୫ ବର୍ଷରେ ଭାରତର ଏସୀୟ ସିଂହ ସଂଖ୍ୟା ୩୨% ବୃଦ୍ଧି

ନୂଆଦିଲ୍ଲୀ: ରବିବାର ପ୍ରକାଶିତ ସିଂହ ଜନସଂଖ୍ୟା ଆକଳନ ରିପୋର୍ଟ ଅନୁଯାୟୀ, ଭାରତର ଏସୀୟ ସିଂହ ସଂଖ୍ୟା ୨୦୨୦ରେ ୬୭୪ଥିବା ବେଳେ ୨୦୨୫ରେ ଏହା ୮୯୧କୁ ବୃଦ୍ଧି ପାଇ ୮୯୧ରେ ପହଞ୍ଚିଛି। ସିଂହ ସଂଖ୍ୟାରେ ୩୨ ପ୍ରତିଶତ ବୃଦ୍ଧି ଏ ବାବଦ ସୁଚିନ୍ତିତ ଯୋଜଜନାର ପରିଣାମ ବୋଲି କୁହାଯାଇଛି। ବୟସ୍କ ମାଈ ସିଂହଙ୍କ ସଂଖ୍ୟା ୨୬୦ରୁ ୩୩୦ (୨୬.୯ ପ୍ରତିଶତ)କୁ ବୃଦ୍ଧି ପାଇଛି, ଯାହା ପ୍ରଜାତିର ପ୍ରଜନନ କ୍ଷମତାକୁ ବଢ଼ାଇଛି। ସଦ୍ୟତମ ଗଣନାରେ ବରଦା ବନ୍ୟପ୍ରାଣୀ ଅଭୟାରଣ୍ୟ, ଜେତପୁର ସମେତ ଅନ୍ୟ ୯ଟି ସ୍ଥାନରେ ସିଂହ ସଂଖ୍ୟା ୪୯୭ରେ ପହଞ୍ଚିଛି। ପ୍ରଥମ ଥର ପାଇଁ କରିଡର ଅଞ୍ଚଳରେ ୨୨ଟି ସିଂହ ଥିବା ରେକର୍ଡ କରାଯାଇଛି। ଏହି ଅବସରରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଟ୍ୱିଟ୍ କରି କହିଛନ୍ତି, ‘ଏସିଆଟିକ୍‌ ସିଂହ’ଙ୍କ ଘର ହୋଇପାରିଥିବାରୁ ଏବେ ଭାରତ ଗର୍ବ ଅନୁଭବ କରୁଛି। ବିଗତ କିଛି ବର୍ଷ ମଧ୍ୟରେ ଆମର ସିଂହ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି।
ଗତ ଏକ ଦଶନ୍ଧି ମଧ୍ୟରେ ସିଂହ ସଂଖ୍ୟା ୨୦୧୫ରେ ୫୨୩ରୁ ୭୦.୩୬ ପ୍ରତିଶତ ବୃଦ୍ଧି ପାଇ ୨୦୨୫ରେ ୮୯୧ରେ ପହଞ୍ଚିଥିବା ବେଳେ ବଣ୍ଟନ କ୍ଷେତ୍ର ୫୯.୦୯ ପ୍ରତିଶତ ବୃଦ୍ଧି ପାଇଛି। ଅମରେଲି ଜିଲ୍ଲାରେ ବର୍ତ୍ତମାନ ସର୍ବାଧିକ ସିଂହ ଅଛନ୍ତି, ଯେଉଁଥିରେ ୮୨ ଜଣ ବୟସ୍କ ପୁରୁଷ ସିଂହ, ୧୧୭ ଜଣ ପ୍ରାପ୍ତ ବୟସ୍କ ମାଈ ଏବଂ ୭୯ଟି ଶାବକ ଅଛନ୍ତି। ଅଞ୍ଚଳ ହିସାବରେ ମିଟିଆଲା ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ଆଖପାଖ ଅଞ୍ଚଳ, ଭାବନଗର ଅଭୟାରଣ୍ୟ ଏବଂ ଦକ୍ଷିଣ ପୂର୍ବ ଉପକୂଳରେ ସିଂହ ସଂଖ୍ୟାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଦେଖିବାକୁ ମିଳିଛି। ତେବେ କେତେକ ଅଞ୍ଚଳରେ ହ୍ରାସ ମଧ୍ୟ ରେକର୍ଡ କରାଯାଇଛି। ଗିରନାର ବନ୍ୟପ୍ରାଣୀ ଅଭୟାରଣ୍ୟ (-୪%) ଏବଂ ଭାବନଗର ଉପକୂଳ (-୧୨%)ରେ ଏହି ହ୍ରାସ ଦେଖିବାକୁ ମିଳିଛି। ପ୍ରତିବର୍ଷ ଅଗଷ୍ଟ ୧୦ ତାରିଖରେ ପାଳନ କରାଯାଉଥିବା ବିଶ୍ୱ ସିଂହ ଦିବସର ଉଦ୍ଦେଶ୍ୟ ହେଉଛି ସାରା ବିଶ୍ୱରେ ସିଂହଙ୍କ ସଂରକ୍ଷଣ ଓ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା । ଗୁଜରାଟରେ ଏସୀୟ ସିଂହ ହେଉଛି ଏକ ଅନନ୍ୟ ପରିବେଶ ଓ ସାଂସ୍କୃତିକ ସମ୍ପଦ, ଯାହା କେବଳ ସୌରାଷ୍ଟ୍ର ଅଞ୍ଚଳରେ ଦେଖିବାକୁ ମିଳେ । ପ୍ରୋଜେକ୍ଟ ସିଂହ ଅଧୀନରେ ମନ୍ତ୍ରଣାଳୟ ଓ ସଂପୃକ୍ତ ରାଜ୍ୟର ନିରନ୍ତର ପ୍ରୟାସ ପାଇଁ ସଫଳତା ମିଳିଛି। ଏହା ସାଙ୍ଗକୁ ଗୁଜରାଟ ସରକାରଙ୍କ ନେତୃତ୍ୱ ଏହି ସ୍ବତସ୍ତ୍ର ପ୍ରଜାତିର ବଞ୍ଚିବା ଏବଂ ଅଭିବୃଦ୍ଧି ସୁନିଶ୍ଚିତ କରିବା ଦିଗରେ ଆଶାନୁରୂପ ସଫଳତା ଦେଇଛି।

  • Related Posts

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍…

    Continue reading
    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ ନହେଲେ ଦୁର୍ବଳ ହେବ ଦାନ୍ତ

    ବ୍ରଶ୍‌‌ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇଥାଆନ୍ତି। ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦାନ୍ତ ମାଢି ଉପରେ କୁପ୍ରଭାବ ପଡିବା ସହ ଦାନ୍ତ ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ