ସିନ୍ଧ ନଦୀକୁ ଖସି ପଡ଼ିଲା ଆଇଟିବିପି ଯବାନଙ୍କ ବସ୍

ଶ୍ରୀନଗର: ନଦୀକୁ ଖସିପଡ଼ିଲା ଯବାନଙ୍କ ବସ୍ । ସିନ୍ଧ ନଦୀକୁ ଖସି ପଡ଼ିଲା ବସ୍ । ଭୋର ସମୟରେ ଏକ ବୁଲାଣି ରାସ୍ତାରେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ତେବେ ବସଟି ନଦୀକୁ ସିଧା ଖସି ଯିବା ଫଳରେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି ।ସୌଭାଗ୍ୟର କଥା ବସଟି ଖାଲି ଥିଲା, ସେଥିରେ କୌଣସି ଯବାନ ଯାଉନଥିଲେ । ଆଇଟିବିପି ଯବାନଙ୍କ ପାଇଁ ଉଦ୍ଦିଷ୍ଟ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଜାମ୍ମୁ-କାଶ୍ମୀରର ଗାନ୍ଦରବାଲ ଜିଲ୍ଲାର କୁଲ୍ଲନ ଠାରେ ସିନ୍ଧ ନଦୀକୁ ଖସିପଡିଛି ବସ୍ । ପ୍ରବଳ ବର୍ଷା କାରଣରୁ ଏଭଳି ଅଘଟଣ ଘଟିଥିବା ଜଣେ ଅଧିକାରୀ କହିଛନ୍ତି । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରିଛନ୍ତି । ସେପଟେ ବସ ଦୁର୍ଘଟଣା ପରେ ପ୍ରାଥମିକ ସ୍ତରରେ କୁହାଯାଉଥିଲା କି ଯବାନଙ୍କୁ ନେଇ ଯିବା ବେଳେ ନଦୀକୁ ବସ୍ ଖସିପଡିଛି । ମାତ୍ର ଗାନ୍ଦରବାଲ ପୋଲିସ ଏକ୍ସରେ ଖାଲି ବସ୍ ଯାଉଥିବା ନେଇ ସ୍ପଷ୍ଟ କରିଛି । ଦୁର୍ଘଟଣା ପରେ ନଦୀ ଭିତରେ ବସଟି ଭାସୁଛି ଓ ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ୟ୍ୟ ଜାରି ରଖିଛନ୍ତି ।

  • Related Posts

    ଉତ୍ତରାଖଣ୍ଡରେ ପୁଣି ୪.୨ତୀବ୍ରତାର ଭୂମିକମ୍ପ

    ଶନିବାର ରାତି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ଯଦିଓ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ, ତେବେ ଜାତୀୟ ଭୂକମ୍ପ ବିଜ୍ଞାନ…

    Continue reading
    ‘ବିଙ୍ଗ୍‌ ଦ ସଲମାନ ଖାନ୍‌’ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲିଲେ ଭାଇଜାନ୍‌

    ଭୁବନେଶ୍ୱର : ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ୍‌ ଆଜି ନିଜର ପ୍ରଥମ ଅଫିସିଆଲ୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଲଞ୍ଚ୍‌ କରିଛନ୍ତି । ଏହାର ନାମ ସେ ‘ବିଙ୍ଗ୍‌ ଦ ସଲମାନ ଖାନ୍‌’ରଖିଛନ୍ତି । ସଲମାନ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ର ଲିଙ୍କ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ