ବିଜେପି ବିଶୃଙ୍ଖଳା ଆଉ ବେଗୁନିଆ

ବେଗୁନିଆ:ଖବରର ଶୀର୍ଷକ ଟିକେ ଅଡୁଆ ଲାଗିଲେବି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଏଭଳି କିଛି ଘଟଣା ଘଟିବାରେ ଲାଗିଛି । ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ ବେଗୁନିଆର ବିଜେପି ନେତା କେତେ କଣ ସ୍ବପ୍ନ ଦେଖିଥିଲେ । କିନ୍ତୁ ସମୟ ଯେତିକି ଅତିକ୍ରାନ୍ତ ହେଲା ସେତିକି ବିଜେପି ଦଳ ପାଇଁ ଟେନସନ ବଢ଼ାଇଲା ବେଗୁନିଆରେ । ବେଗୁନିଆ ନିର୍ବାଚନ ମଣ୍ଡଳୀ ବିଜେପି ନେତା ତଥା ବିଧାୟକ ପାର୍ଥି ଥିବା ପ୍ରକାଶ ବିଜୁଳି ନିଜ ଅପାରଗତା ପାଇଁ ଦଳରେ ଏକ ପ୍ରକାର କଣଠେସା ହୋଇ ପଡ଼ିଛନ୍ତି । ପ୍ରକାଶ ଓ ବେଗୁନିଆ ବିଡ଼ିଓଙ୍କ ବାର୍ତାଳାପ ସାମାଜିକ ଗଣମାଧ୍ୟମରେ ଭାଇରଲ ହେବାପର ଠୁ ସେ ଆଉ ନିର୍ବାଚନ ମଣ୍ଡଳୀରେ ଦେଖା ଯାଉନାହାନ୍ତି କିମ୍ବା ଯୋଗାଯୋଗ କଲେ ତାହା ସମ୍ଭବ ହୋଇ ପାରୁନାହିଁ । ପ୍ରକାଶ ତାଙ୍କର କିଛି ହାତଗଣତି କର୍ମୀଙ୍କୁ ନେଇ କେବଳ ବିଭିନ୍ନ ସ୍ଥାନ ପରିଭ୍ରମଣ କରୁଥିବା ଦେଖିବାକୁ ମିଳୁଛି । ସେପଟେ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଦୀର୍ଘଦିନ ଧରି ସୁପ୍ତ ଥିବା ଯତୀନ ମହାନ୍ତିଙ୍କ ଟିମ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛନ୍ତି । ଯତୀନ ବାବୁ ଆଗ ଆପେକ୍ଷା ଏବେ ବେଗୁନିଆ ବୋଲଗଡ଼ ଅଞ୍ଚଳକୁ ଆସି ନିଜ ପୁରୁଣା କର୍ମକର୍ତାଙ୍କୁ ଧରି ଛୋଟ ଛୋଟ କାର୍ଯ୍ୟକ୍ରମ ଆୟୋଜନ କରି ନିଜ ସ୍ଥିତି ଜାହିର କରୁଛନ୍ତି । ସେହିପରି ବିଜେପି ଦଳକୁ ମଜଭୁତ କରିବା ସହ ବେଗୁନିଆରେ ବିଜେଡି ଗଡ଼ ଭାଙ୍ଗିବା ପାଇଁ ଖୋର୍ଦ୍ଧା ବିଧାୟକ ବେଗୁନିଆରେ ନିଜ ଦବଦବା ଜାହିର କରି ଆସୁଥିବା ଦେଖିବାକୁ ମିଳୁଛି । ଦଳକୁ ମଜଭୁତ କରିବା ବଦଳରେ ବିଧାୟକ ପାର୍ଥି ପ୍ରକାଶ ବିଜୁଳି ସେତେଟା ସକ୍ଷମ ହୋଇପାରି ନଥିବା ବେଳେ ଭୁବନେଶ୍ୱର ସାଂସଦ ଖୋର୍ଦ୍ଧା ବିଧାୟକଙ୍କୁ ବେଗୁନିଆ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ଦେଇଥିଲେ । ଆଉ ସେବେଠୁ ଖୋର୍ଦ୍ଧା ବିଧାୟକଙ୍କ ଉପରେ ରକ୍ତ ଚାଉଳ ଚୋବାଇ ବିଷ ଓଗାଳି ନିଜେ ହଟହଟା ହୋଇଛନ୍ତି ପ୍ରକାଶ । ଦଳ ଭିତରେ ବିଶୃଙ୍ଖଳା ଓ ଅସନ୍ତୋଷ ବଢୁଥିବା ବେଳେ ଜିଲା ସଭାପତି ଓ ରାଜ୍ୟ ସଭାପତି ସବୁ ଜାଣି ଚୁପ ରହିଛନ୍ତି । ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଦଳକୁ ମଜଭୁତ କରିବା ପାଇଁ ଦୃଢ଼ ନେତୃତ୍ୱ ଓ ସଂଗଠକଙ୍କ ଆବଶ୍ୟକ ଥିବା ବେଳେ ଦଳ ଭିତରେ ତୁ ତୁ ମେ ମେ ଭଳି ତିନି ନେତାଙ୍କ ଆବିର୍ଭାବ ଏବେ କର୍ମକର୍ତାଙ୍କୁ ଚିନ୍ତାରେ ପକାଇଛି । ଆଗକୁ ସଂଗଠନର କର୍ମକର୍ତ୍ତା ଚୟନ ରହିଥିବା ବେଳେ ଏହାକୁ ନେଇ ସମସ୍ତେ ଚୁପ ଅଛନ୍ତି ବୋଲି ଆକଳନ କରାଯାଉଛି । ତେବେ ସାଙ୍ଗଠନିକ କର୍ମକର୍ତା ଚୟନ ପରେ କାହାର କେଉଁ ପ୍ରକାର କାର୍ଯ୍ୟ ଶୈଳୀ ରହୁଛି ତାହା ଦେଖିବାକୁ ବାକି ରହିଲା । ସେହିଭଳି ବେଗୁନିଆରେ ପ୍ରକାଶ, ପ୍ରଶାନ୍ତ ଓ ଯତୀନଙ୍କ ଜଟିଳ ଗଣିତକୁ ଦଳ କିଭଳି ସମାଧାନ କରିବ ତାହା ସମୟ କହିବ ବୋଲି ଆକଳନ କରିଛନ୍ତି ବେଗୁନିଆର ବୁଦ୍ଧିଜୀବୀ ।

  • Related Posts

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ବାମନାଳ:ବହୁ ଚର୍ଚ୍ଚିତ ବଳଙ୍ଗା ନାବାଳିକା ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସାଧୀନ ଅବସ୍ଥାରେ ରହସ୍ୟ ଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ୭ତାରିଖରେ ବିଜେଡି ପକ୍ଷରୁ ୬ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ନିମନ୍ତେ ଏକ…

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ଭୁବନେଶ୍ୱର: ଶ୍ରୀମନ୍ଦିରେ ବାରମ୍ବର ହିଡେନ୍‍ କ୍ୟାମେରା ଠାବ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ । ବାରମ୍ବାର ହିଡେନ୍‍…

    Leave a Reply

    Your email address will not be published. Required fields are marked *

    You Missed

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

    ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକଙ୍କ ପରଲୋକ

    ଓଡିଶା ହେବ ଗ୍ଲୋବାଲ୍ ସ୍କିଲ୍ ହବ୍

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?