ମହିଳା ବିଶ୍ବକପ୍‌: ଆଜି ଭାରତ-ପାକିସ୍ତାନ ମୁକାବିଲା

କଲମ୍ବୋ : ମହିଳା ଦିନିକିଆ ବିଶ୍ବକପ୍‌ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ କୁଟନୈତିକ ଉତ୍ତେଜନା ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ। ଏସିଆ କପ୍‌ରେ ପାକିସ୍ତାନ ପୁରୁଷ ଦଳ ସହ ଭାରତୀୟ ଖେଳାଳି ୩ଟିଯାକ ମ୍ୟାଚ୍‌ରେ ହାତ ମିଳାଇ ନଥିଲେ। ଏପରିକି ପିସିବି ମୁଖ୍ୟ ତଥା ପାକିସ୍ତାନର ମନ୍ତ୍ରୀ ମୋହ୍‌ସିନ ନକ୍‌ଭି ଟ୍ରଫି ପ୍ରଦାନ କରିବାର ଥିବାରୁ ଚମ୍ପିଆନ୍‌ ଭାରତ ଖାଲି ହାତରେ ସ୍ବଦେଶ ଫେରିଛି। ଏହି କାରଣରୁ ଭାରତ-ପାକିସ୍ତାନ ମହିଳା ବିଶ୍ବକପ୍‌ ମ୍ୟାଚ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ। ଏହା ସତ ଯେ ମ୍ୟାଚ୍‌ରେ ଉଭୟ ଦଳର ଖେଳାଳି ହାତ ମିଳାଇବେ ନାହିଁ।
ପାକିସ୍ତାନ ଦଳ ହାଇବ୍ରିଡ୍‌ ମଡେଲ୍‌ରେ ଏହି ବିଶ୍ବକପ୍‌ ଖେଳୁଥିବାରୁ ଭାରତ ବିପକ୍ଷ ମ୍ୟାଚ୍‌ ଏହା କଲମ୍ବୋରେ ଖେଳିବାକୁ ଯାଉଛି। କୁଟନୈତିକ ଉତ୍ତେଜନା ତ ଗୋଟିଏ ପଟେ ରହିବ; ହେଲେ ପଡ଼ିଆ​‌ରେ ଉଭୟ ଦଳ କ୍ରିକେଟ୍‌ ଖେଳିବେ। ଯଦି ବର୍ଷା ବାଧକ ନ ସାଜେ; ଭାରତ ଏହି ମ୍ୟାଚ୍‌କୁ ସହଜରେ ଜିତିନେବ ବୋଲି କ୍ରିକେଟ୍‌ ବିଶେଷଜ୍ଞ ଭବିଷ୍ୟବାଣୀ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଉଭୟ ଦଳ ବିପରୀତ ଫଳାଫଳ ହାସଲ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ସହଜରେ ୫୯ ରନ୍‌ରେ ଭାରତ ପରାସ୍ତ କରିଛି। ଅନ୍ୟପକ୍ଷରେ ବାଂଲାଦେଶ ଭଳି ଦଳଠାରୁ ୭ ୱିକେଟ୍‌ରେ ପାକିସ୍ତାନ ପରାସ୍ତ ହୋଇଛି। ତେଣୁ ଦୁର୍ବଳ ପାକିସ୍ତାନକୁ କେବଳ ପରାସ୍ତ କରିବା ନୁହେଁ; ବଡ଼ ବ୍ୟବଧାନରେ ଜିତି ନେଟ୍‌ ରନ୍‌ରେଟ୍‌ ବଢ଼ାଇବା ଲକ୍ଷ୍ୟରେ ଭାରତୀୟ ଦଳ ଖେଳିବ। ବ୍ୟାଟିଂରେ ଭାରତୀୟ ଦଳ ବେଶ୍‌ ଶକ୍ତିଶାଳୀ ଅଛି। ଶ୍ରୀଲଙ୍କା ବିପକ୍ଷରେ ଭାରତ ୧୨୧ ରନ୍‌ରେ ୫ଟି ୱିକେଟ୍‌ ହରାଇବା ସତ୍ତ୍ବେ ଏହା ୨୬୯ ରନ୍‌ କରି ପାରିଥିଲା। ୧ନଂ ମହିଳା ଦିିନିକିଆ ବ୍ୟାଟର ସ୍ମୃତି ମାନ୍ଧାନା ପ୍ରଥମ ମ୍ୟାଚ୍‌ରେ ବିଫଳ ହୋଇଥିବାରୁ ବଡ଼ ସ୍କୋର୍‌ କରିବାକୁ ଚାହିଁବେ। ଅନ୍ୟପକ୍ଷରେ ପାକିସ୍ତାନର ଦୁର୍ବଳତା ହେଉଛି ଏହାର ବ୍ୟାଟିଂ। ବାଂଲାଦେଶ ବିପକ୍ଷରେ ଏହା ମାତ୍ର ୧୨୯ ରନ୍‌ରେ ଅଲ୍‌ଆଉଟ ହୋଇଥିଲା। ସିଦ୍ରା ଅମିନ୍ ଓ ମୁନିବା ଅଲୀ ପାକିସ୍ତାନର ଦୁଇ ଭଲ ବ୍ୟାଟର। ହେଲେ ଦୁହେଁ ନିୟମିତ ରନ୍‌ ସ୍କୋର୍‌ କରୁନାହାନ୍ତି। ଭାରତ ଅପରିବର୍ତ୍ତିତ ଏକାଦଶ ନେଇ ଖେଳିପାରେ। ପାକିସ୍ତାନ ବ୍ୟାଟିଂକୁ ମଜ୍‌ଭୁତ କରିବା ପାଇଁ ଏମାନ୍ ଫାତିମାଙ୍କୁ ଖେଳାଇପାରେ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ