ପାକ୍‌ ଖେଳାଳିଙ୍କ ସହ ହାତ ମିଳାଇଲେ ନାହିଁ ଭାରତୀୟ ଖେଳାଳି

ଦୁବାଇ: ଏସିଆ କପରେ ପାକିସ୍ତାନ ବିରୋଧରେ ବିଜୟକୁ ଭାରତୀୟ ସଶସ୍ତ୍ର ବାହିନୀକୁ ଉତ୍ସର୍ଗ କରାଯାଇଛି । ଭାରତୀୟ କ୍ରିକେଟ ଟିମର ଅଧିନାୟକ ସୂର୍ୟ୍ୟକୁମାର ଯାଦବ ଏହି ବିଜୟକୁ ସଶସ୍ତ୍ର ବାହିନୀକୁ ଉତ୍ସର୍ଗ କରାଯାଇଥିବା କହିଛନ୍ତି । ଏହା ସହିତ ସେ କହିଛନ୍ତି ଯେ ଆମେ ପହଲଗାଓଁ ପୀଡିତଙ୍କ ପରିବାର ସହିତ ଛିଡା ହୋଇଛୁ । ଆମର ଏକତା ପ୍ରକାଶ କରୁଛୁ, ଆଶା କରୁଛୁ ଯେ ଆମ ଦେଶର ବୀର ଯବାନମାନେ ଆମକୁ ସବୁବେଳେ ପ୍ରେରଣା ଦେଇ ଚାଲିଥିବେ । ଏହି ମ୍ୟାଚରେ ଅନେକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଏକ କ୍ରିକେଟ୍‌ ମ୍ୟାଚ୍‌ ପରେ ପଡ଼ିଆରେ ଉଭୟ ଦଳର ଖେଳାଳି ହାତ ମିଳାଇଥାଆନ୍ତି। ହେଲେ ରବିବାର ଏହାର ବ୍ୟତିକ୍ରମ ଦେଖା ଯାଇଥିଲା। ଏସିଆ କପ୍‌ରେ ରବିବାର ପାକିସ୍ତାନକୁ ଭାରତ ସହଜରେ ପରାସ୍ତ କରିବା ପରେ ପାକିସ୍ତାନ ଖେଳାଳିଙ୍କ ସହ ଭାରତୀୟ ଖେଳାଳି ହାତ ମିଳାଇବାକୁ ମନା କରି ଦେଇଥିଲେ। ଅଧିନାୟକ ସୂର୍ୟ୍ୟକୁମାର ଯାଦବ ବିଜୟସୂଚକ ଛକାମାରିବା ପରେ ସେ ଓ ଶିବମ୍ ଦୁବେ ପାକିସ୍ତାନ ଖେଳାଳିଙ୍କ ସହ ହାତ ନ ମିଳାଇ ଡଗ୍‌ଆଉଟ୍‌କୁ ଚାଲି ଯାଇଥିଲେ। ଭାରତୀୟ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ମଧ୍ୟ ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବା ପାଇଁ ଆସିନଥିଲେ। ପାକିସ୍ତାନ ଅଧିନାୟକ ସଲ୍‌ମାନ ଆଗା ଓ ପ୍ରଶିକ୍ଷକ ମାଇକ୍‌ ହେସନ୍ ଭାରତୀୟ ଡଗ୍‌ଆଉଟ୍‌ ପାଖକୁ ଆସି ହାତ ମିଳାଇବାକୁ ଚାହିଁଥିଲେ ମଧ୍ୟ ଭାରତୀୟ ଖେଳାଳି ସେମାନଙ୍କ ଆଡ଼ ଆଖିରେ ମଧ୍ୟ ଚାହିନଥିଲେ। ଟସ୍‌ ପଡ଼ିବା ବେଳେ ମଧ୍ୟ ସୂର୍ୟ୍ୟକୁମାର ପାକ୍‌ ଅଧିନାୟକ ସଲ୍‌ମାନଙ୍କ ସହ ହାତ ନଥିଲେ। ମ୍ୟାଚ୍‌ ପୂର୍ବରୁ ସୂର୍ୟ୍ୟକୁମାର ଭାରତୀୟ ଦଳ ମ୍ୟାନେଜମେଣ୍ଟକୁ କହି ଦେଇଥିଲେ ଯେ ସଲ୍‌ମାନଙ୍କ ସହ ହାତ ମିଳାଇବେ ନାହିଁ। ଭାରତୀୟ ଖେଳାଳି ପାକିସ୍ତାନ ଖେଳାଳିଙ୍କ ସହ ହାତ ନ ମିଳାଇବାରୁ ସ୍ପଷ୍ଟ ଯେ ପହଲଗାଓଁରେ ପାକ୍ ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣର କ୍ରୋଧ ଓ କ୍ଷୋଭ ସେମାନଙ୍କ ମନରେ ଅଛି। ଆତଙ୍କବାଦୀ ୨୬ ଜଣ ଭାରତୀୟ ପର୍ୟ୍ୟଟକଙ୍କୁ ହତ୍ୟା କରିବା କଥା ସେମାନେ ଭୁଲିନାହାନ୍ତି। ଏସିଆ କପ୍‌ ପୂର୍ବରୁ ଅଧିନାୟକଙ୍କ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ସଲ୍‌ମାନଙ୍କ ସହ ସୂର୍ୟ୍ୟକୁମାର ହାତ ମିଳାଇ ନଥିଲେ।ସେହିପରି ମ୍ୟାଚ ଶେଷ ହେବା ପରେ ବି ପଡିଆରେ ଉଭୟ ଦେଶର ଖେଳାଳି ପରସ୍ପର ସହିତ ହାତ ମିଳାଇନଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପହଲଗାଓଁ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି । ଯାହାର ଆଉ ଏକ ଝଲକ ଏସିଆ କପରେ ଦେଖିବାକୁ ମିଳିଛି ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ