ବିଜେଡିର କମନ କ୍ୟାଣ୍ଡିଡେଟ ତ୍ତେଶ୍ୱର ହୋତାଙ୍କ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ଵର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଜେଡି ଆଜି ଦୁଇ ଜଣଙ୍କ ନାଁ ଘୋଷଣା କରିଛି। ଡାକ୍ତର ଦତ୍ତେଶ୍ବର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ଟିକେଟ୍ ମିଳିଛି। ଏହି ଦୁଇ ଜଣଙ୍କ ନାଁରେ ମୋହର ଲାଗିଛି । ରାଜ୍ୟସଭା ପ୍ରାର୍ଥୀ ପାଇଁ ଏହି ଦୁଇ ଜଣଙ୍କ ନାଁ ଚୟନ କରିଛନ୍ତି ନବୀନ ପଟ୍ଟନାୟକ ।ତେବେ ଏହି ଦୁଇ ଜଣଙ୍କ ନାଁ ଆଗରୁ ଚର୍ଚ୍ଚ ହେଉଥିଲା । ନବୀନ ନିବାସରେ ଡାକ୍ତର ଦତ୍ତେଶ୍ବର ହୋତା ପହଞ୍ଚିବା ପରେ ଚର୍ଚ୍ଚା ବଢିଥିଲା। ସଂତୃପ୍ତ ମିଶ୍ର ବି ନବୀନ ନିବାସରେ ଥିଲେ । କାହାକୁ ରାଜ୍ୟସଭା ପାଇଁ ଟିକେଟ୍‌ ମିଳିବ ତାକୁ ନେଇ ଅପେକ୍ଷା ଥିଲା । ତେବେ ପ୍ରଶ୍ନ ଉଠୁଛି ଡାକ୍ତର ଦତ୍ତେଶ୍ବର ହୋତା କିଏ ?

ତେବେ ଡାକ୍ତର ଦତ୍ତେଶ୍ବର ହୋତା ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଥିଲେ । ୟୁରୋଲୋଜି କ୍ଷେତ୍ରରେ ତାଙ୍କର ୪୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। କଟକ ଏସସିବି ମେଡିକାଲର ୟୁରୋଲୋଜି ବିଭାଗର ସେ ମୁଖ୍ୟ ଥିଲେ। ଡକ୍ଟର ଦତ୍ତେଶ୍ୱର ହୋତା ୧୯୮୩ ଏବଂ ୧୯୮୬ ମସିହାରେ କଟକର ଏସସିବି ମେଡିକାଲ କଲେଜରୁ ଏମବିଏସ୍ ଏବଂ ଜେନେରାଲ ସର୍ଜରୀରେ ଏମଏସ୍ ସହିତ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସେ ୧୯୯୪ ମସିହା ରେ ଚଣ୍ଡିଗଡ଼ର ଚଏଓଗଋଜ ରୁ ୟୁରୋଲୋଜିରେ ଗଉଐ ମଧ୍ୟ ସମାପ୍ତ କରିଥିଲେ। ସେ ୟୁରୋଲୋଜି ବିଭାଗ ଅଧୀନରେ ଗବେଷଣା କାର୍ୟ୍ୟ ଏବଂ ବିଭିନ୍ନ କର୍ମଶାଳାରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି ।

  • Related Posts

    ମହିଳାଙ୍କୁ ନିର୍ଯାତନା ଦେଇ ଉତ୍ସବ ମନାଉଛନ୍ତି ସରକାର: ବିଜେଡି

    ଭୁବନେଶ୍ୱର: ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କ ସହ ଘଟିଥିବା ଦୁର୍ବ୍ୟବହାର, ଶାରୀରିକ ଆକ୍ରମଣ, ଧମକ ଘଟଣା ଓଡ଼ିଶାରେ ମହିଳା ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ୨ ବର୍ଷ ପୂର୍ତ୍ତି ଉତ୍ସବ…

    Continue reading
    ଆମ ମୁଖ୍ୟମନ୍ତ୍ରୀ, ଲୋକଙ୍କ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର:୨୦୨୪, ଜୁନ୍‌ ୧୨ । ଅଢ଼େଇ ଦଶନ୍ଧିର ଶାସନ ବ୍ୟବସ୍ଥାକୁ ହଟାଇ ଜନ୍ମ ନେଲା ନୂଆ ସରକାର-“ମୋହନ ସରକାର” । ସଭିଙ୍କ ମନରେ ଥିଲା ଗୋଟିଏ ପ୍ରଶ୍ନ, ଜଣେ ସାଦାସିଧା ଗରିବ ଆଦିବାସୀ ପୁଅଙ୍କ ନେତୃତ୍ୱରେ ଅଧିକାଂଶ ନବାଗତ ମନ୍ତ୍ରୀଙ୍କୁ ନେଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ