କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀଙ୍କୁ ଭେଟିଲେ ବିଜେପିର ପ୍ରତିନିଧି ଦଳ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ସାଂସଦ, ବିଧାୟକ ତଥା ବିଜେପିର ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀ ଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି । ଓଡ଼ିଶାର ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରେ ଉଷୁନା ଚାଉଳ ଉଠାଣ ପରିମାଣ ୨୦ ଲକ୍ଷ ମେଟ୍ରିକ ଟନରୁ ବଢାଇ ୨୫ ଲକ୍ଷ ମେଟ୍ରିକ ଟନ କରିବା ପାଇଁ ଅନୁରୋଧ କରିଛନ୍ତି ।

ଏ ସମ୍ପର୍କିତ ଏକ ପତ୍ର ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି, ଯେଉଁଥିରେ ଉଲ୍ଲେଖ ରହିଛି ୨୦୨୪-୨୫ ବର୍ଷ ପାଇଁ ଖରିଫ ଓ ରବି ଋତୁ ପାଇଁ ଓଡ଼ିଶାର ଧାନ ସଂଗ୍ରହ ପରିମାଣକୁ ୫୦ ଲକ୍ଷ ମେଟ୍ରିକ ଟନରୁ ୫୮ ଲକ୍ଷ ମେଟ୍ରିକ ଟନ ବୃଦ୍ଧି କରାଯାଇଛି । ଏହି ଧାନ ସଂଗ୍ରହ ପରିମାଣ ବୃଦ୍ଧି ରାଜ୍ୟର ଚାଷୀ ସମାଜର ଆତ୍ମବିଶ୍ୱାସକୁ ବଢାଇବା ସହ ସୁରୁଖୁରୁରେ ସଂଗ୍ରହ କାର୍ୟ୍ୟକୁ ସୁନିଶ୍ଚିତ କରିଛି ବୋଲି ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି।

ତେବେ ଓଡ଼ିଶାରେ ବିଶେଷ ଭାବରେ ଉଷୁନା ଚାଉଳ ଅଧିକ ଉତ୍ପାଦନ ହେଉଥିବା ବେଳେ ୨୦୨୫-୨୬ ଖରିଫ ଋତୁ ପାଇଁ ସଂଗ୍ରହ କାର୍ୟ୍ୟ ଆରମ୍ଭ ହୋଇଯାଇଥିବାରୁ ଉଷୁନା ଚାଉଳର ତୁରନ୍ତ ଉଠାଣ ନିତ୍ୟାନ୍ତ ଜରୁରୀ । ଏହି ପରିପ୍ରେକ୍ଷୀରେ, କେନ୍ଦ୍ରୀୟ ପୁଲ ଅଧୀନରେ ଉଭୟ ଖରିଫ ଓ ରବି ଋତୁ ପାଇଁ ଓଡ଼ିଶାର ଉଷୁନା ଚାଉଳ ଉଠାଣ ପରିମାଣକୁ ବର୍ତ୍ତମାନର ୨୦ ଲକ୍ଷ ମେଟ୍ରିକ୍ ଟନକୁ ବଢାଇ ୨୫ ଲକ୍ଷ ମେଟ୍ରିକ୍ ଟନ କରିବା ପାଇଁ ଅନୁରୋଧ କରିଛନ୍ତି । ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଦ୍ୱାରା ବଳକା ଥିବା ଏହି ଉଷୁନା ଚାଉଳର ଶୀଘ୍ର ଉଠାଣ ହେଲେ ଓଡ଼ିଶାର ଚାଷୀମାନେ ବିଶେଷ ଭାବରେ ଲାଭବାନ ହେବେ ଏବଂ ଜାତୀୟ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ଆହୁରି ମଜବୁତ୍ ହେବ ।

  • Related Posts

    ବିଜେପିର ଅପରେସନ ଲୋଟସ୍‌: ଛାନିଆ ବିଜେଡି!

    ଭୁବନେଶ୍ୱର : ବିରି ମାଡ଼ ଦେଖି କୋଳଥ ଚେପା । ଆମ୍‌ ଆଦମୀ ପାର୍ଟି (ଆପ୍‌)ରେ ଯାହା ଘଟିଲା, ସେଥିରେ ବିରୋଧୀ ଦଳ ଶିବିର ଛାନିଆ । ଚର୍ଚ୍ଚିତ ରାଘବ ଚଢ଼ାଙ୍କ ସମେତ ୭ଜଣ ସାଂସଦ ଆପ୍‌ ଝାଡ଼ୁ ଫିଙ୍ଗି ପଦ୍ମ…

    Continue reading
    ରାଜ୍ୟସଭାରେ ମ୍ୟାଜିକ ଅଙ୍କ ଅତିକ୍ରମ କରିଛି ଏନଡିଏ

    ନୂଆଦିଲ୍ଲୀ : ଆପର ୭ ସାଂସଦ ବିଜେପିରେ ସାମିଲ ହେବା ପରେ ରାଜ୍ୟସଭାରେ ଏନଡିଏ ମ୍ୟାଜିକ ଅଙ୍କ ଅତିକ୍ରମ କରିଛି । ଏନଡିଏ ବର୍ତ୍ତମାନ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ସକ୍ଷମ ହୋଇଛି । ରାଜ୍ୟସଭାରେ ଆପର ୧୦ ସାଂସଦ ଅଛନ୍ତି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର