ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା

ଜାପାନ,07।09: ରବିବାର ଦିନ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ନିଜ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ଶାସକ ଦଳ ଲିବେରାଲ ଡେମୋକ୍ରାଟିକ ପାର୍ଟି(ଏଲଡିପି)ରେ ସମ୍ଭାବ୍ୟ ବିଭାଜନକୁ ଟାଳିବା ଲାଗି ସେ ଏହି ପଦକ୍ଷେପ ନେଇଥିବା କହିଛନ୍ତି। ଜାପାନରେ ଗତ ଜୁଲାଇରେ ହୋଇଥିବା ନିର୍ବାଚନରେ ଶାସକ ମେଣ୍ଟ ସରକାରକୁ ଉପର ସଦନରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଦୀର୍ଘ ଦିନ ଧରି ନେତୃତ୍ଵ ପରିବର୍ତ୍ତନ ପାଇଁ ଦଳ ଭିତରେ ଦାବି ହୋଇଆସୁଥିଲା। ଏହାକୁ ନେଇ ଦଳରେ ଫାଟ ସୃଷ୍ଟି ହେବାର ଆଶଙ୍କା ରହିଥିଲା। ତେଣୁ ପ୍ରଧାନମନ୍ତ୍ରୀ ଦଳରେ ଏକତା ବଜାୟ ରଖିବା ଲାଗି ବାଧ୍ୟ ହୋଇ ଇସ୍ତଫା ଦେଇଥିବା କହିଛନ୍ତି। ଉପର ସଦରେ ହୋଇଥିବା ନିର୍ବାଚନ ଫଳାଫଳ ପ୍ରଧାନମନ୍ତ୍ରୀଙ୍କ କ୍ଷମତାକୁ ଦୁର୍ବଳ କରିଦେଇଥିଲା। ତେବେ ସେ ଦଳର ମୁଖ୍ୟ ପଦବୀରେ ରହିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଗତ ଜୁଲାଇରେ ହୋଇଥିବା ନିର୍ବାଚନରେ ଏଲଡିପି ଏବଂ ତା’ର ସହଯୋଗୀ ଦଳ କୋମେଟୋକୁ ମୋଟ ୪୭ ଆସନ ମିଳିଥିଲା। ବହୁମତ ପାଇଁ ସର୍ବନିମ୍ନ ୫୦ ଆସନ ଆବଶ୍ୟକ ଥିଲା। ଉପର ସଦନରେ ମୋଟ ୨୪୮ ଆସନ ଥିବାବେଳେ ଜୁଲାଇ ନିର୍ବାଚନରେ ଅଧା ଆସନରେ ମତଦାନ ହୋଇଥିଲା।

  • Related Posts

    ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌

    ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୧ା ୨୦୨୭-୨୮ଠାରୁ ଦେଶରେ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯୋଜନା ଅନୁସାରେ ପରୀକ୍ଷଣ ସଫଳ…

    Continue reading
    ରେପୋରେଟ୍ ସ୍ଥିର ରଖିଲା RBI

    ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ରେପୋରେଟ୍ ହାରକୁ ୫.୨୫% ରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ଯାହାର ଅର୍ଥ ହେଉଛି ଆପଣଙ୍କର EMI ବର୍ତ୍ତମାନ ପାଇଁ ହ୍ରାସ ପାଇବ ନାହିଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ