ସିପିଆର୍‌ ଦେଇ ଯୁବକଙ୍କ ଜୀବନ ରକ୍ଷା ଟ୍ରାଫିକ୍‌ ପୁଲିସ

ନୂଆଦିଲ୍ଲୀ : ବିଚ୍‌ ରାସ୍ତାରେ ଯୁବକଙ୍କ ଜୀବନ ରକ୍ଷା କଲେ ଟ୍ରାଫିକ୍‌ ପୁଲିସ । ଘଟଣାର ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ହରିୟାଣାର ଗୁରୁଗାଓଁରେ ଟ୍ରାଫିକ୍‌ ପୁଲିସ ଭାବେ କାର୍ଯ୍ୟରତ ଏଏସଆଇ କୃଷ୍ଣ କୁମାର ମାନବିକତା ଓ କର୍ତ୍ତବ୍ୟ ପାଇଁ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବା ସହ ପ୍ରେରଣା ପାଲଟିଛନ୍ତି । ସେ ଜଣେ କାର୍‌ ଚାଳକଙ୍କୁ ମୃତ୍ୟୁ ମୁହଁରୁ ରକ୍ଷା କରିଛନ୍ତି । ମଙ୍ଗଳବାର ମଧ୍ୟାହ୍ନ ସମୟରେ ଟ୍ରାଫିକ୍‌ ପୁଲିସ ଜଣକ କାର୍ଯ୍ୟରେ ଥିବା ସମୟରେ ଦେଖିଥିଲେ ଯେ, ବିଚ୍‌ ରାସ୍ତାରେ ଜଣେ ଯୁବକ କାର୍‌ ଚଲାଉଥିବା ସମୟରେ ହଠାତ୍‌ ଅଟକି ଯାଇଥିଲେ । ସେ କାର୍‌ ନିକଟକୁ ଯାଇ ଦେଖିବା ବେଳକୁ ଯୁବକ ଜଣକ ଅଚେତ୍‌ ଅବସ୍ଥାରେ ଥିଲେ । ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବା ଏଏସଆଇ ଅନୁଭବ କରି କାଳ ବିଳମ୍ବ ନକରି ନିଜର ସାଥି କର୍ମଚାରୀ ଓ ଉପସ୍ଥିତ ଥିବା କିଛି ଲୋକଙ୍କ ସହଯୋଗ ନେଇ କାର୍‌ ଭିତରୁ ଯୁବକଙ୍କୁ ବାହାରକୁ ଆଣି ତାଙ୍କୁ ସିପିଆର୍‌ ଦେବା ଆରମ୍ଭ କରିଥିଲେ । କିଛି ସମୟରେ କାର୍‌ ଚାଳକଙ୍କୁ ଚେତା ଫେରି ଆସିଥିଲା । ଚେତା ଆସିବା ପରେ ପୁଲିସ କର୍ମୀ ତାଙ୍କୁ ପାଣି ପିଇବା ସହ ଆରାମ ଅନୁଭବ କରାଇଥିଲେ ।

  • Related Posts

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍…

    Continue reading
    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ ନହେଲେ ଦୁର୍ବଳ ହେବ ଦାନ୍ତ

    ବ୍ରଶ୍‌‌ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇଥାଆନ୍ତି। ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦାନ୍ତ ମାଢି ଉପରେ କୁପ୍ରଭାବ ପଡିବା ସହ ଦାନ୍ତ ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ