ଯୁବତୀଙ୍କୁ ଫ୍ଲାଟକୁ ନେଇ ରାତିତମାମ ଗଣଦୁଷ୍କର୍ମ

କୋଲକାତା: କୋଲକାତା ହରିଦେବପୁରର ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ତାଙ୍କର ଦୁଇ ଜଣ ସହଯୋଗୀ ଜନ୍ମ ଦିନରେ ଗଣଦୁଷ୍କର୍ମ କରିଛନ୍ତି। ସେମାନେ ଯୁବତୀଙ୍କୁ ଜନ୍ମ ଦିନ ପାଳନ କରିବା ନାଁରେ ଗୋଟିଏ ଫ୍ଲାଟକୁ ନେଇଥିଲେ। ଏହାପରେ ସେଠାରେ ତାଙ୍କୁ ରାତି ତମାମ ମାଡ଼ ମାରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଇ ଅଭିଯୁକ୍ତ ହେଲେ ଚନ୍ଦନ ମଲ୍ଲିକ ଓ ଦୀପ ବିଶ୍ୱାସ। ଘଟଣା ପରଠାରୁ ଦୁଇ ଅଭିଯୁକ୍ତ ଫେରାର ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ଧରପଗଡ଼ ଆରମ୍ଭ କରିଛି।

ପୁଲିସ୍‌ର କହିବା କଥା ଯେ କିଛି ମାସକ ତଳେ ପୀଡ଼ିତାଙ୍କ ପରିଚୟ ଚନ୍ଦନ ମଲ୍ଲିକଙ୍କ ସହ ହୋଇଥିଲା। ଚନ୍ଦନ ତାଙ୍କୁ ଦକ୍ଷିଣ କୋଲାକତା ପୂଜା କମିଟିର ମୁଖ୍ୟ ବୋଲି ପରିଚୟ ଦେଇଥିଲେ। କିଛି ଦିନ ପରେ ଚନ୍ଦନ ପୀଡ଼ିତାଙ୍କ ପରିଚୟ ଦୀପ ସହ କରାଇଥିଲେ। ଯୁବତୀଙ୍କୁ ସେମାନେ କମିଟି କାମରେ ନିୟୋଜତ କରିବାର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ୩ ଜଣ ଯାକ ନିୟମିତ ଭାବେ ପରସ୍ପର ସହ କଥା ହେଉଥିଲେ।ଶୁକ୍ରବାର ଯୁବତୀଙ୍କ ଜନ୍ମ ଦିନ ଥିଲା। ଜନ୍ମ ଦିନ ପାଳନ କରିବା ପାଇଁ ଚନ୍ଦନ ଓ ଦୀପ ତାଙ୍କୁ ରେଗେଣ୍ଟ ପାର୍କ ଅଞ୍ଚଳରେ ଥିବା ଗୋଟିଏ ଫ୍ଲାଟକୁ ନେଇ ଯାଇଥିଲେ। ସେମାନେ ପ୍ରଥମେ ଏକାଠି ଜନ୍ମ ଦିନ ପାଳନ କରିବା ସହ ଖାଇବା ପିଇବା କରିଥିଲେ। କାମ ସରିବା ପରେ ଯୁବତୀ ଜଣଙ୍କ ଯେତେବେଳେ ଯିବାକୁ ଚାହିଁଲେ ସେତେବେଳେ ଉଭୟ କବାଟ ବନ୍ଦ କରି ଦେଇଥିଲେ। ଏହାପରେ ଯୁବତୀଙ୍କୁ ମାଡ଼ ମାରି ରାତିତମାମ ଦୁଷ୍କର୍ମ କରିଥିଲେ। ତେବେ ଶନିବାର ସକାଳୁ ପୀଡ଼ିତା ଜଣଙ୍କ କୌଶଳକ୍ରମେ ସେଠାରୁ ଖସି ଆସି ଘରେ ପହଞ୍ଚିଥିଲେ।

ଘରେ ପହଞ୍ଚିବା ପରେ ପରିବାର ଲୋକଙ୍କ ସହାୟତାରେ ସେ ହରିଦେବପୁର ପୁଲିସ୍‌ ଷ୍ଟେସନକୁ ଯାଇଥିଲେ। ସେ ଦେଇଥିବା ଏଫଆଇଆରରେ ଅଭିଯୁକ୍ତ ଭାବେ ଚନ୍ଦନ ଓ ଦୀପଙ୍କ ନାଁ ଉଲ୍ଲେଖ କରିଛନ୍ତି।

ଘଟଣା ଦିନ ଚନ୍ଦନ ମାଲାଞ୍ଚାରେ ଥିବା ଦୀପଙ୍କ ଫ୍ଲାଟକୁ ଯୁବତୀଙ୍କୁ ନେଇଥିଲେ। ସେଠାରେ ସେମାନେ ତାଙ୍କୁ ମାଡ଼ ମାରିବା ସହ ଦୁଷ୍କର୍ମ କରିଥିଲେ। ଏବେ ଘଟଣା ତଦନ୍ତ ଚାଲିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ