ନୂଆଦିଲ୍ଲୀ: ଲଗାଣ ବର୍ଷା ଯୋଗୁଁ ଉବୁଟୁବୁ ଦିଲ୍ଲୀ । ଚାରିଆଡେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ରାତିରୁ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । କାଳନ୍ଦୀ କୁଞ୍ଜ, ମଥୁରା ରୋଡ୍, ରିଙ୍ଗ ରୋଡ୍, ଜିଟି କର୍ଣ୍ଣାଲ୍ ରୋଡ୍, ରୋହିଣୀ, ମଧୁବନ ଚୌକ୍, ଆନନ୍ଦ ବିହାର ଭଳି ଆହୁରି ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଟ୍ରାଫିକ୍ ଜାମ୍ ରହିଛି । ପ୍ରବଳ ବର୍ଷା ପାଇଁ ଜଳମଗ୍ନ ହୋଇଛି ସମଗ୍ର ଅଞ୍ଚଳ । ଅନ୍ୟପଟେ ହରିନଗର ଜଇତପୁରରେ କାନ୍ଥ ଭୁଶୁଡି ବଡ ଅଘଟଣ ଘଟିଛି । ରାତି ସାରା ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡି ୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଯନ୍ତରମନ୍ତରେ କକ୍ରୋଚ ଜନତା ପାର୍ଟିର ବିକ୍ଷୋଭ ପ୍ରଦର୍ଶନ
ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତରମନ୍ତରରୁ ଶୁଭିଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି। ଯନ୍ତରମନ୍ତରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରି ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଛି କକ୍ରୋଚ ଜନତା ପାର୍ଟି। ଯୁବଗୋଷ୍ଠୀଙ୍କ ଦ୍ୱାରା ସୋଶାଲ ମିଡିଆରୁ ଆରମ୍ଭ ହୋଇଥିବା ଏହି…


