ସମୁଦ୍ରରେ ବୁଡି ଯୁବକ ନିଖୋଜ

ଚିକିଟି : ସୁନାପୁର ସମୁଦ୍ରରେ ଗାଧୋଇବା ବେଳେ ୨ ଜଣ ବୁଡିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ନିଖୋଜ ରହିଛି। ନିଖୋଜ ଯୁବକ ଜଣକ ହେଲେ ଚିକିଟି କେ.ନୁଆଗାଁ ଥାନା ଲିଆଖାଇ ଗ୍ରାମର ଅମିତ କୁମାର ପ୍ରଧାନ(୧୮)।ତାଙ୍କୁ ଚିକିଟି ଦମକଳ ବାହିନୀ ସମୁଦ୍ରରେ ଖୋଜାଖୋଜି କରୁଛି।ଚିକିଟି କେ.ନୁଆଗାଁ ଥାନା ଲିଆଖାଇ ଗ୍ରାମର ଅମିତ କୁମାର ପ୍ରଧାନ(୧୮), ସିପୁ ପ୍ରଧାନ (୧୯),ରାଜେଶ କୁମାର ପ୍ରଧାନ(୧୯), ଦିପୁ ପ୍ରଧାନ (୧୯) ସମୁଦ୍ର ବେଳାଭୂମିକୁ ବୁଲିବାକୁ ଯାଇଥିଲେ । ଅମିତ, ସିପୁ ସମୁଦ୍ର ଭିତରକୁ ଗାଧୋଇବା ପାଇଁ ଯାଇଥିଲେ। ରାଜେଶ ଓ ଦିପୁ ସମୁଦ୍ର କୂଳରେ ବସିଥିଲେ। ଗାଧୋଇବା ବେଳେ ଅମିତ ଓ ସିପୁ ଦୁଇ ଜଣ ସମୁଦ୍ରରେ ବୁଡିଯାଇଥିଲେ। ତେବେ କିଛି ସମୟ ପରେ ସିପୁ ସମୁଦ୍ରରୁ ବାହାରକୁ ବାହାରି ଆସିଥିବା ବେଳେ ଅମିତ ସମୁଦ୍ରରେ ବୁଡି ଯାଇଥିଲା। ଖବର ପାଇ ସୁନାପୁର ମେରାଇନ ଥାନା ପୁଲିସ ଓ ଚିକିଟି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଅମିତକୁ ଚିକିଟି ଦମକଳ ବାହିନୀ ସମୁଦ୍ରରେ ଖୋଜା ଖୋଜି କରୁଛି। ଏ ପର୍ୟ୍ୟନ୍ତ ସିପୁର କୌଣସି ପତ୍ତା ମିଳି ନାହିଁ।

  • Related Posts

    ଆଜିଠୁ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ, ୧୭ ତାରିଖ ଯାଏ ଚାଲିବ

    ଭୁବନେଶ୍ୱର,: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ  ଆନୁକୁଲ୍ୟରେ ରାଜ୍ୟବ୍ୟାପୀ ଆୟୋଜିତ ‘ଘରେ ଘରେ ତ୍ରିରଙ୍ଗା’ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆଜି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଘରେ…

    Continue reading
    ହୀରାକୁଦ: ଖୋଲିଲା ଆଉ ୪ ଗେଟ୍

    ସମ୍ବଲପୁର: ଉପର ମୁଣ୍ଡରେ ବର୍ଷା ପାଇଁ ବଢ଼ିଲା ଜଳସ୍ତର । ଖୋଲିଲା ହୀରାକୁଦର ଆଉ ୪ ଗେଟ୍ । ଏବେ ମୋଟ ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ବରେ ୮ଟି ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ