୋର୍ଟ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଲାଗିବ ୭୫ ଲକ୍ଷ ଗଛ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଲାଗିବ  ୭୫ ଲକ୍ଷ ଗଛ