ରାଜ୍ୟରେ ହେବ ୩ ଅର୍ଥନୈତିକ ଜୋନ: ଉଷା ପାଢ଼ୀ

ଭୁବନେଶ୍ୱର: ରାଜ୍ୟରେ ୩ଟି ଅର୍ଥନୈତିକ ଜୋନ ହେବ ବୋଲି ପରିବହନ ସଚିବ ପାଢ଼ୀ ସୋମବାର କହିଛନ୍ତି। କ୍ବାଡ ସିଟି ପ୍ରୋଗ୍ରାମ ଜରିଆରେ ସରକାର ଏହି ଯୋଜନା ରଖିଛନ୍ତି ବୋଲି ସେ କହିଛନ୍ତି।ଭୁବନେଶ୍ବର, ପୁରୀ, କଟକ ଏବଂ ପାରାଦୀପକୁ ମିଶାଇ ଗୋଟିଏ ଜୋନ ହେବାକୁ ଥିବା ବେଳେ ସୁନାବେଡ଼ା, କୋରାପୁଟ, ବରଗଡ଼, ସମ୍ବଲପୁରକୁ ନେଇ ଦ୍ୱିତୀୟ ଜୋନ କରାଯିବ।
ସେହିପରି ଉତ୍ତରରେ ରାଉରକେଲା, କେନ୍ଦୁଝର, ବଡ଼ବିଲକୁ ନେଇ ତୃତୀୟ ଜୋନ ହେବ ବୋଲି ପରିବହନ ସଚିବ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି। ରାଜ୍ୟର ଜିଡିପିରେ ପ୍ରମୁଖ ଦାୟିତ୍ୱ ନେଉଥିବା ସହରମାନଙ୍କୁ ନେଇ ଏହି ଜୋନ କରାଯିବ। କେବଳ ସହରାଞ୍ଚଳ ନୁହେଁ, ଅର୍ଥନୈତିକ କାରବାର ବୃଦ୍ଧି ପାଇଁ ସରକାର ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।

  • Related Posts

    ପରକୀୟା ପ୍ରୀତି: ରାଜଧାନୀରେ ଗଡ଼ିଲା ମୁଣ୍ଡ

    ଭୁବନେଶ୍ଵର : ପରକୀୟା ପ୍ରୀତି ପାଇଁ ରାଜଧାନୀରେ ଗଡ଼ିଲା ମୁଣ୍ଡ। ଗାଡ଼କଣ ଶ୍ରୀ ସାଇ ବିହାରରେ ବର୍ବର ହତ୍ୟାକାଣ୍ଡ। ସ୍ତ୍ରୀ ସହ ପରକୀୟା ସମ୍ପର୍କ ଥିବା ବ୍ୟକ୍ତିଙ୍କୁ କଟୁରୀରେ ହାଣିଦେଲା ସ୍ଵାମୀ। ଅଭିଯୁକ୍ତକୁ ଗିରଫ କଲା ମଞ୍ଚେଶ୍ଵର ଥାନା ପୁଲିସ। ମୃତ…

    Continue reading
    ବ୍ଲକ ଅଧ୍ୟକ୍ଷାଙ୍କ ଘର ଉପରକୁ ଗୁଳିମାଡ଼

    ବିନିକା: ବିନିକା ଥାନା ଅନ୍ତର୍ଗତ ସିଙ୍ଘିଯୁବା ଗ୍ରାମରେ ବିନିକା ବ୍ଲକ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦଙ୍କ ଘରେ ଗତକାଲି ରାତିରେ କିଛି ଦୁର୍ବୃତ୍ତ ପହଞ୍ଚି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଘର ଭିତରେ ଓ ବାହାରେ ଥିବା ଗାଡ଼ି ଉପରକୁ ଗୁଳି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ