ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ

ପର୍ଥ: ଭାରତୀୟ ଦଳ ୭ ମାସ ପରେ ଦିନିକିଆ କ୍ରିକେଟ୍‌ ଖେଳିବାକୁ ଯାଉଛି। ମାର୍ଚ୍ଚରେ ଚମ୍ପିଆନ୍‌ସ ଟ୍ରଫି ଜିତିବା ପରେ ରବିବାର ପ୍ରଥମଥର ୫୦ ଓଭରର ମ୍ୟାଚ୍‌ ଖେଳିବାକୁ ପ୍ରସ୍ତୁତ ହେଉଛି। ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଆଜି ଖେଳିବ। ଗତ ଏକ ଦଶନ୍ଧି ଧରି ବିରାଟ କୋହଲି ଓ ରୋହିତ ଶର୍ମା ଭାରତୀୟ ଦିନିକିଆ ଦଳର ମଙ୍ଗ ଧରିଥିବା ବେଳେ ଏହି ଶୃଙ୍ଖଳାରୁ ଶୁଭମନ ଗିଲ୍‌ଙ୍କ ଯୁଗ ଆରମ୍ଭ ହେବାକୁ ଯାଉଛି। କ୍ରିକେଟ୍‌ ଜୀବନର ଅପରାହ୍‌ଣରେ ପହଞ୍ଚି ସାରିଥିବା କୋହଲି ଓ ରୋହିତ ଦଳରେ ରହିଛନ୍ତି। ଶୃଙ୍ଖଳାରେ ଏହି ଦୁଇ ବ୍ୟାଟିଂ ମହାରଥୀଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଏଣେ କିଛି ପ୍ରମୁଖ ଖେଳାଳିଙ୍କ ବିନା ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଛି। ଯାହାର ଫାଇଦା ଭାରତକୁ ମିଳିବ। ଚମ୍ପିଆନ୍‌ସ ଟ୍ରଫିରେ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭାରତ ପରାସ୍ତ କରିଥିଲା। ଅଗଷ୍ଟରେ ଅଷ୍ଟ୍ରେଲିଆ ଶେଷ ଦିନିକିଆ ମ୍ୟାଚ୍‌ ଖେଳି ଦକ୍ଷିଣ ଆଫ୍ରିକାକୁ ୨୭୬ ରନ୍‌ରେ ହରାଇ ୨ୟ ସର୍ବାଧିକ ରନ୍‌ରେ ବିଜୟୀ ହୋଇଥିଲା।
ଗତ ୧୨ ମାସରେ ଅଷ୍ଟ୍ରେଲିଆର ଦିନିକିଆ ରେକର୍ଡ ଭଲ ନାହିଁ। ପାକିସ୍ତାନ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକାଠାରୁ ଅଷ୍ଟ୍ରେଲିଆ କ୍ରମାଗତ ୩ଟି ଦିନିକିଆ ଶୃଙ୍ଖଳା ହାରିଛି। ଗତ ୧୦ଟି ଦିନିକିଆରୁ ଅଷ୍ଟ୍ରେଲିଆ ମାତ୍ର ୨ଟି ଜିତିଛି। ଷ୍ଟିଭେନ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ ଓ ମାର୍କସ ଷ୍ଟଇନିସ୍‌ଙ୍କ ଅବସର ପରେ ଅଷ୍ଟ୍ରେଲିଆ ଦିନିକିଆ ଦଳର ସନ୍ତୁଳନ ବିଗିଡ଼ି ଯାଇଛି। ଅନ୍ୟପକ୍ଷ​‌ରେ ଭାରତ ବିଶ୍ବର ୧ନଂ ଦିନିକିଆ ଦଳ। ଭାରତ କ୍ରମାଗତ ୮ଟି ଦିନିକିଆ ଜିତିଛି। ଯଶପ୍ରୀତ ବୁମ୍‌ରା ବିଶ୍ରାମ ନେଇଥିବାରୁ ପ୍ରସିଦ୍ଧ କୃଷ୍ଣ, ଅର୍ଶଦୀପ ସିଂହ, ନୀତୀଶ କୁମାର ରେଡ୍‌ଡୀଙ୍କ ପରି ଖେଳାଳିଙ୍କ ପାଇଁ ସୁଯୋଗ ସୃଷ୍ଟିହୋଇଛି। ଅଷ୍ଟ୍ରେଲିଆର ଶକ୍ତି ହେଉଛି ଏହାର ବିସ୍ଫୋରକ ଓପ୍‌ନିଂ ଯୋଡ଼ି। ଅଧିନାୟକ ମିଚେଲ ମାର୍ଶ ଓ ଟ୍ରାଭିସ୍ ହେଡ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରିଥାଆନ୍ତି। ମାର୍ଶ ଚମତ୍କାର ଫର୍ମରେ ଅଛନ୍ତି। ଦୁହିଁଙ୍କୁ ଜଲ୍‌ଦି ଆଉଟ୍‌ କରିଦେଲେ ଭାରତ ସୁବିଧାଜନକ ସ୍ଥିତିରେ ରହିବ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ